ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୪ ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ
Advertisement
Article Detail0/zeeodisha/odisha611671

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୪ ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ

ଦ୍ୱିତୀୟ ଧୂପ ସରିବା ପରେ ରୀତିନୀତି ସମ୍ପନ୍ନ ହେବ । ସେପଟେ ଆଜି ପୂର୍ବାହ୍ନ ୧୧ଟାରେ ବସିବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଯୋଗଦେଵେ ନିଯୋଗର ସବୁ ସଦସ୍ୟ। 

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୪ ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ

ସଞ୍ଜୟ ମହାପାତ୍ର, ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ ଓ ଶ୍ରଦ୍ଧାଳୁ। ଦ୍ୱିତୀୟ ଭୋଗ ମଣ୍ଡପ ବା ଦ୍ୱିତୀୟ ଧୂପ ସରିବା ପରେ ବନକଲାଗି ରୀତିନୀତି ସମ୍ପନ୍ନ କରାଯିବ। ଅପରାହ୍ଣ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଜାରି ରହିବ ମହାପ୍ରଭୁଙ୍କ ବନକଲାଗି ବେଶ । ସେଥିପାଇଁ ଭକ୍ତମାନଙ୍କୁ ଏହି ୪ ଘଣ୍ଟା ଦର୍ଶନରୁ ବଞ୍ଚିତ ହେବାକୁ ପଡ଼ିବ। 
ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ କରାଯାଇଥିବା ପ୍ରସାଧାନରେ ଶ୍ରୀ ବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ଓ ପ୍ରାୟ ଚାରିଘଣ୍ଟାର ନୀତି ହୋଇଥିବା ଯୋଗୁ ୪ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ସେପଟେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ୧୧ଟା ବେଳେ ବସିବ ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ ।  ବୈଠକରେ ଯୋଗଦେଵେ ସମସ୍ତ ନିଯୋଗର ସଦସ୍ୟ । ମହାପ୍ରଭୁଙ୍କଠାରେ ଚାଲିଥିବା ପହିଲି ଭୋଗ ନୀତିକାନ୍ତି ଶୃଙ୍ଖଳିତ ହେବା ନେଇ ଏହି ବୈଠକରେ ଆଲୋଚନା କରାଯିବ। ଆଗକୁ ଥିବା ଗ୍ରହଣ ନୀତି ସହ ମକର ସଂକ୍ରାନ୍ତି ଉପରେ ବି ଏହି ବୈଠକରେ ଆଲୋଚନା ହେବା ଆଶା କରଯାଉଛି ।