ସ୍ୱର୍ଗଦ୍ୱାରରୁ ହଟିଲା ବିଜୁବାବୁଙ୍କ ସ୍ମୃତି ପୀଠ
Advertisement
Article Detail0/zeeodisha/odisha612230

ସ୍ୱର୍ଗଦ୍ୱାରରୁ ହଟିଲା ବିଜୁବାବୁଙ୍କ ସ୍ମୃତି ପୀଠ

ଗତକାଲି ରାତିରେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ  କରାଯାଇଛି ।

 ସ୍ୱର୍ଗଦ୍ୱାରରୁ ହଟିଲା ବିଜୁବାବୁଙ୍କ ସ୍ମୃତି ପୀଠ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ବିଜୁବାବୁଙ୍କ ସ୍ମୃତି ପୀଠ। ଗତକାଲି ରାତିରେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି । ସ୍ୱର୍ଗଦ୍ୱାର ସମାଧି ବା ବିଜୁ ପଟ୍ଟନାୟକ ସ୍ମୃତି ପୀଠକୁ ହଟାଇବା ପାଈଁ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେପଟେ ସ୍ୱର୍ଗଦ୍ୱାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହାକୁ ଉଛେଦ କରାଯାଇଛି ।

ସୂଚନା ଯୋଗ୍ୟ, ଫନି ପରେ ସ୍ୱର୍ଗଦ୍ୱାର ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏହାର ବିକାଶ ପାଇଁ ଶବଦାହ ଠାରୁ ଆରମ୍ଭ କରି ଶବ ବାହକମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ । ସବୁ ଋତୁରେ କିପରି ସୁବିଧାରେ ଶବଦାହ କରାଯାଇପାରିବ ତାହାକୁ ନଜରରେ ରଖି ସମସ୍ତ ବନ୍ଦୋବସ୍ତ କରାଯିବ । ଶବବାହକ ମାନଙ୍କ ପାଇଁ ବିଶ୍ରାମ କକ୍ଷ ନିର୍ମାଣ ସହ ବ୍ୟାପକ ବୃକ୍ଷରୋପଣ କରାଯିବ । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ୫କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଖର୍ଚ୍ଚ ହେବାକୁ ଥିବାବଳେ ଫୋନିକ୍ସ ଫାଉଣ୍ଡେସନ ସହଯୋଗରେ ଏହି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ ।