ମହାପ୍ରଭୁଙ୍କ ରଘୁନାଥ ବେଶ ପାଇଁ ଖର୍ଚ୍ଚ ହେବ ୨୫-୩୦ କୋଟି; ରାଜ୍ୟ ସରକାରଙ୍କ ପଦେକ୍ଷେପ ଉପରେ ନଜର
Advertisement

ମହାପ୍ରଭୁଙ୍କ ରଘୁନାଥ ବେଶ ପାଇଁ ଖର୍ଚ୍ଚ ହେବ ୨୫-୩୦ କୋଟି; ରାଜ୍ୟ ସରକାରଙ୍କ ପଦେକ୍ଷେପ ଉପରେ ନଜର

ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀରାମଙ୍କ ବେଶରେ, ଶ୍ରୀବଳଭଦ୍ର ଲକ୍ଷ୍ମଣଙ୍କ ବେଶରେ ଶୃଙ୍ଗାର ହେବା ସହିତ ହୀରାନିଳା ମୋତି ଖଚିତ ଧେନୁ ଧାରଣ କରିଥାନ୍ତି।

ମହାପ୍ରଭୁଙ୍କ ରଘୁନାଥ ବେଶ ପାଇଁ ଖର୍ଚ୍ଚ ହେବ ୨୫-୩୦ କୋଟି; ରାଜ୍ୟ ସରକାରଙ୍କ ପଦେକ୍ଷେପ ଉପରେ ନଜର

ସଞ୍ଜୟ ମହାପାତ୍ର, ପୁରୀ: ନାଗାର୍ଜୁନ ବେଶ (Nagarjuna Vesha)ଭଳି ମହାପ୍ରଭୁଙ୍କର ଆଉ ଏକ ଦୁର୍ଲ୍ଲଭ ବେଶ ରଘୁନାଥ ବେଶ (Raghunath Vesha)। ରାମାଭିଶେକ ତିଥିରେ ପୁଷାନକ୍ଷତ୍ର ଓ କର୍କଟ ରାଶି ଏକ ସଙ୍ଗେ ପଡିଲେ ସେହିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହୋଇଥାଏ। ରତ୍ନସିଂହାସନ ନିକଟରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ହୋଇଥାଏ ଶ୍ରୀରାମଚନ୍ଦ୍ରଙ୍କ ଦରବାର। 

ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀରାମଙ୍କ ବେଶରେ, ଶ୍ରୀବଳଭଦ୍ର ଲକ୍ଷ୍ମଣଙ୍କ ବେଶରେ ଶୃଙ୍ଗାର ହେବା ସହିତ ହୀରାନିଳା ମୋତି ଖଚିତ ଧେନୁ ଧାରଣ କରିଥାନ୍ତି। ଶ୍ରୀରାମଙ୍କ ଏହି ରାଜ ଦରବାରରେ ହନୁମାନ, ସୁଗ୍ରୀବ, ନଳ, ନୀଳ ଆଦିଙ୍କ ସହ ବହୁ ମୁନିଋଷିଙ୍କ ପ୍ରତିମୂର୍ତ୍ତି ଆଉ ଏକ କାଠ ନିର୍ମିତ ସିଂହାସନରେ ବିରାଜମାନ କରିଥାନ୍ତି। ହେଲେ ଏହି ଦୁର୍ଲ୍ଲଭ ବେଶ ୧୯୦୫ ମସିହା ପର ଠାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ସ୍ୱାଧିନ ଭାରତର କୌଣସି ସରକାର ରଘୁନାଥ ବେଶ କରିବା ପାଇଁ ଚେଷ୍ଟା କରି ମଧ୍ୟ ସଫଳ ହୋଇନାହାନ୍ତି। 

