ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ Shivsena ବିଧାୟକଙ୍କ ବିବାଦୀୟ ବୟାନ,କହିଲେ...
Advertisement

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ Shivsena ବିଧାୟକଙ୍କ ବିବାଦୀୟ ବୟାନ,କହିଲେ...

କୋରୋନା ସଂକଟ କାଳରେ ବିଜେପି ନେତା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ସେମାନଙ୍କ ମଜାକ ଉଡାଉଛନ୍ତି। 

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ Shivsena ବିଧାୟକଙ୍କ ବିବାଦୀୟ ବୟାନ,କହିଲେ...

ମୁମ୍ବାଇ: ପ୍ରାୟ ବର୍ଷେରୁ ଉର୍ଦ୍ଧ୍ୱ ସମୟ ଧରି ଦେଶର କାୟା ମେଲାଇଛି କୋରୋନା ଭାଇରସ। ଏହି ବିଶ୍ୱ ମହାମାରୀରେ କୋଟିଏରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ପ୍ରାଣହାନୀ ହୋଇସାରିଲାଣି। ଗୋଟିଏ ପଟେ କୋରୋନା ସଂକଟ ଟଳିନଥିବା ବେଳେ ଏହାକୁ ନେଇ ରାଜନୈତିକ ସ୍ତରରେ ବୟାନବାଜି କରିବା ଥମୁନାହିଁ।   

ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। ରାଜ୍ୟର ବୁଳଢାଣା ଆସନର (Buldhana Assembly Constituency) ଶିବସେନା ବିଧାୟକ (Shivsena MLA) ସଞ୍ଜୟ ଗାଏକୱାର୍ଡ (Sanjay Gaikwad) ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Maharastra Chief Minister) ଦେବେନ୍ଦ୍ର ଫଡନାଭୀସ ଙ୍କ (Devendra Fadnavis) ବାବଦରେ ଏକ ବିବାଦୀୟ ବୟାନ ଦେଇଛନ୍ତି।

Also Read: Corona Returns to Maharastra: ଏତିକି ଲୋକ ହେଲେ ସଂକ୍ରମିତ

 

ଏନେଇ ସେ କହିଛନ୍ତି ଯଦି ମୋତେ କୋରୋନା ଭାଇରସ ମିଳିଯାନ୍ତା ତାହେଲେ ମୁଁ ତାକୁ ଦେବେନ୍ଦ୍ର ଫଡନାଭୀସଙ୍କ ନିକଟରେ ଛାଡି ଦେଇଥାନ୍ତି। ଯଦି ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥାନ୍ତେ ତାହେଲେ କ'ଣ କରିଥାନ୍ତେ ବୋଲି ତାଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି ଶିବସେନା ବିଧାୟକ କହିଛନ୍ତି କୋରୋନା ସଂକଟ କାଳରେ ବିଜେପି ନେତା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ସେମାନଙ୍କ ମଜାକ ଉଡାଉଛନ୍ତି। ରାଜ୍ୟ ସରକାରଙ୍କ କାମକୁ ସେମାନେ ବିଫଳ କରିବାକୁ ଚାହୁଁଛନ୍ତି। 

କୋରୋନା ଆକ୍ରାନ୍ତଙ୍କ ଲାଗି ସଞ୍ଜିବନୀ ଭାବେ ଉଭା ହୋଇଥିବା "ରେମଡିସିଭିର ଇଞ୍ଜେକସନ" (Remdesivir Injection) ଉତ୍ପାଦନକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ଏ ଘଟଣାରେ ଏହି ଇଞ୍ଜେକସନ ଉତ୍ପାଦନ କରୁଥିବା କମ୍ପାନୀର ଜଣ ବରିଷ୍ଠ ଅଧିକାରୀଙ୍କୁ ବେଆଇନ ଭାବେ ଏହାକୁ ଗଚ୍ଛିତ ଭାବେ ରଖିବା ଅଭିଯୋଗରେ ମୁମ୍ବାଇ ପୋଲିସ ପଚରାଉଚରା କରିଛି। ଏ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି ସରକାର (Maha Vikas Aghadi)। 

Also Read: କୋରୋନା କାଳରେ ଗାଡି କିଣାକୁ ନେଇ ବିରୋଧିଙ୍କ ଟାର୍ଗେଟରେ ମହାରାଷ୍ଟ୍ର ସରକାର

 

ଏ ଘଟଣାରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲ୍ଲିକ ଅଭିଯୋଗ ଆଣି କହିଛନ୍ତି "ରେମଡିସିଭିର ଇଞ୍ଜେକସନ" ଯୋଗାଣକୁ ପ୍ରଭାବିତ କରିବାକୁ କେନ୍ଦ୍ର ପକ୍ଷରୁ ଚାପ ପକାଯାଉଛି। ଏହି ଇଞ୍ଜେକସନକୁ ନେଇ ଫଡନାଭୀସଙ୍କ ସମେତ ତାଙ୍କ ଦଳର ପ୍ରବୀଣ ଦାରେକର ଏବଂ ଚନ୍ଦ୍ରକାନ୍ତ ପାଟିଲ ପ୍ରମୁଖ ବରିଷ୍ଠ ନେତା ରାଜନୀତି କରୁଛନ୍ତି ବୋଲି କହିଛନ୍ତି ଶିବସେନା ବିଧାୟକ ଗାଏକୱାର୍ଡ।  

ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡାନଭୀସ କହିଥିଲେ ମହାରାଷ୍ଟ୍ରବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଟିକା ନିର୍ମାଣ କରୁଥିବା କମ୍ପାନୀ ସହ ବିଜେପି ନେତା କରିଥିବା ଆଲୋଚନାକୁ ସହଜେ ଗ୍ରହଣ କରିପାରୁନାହାଁନ୍ତି ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି ସରକାର। ଏହାକୁ ନେଇ ସରକାର ସେମାନଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି। ଦଳୀୟ ନେତାଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେବାକୁ ନେଇ ଶିବସେନା ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ବିଜେପି କର୍ମକର୍ତ୍ତା।