ସେପଟେ ୨୦୧୮ ଏପ୍ରିଲ ୧୮ ତାରିଖରେ ରତ୍ନଭଣ୍ଡାର ଭିତରକୁ ଯାଇଥିବା ସମୟରେ ରତ୍ନଭଣ୍ଡାରରେ ଥିବା ସ୍ୱର୍ଣ ଅଳଙ୍କାରର ସ୍ଥିତି ଖରାପ ହୋଇଥିବା ଜଣାପଡିଥିଲା। ରଘୁନାଥ ବେଶ ପଡିଲେ ରତ୍ନଭଣ୍ଡାରରୁ ଅଳଙ୍କାର ଖୋଲାଯିବ। ଏନେଇ ପରିଚାଳନା ବୈଠକରେ ଆଲୋଚନା କରାଯିବ ବୋଲି ସେବାୟତ କହିଛନ୍ତି। କେବଳ ସରକାର ଚାହିଁଲେ ମହାପ୍ରଭୁଙ୍କ ରଘୁନାଥ ବେଶ ହୋଇପାରିବ। ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ନେଇ ପଦକ୍ଷେପ ନେବାକୁ ରାଜ୍ୟପାଳ ରାଜ୍ଯ ସରକାରଙ୍କୁ ଚିଠି କରିଥିଲେ। ଏପର୍ଯ୍ୟନ୍ତ ସେଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି କହିଛନ୍ତି ସାମାଜିକ କର୍ମୀ।

୧୫୭୭ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୁର୍ଲ୍ଲଭ  ରଘୁନାଥ ବେଶ । ଏହି ବେଶ ଏତେ ଦୁର୍ଲଭ ଓ ଚିତ୍ତାକର୍ଷକ ଥିଲା ଯେ ତତ୍କାଳୀନ ରାଜା ଏହି ବେଶକୁ ନେଇ ସ୍ୱର୍ଣ୍ଣମୁଦ୍ରା ଓ ଦେଶରେ ରାମାଭିଶେକ ମୁଦ୍ରା ଭାବେ ପ୍ରଚଳନ କରିଥିଲେ। ରାମାଭିଶେକ ପଡୁନଥିବା ତିଥିରେ ପୁଷାନକ୍ଷତ୍ର ଓ କର୍କଟ ରାଶି ଏକ ସଙ୍ଗେ ପଡିଲେ ସେହିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବାର ରହିଛି ସ୍ୱତନ୍ତ୍ର ପରମ୍ପରା। 

ମହାପ୍ରଭୁ ହୀରା,ନୀଳା,ମୋତି ମାଣିକ୍ୟର ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଥାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀରାମ ଓ ବଡଠାକୁର ଶ୍ରୀବଳଭଦ୍ର ଲକ୍ଷଣ ବେଶରେ ଶୃଙ୍ଗାର ହୋଇଥାନ୍ତି। ନାକରେ ସୁବର୍ଣ୍ଣ ଖଚିତ ନାକଶୀ ସହ ହୀରା ନୀଳା ଖଚିତ ଧେନୁ ପରିଧାନ କରିଥାନ୍ତି। ରତ୍ନସିଂହାସନ ଠାରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ହୋଇଥାଏ ଶ୍ରୀରାମଙ୍କ ଦରବାର। ରତ୍ନସିଂହାସନ ଭଳି କାଠ ନିର୍ମିତ ଆଉ ଏକ ସିଂହାସନରେ ବିରାଜମାନ କରିଥାନ୍ତି ହନୁମାନ, ସୁଗ୍ରୀବ, ନଳ,ନୀଳ ଆଦି ରାଜପରିଷଦ ବର୍ଗଙ୍କ ସହ ବହୁ ମୁନିରୂଷିଙ୍କ ରୁପା ଖଚିତ ମୂର୍ତ୍ତି। ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। 

ମାତ୍ର ଏହି ବେଶ ଶେଷ ଥର ଲାଗି ୧୯୦୫ ମସିହାରେ ରାଜାରାଜୁଡା ସମୟରେ ଅନୁଷ୍ଠିତ ହୋଇଥିଲା। ଭାରତ ସ୍ୱାଧିନ ହେବା ପରେ କୌଣସି ସରକାର ଏହି ବେଶ କରିବାକୁ ସାହସ କରିନାହାନ୍ତି। ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶ ବନ୍ଦ ହେବା ଉଚିତ ନୁହେଁ। ସରକାର ଚାହିଁଲେ କରିପାରିବେ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଅନ୍ୟ ପଟେ ରତ୍ନଭଣ୍ଡାର ଖୋଲିବା ନେଇ ପଦକ୍ଷେପ ନେବାକୁ ରାଜ୍ୟପାଳ ରାଜ୍ଯ ସରକାରଙ୍କୁ ଚିଠି କରିଛନ୍ତି। ହେଲେ ସରକାର  ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି କହିଛନ୍ତି ସାମାଜିକ କର୍ମୀ।

ସେପଟେ ୧୯୮୨ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହି ବେଶ କରିବା ପାଇଁ  ଉଦ୍ଯମ ଆରମ୍ଭ କରିଥିଲେ। ଏମିତିକି ଏଥିପାଇଁ ବଜେଟ ପ୍ରସ୍ତୁତ କରାଯାଇଥିଲା। ହେଲେ କୌଣସି କାରଣ ବଶତଃ ରଘୁନାଥ ବେଶ ହୋଇପାରିଲା ନାହିଁ। ସରକାର ନଚାହିଁଲେ ଶ୍ରୀମନ୍ଦିର ପରିଚାଳନା କମିଟି କି ଶ୍ରୀମନ୍ଦିର ପ୍ରଶାସନ ଏଭଳି ବ୍ୟୟବହୁଳ ବେଶ କରିବା ସମ୍ଭବ ନୁହେଁ। ଏଥିପାଇଁ ପ୍ରାୟ ୨୫-୩୦କୋଟି ଟଙ୍କା ଖର୍ଚ୍ଚ ହେବ। ସରକାର ରଘୁନାଥ ବେଶ କରିବା ପାଇଁ ଏବେଠୁଁ ପ୍ରସ୍ତୁତ ଆରମ୍ଭ କରିବା ଦରକାର। 

୧୯୦୫ ମସିହାରେ ଅନୁଷ୍ଠିତ ରଘୁନାଥ ବେଶର କିଛି ଭଗ୍ନାବଶେଷ ଦକ୍ଷିଣ ଦ୍ୱାର ନିକଟ ଶ୍ରୀରାମ ମନ୍ଦିରରେ ଅଛି। ସେପଟେ ୨୦୧୮ ଏପ୍ରିଲ ୧୮ ତାରିଖରେ ରତ୍ନଭଣ୍ଡାର ଭିତରକୁ ଯାଇଥିବା ସମୟରେ ମହାପ୍ରଭୁଙ୍କ ଅଳଙ୍କାର ସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଥିବା କମିଟି ହୃଦବୋଧ କରିଥିଲା। ରଘୁନାଥ ବେଶ ପଡିଲେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ବାହାର କରାଯିବ। ଏନେଇ ପରିଚାଳନା କମିଟିରେ ଆଲୋଚନା କରାଯିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ଯ।

ବିଗତ ୫୦୦ ଶହ ବର୍ଷ ମଧ୍ୟରେ ତତ୍କାଳୀନ ରାଜା ୯ ଥର ମହାପ୍ରଭୁଙ୍କ ଦୁର୍ଲ୍ଲଭ ରଘୁନାଥ ବେଶ କରିବାରେ ସଫଳ ହୋଇଥିଲେ। ହେଲେ ସ୍ୱାଧିନ ଭାରତର କୌଣସି ସରକାର କାହିଁକି ଏହି ବେଶ କରିବାକୁ ଅସମର୍ଥ ହେଉଛନ୍ତି। ଅର୍ଥାଭାବ ନା  ପରିଚାଳନାଗତ ଅପାରଗତା ଲୁଚାଇବାକୁ ଯାଇ ଦେଉଛନ୍ତି ପଛଘୁଞ୍ଚା।