ହରିଣ ପାଇଁ ଲକ୍ ଡାଉନ ପାଲଟିଛି ସୁବର୍ଣ୍ଣସୁଯୋଗ
Advertisement
Article Detail0/zeeodisha/odisha663000

ହରିଣ ପାଇଁ ଲକ୍ ଡାଉନ ପାଲଟିଛି ସୁବର୍ଣ୍ଣସୁଯୋଗ

କୋରୋନା ପାଇଁ ମନ ଖୋଲା ଆନନ୍ଦ ଉଲ୍ଲାସ ପାଇଛି ହରିଣ

ହରିଣ ପାଇଁ ଲକ୍ ଡାଉନ ପାଲଟିଛି ସୁବର୍ଣ୍ଣସୁଯୋଗ

ସଞ୍ଜୟ କୁମାର ମହାପାତ୍ର, ପୁରୀ:  ସାରା ଭାରତ ବର୍ଷ ଦୀର୍ଘ ୧୦ଦିନ ହେବ ଲକ୍ ଡାଉନରେ ରହିଛି । ପୁରୀରେ ମଧ୍ୟ ଲକ୍ ଡାଉନକୁ କଡାକଡି କରାଯାଇଛି । ଏହି ସମୟରେ ସୋସିଆଲ ମିଡିଆରେ ଘୁରିବୁଲୁଛି ଏକ କୌତୁହଳ ପୂର୍ଣ୍ଣ ଭିଡିଓ । ଏହି ଭିଡିଓଟି ବାଲୁଖଣ୍ଡ ଅଭୟାରଣ୍ୟ ସନ୍ନିକଟ ସମୁଦ୍ରକୂଳର ଦୃଶ୍ଯ ବୋଲି ଦର୍ଶାଯାଇଛି । ତେବେ ଏହି ଭିଡିଓରେ ଦେଖିବାକୁ ମିଳୁଛି ଏକ ମାଈ ହରିଣ କିଭଳି ଆନନ୍ଦରେ ସମୁଦ୍ର ଜୁଆର ସହ ଖେଳ ଖେଳୁଛି । ସମୁଦ୍ର ଜୁଆର ଆସୁଥିବା ବେଳେ ତା ଆଗରେ ହରିଣଟି ଖେଳୁଛି । ଯେତେବେଳେ ଜୁଆର ପାଣି ତାଦେହରେ ଆଘାତ କରୁଛି ତ ସେ ଆନନ୍ଦ ଉଲ୍ଲାସରେ ଖେଳୁଥିବା ନଜରକୁ ଆସୁଛି ।

fallback

ଏବେ ଲକଡାଉନ ଯୋଗୁଁ ପୁରୀ ବେଳାଭୂମି ସମ୍ପୂର୍ଣ୍ଣ ଖାଁ ଖାଁ ରହିଥିବାରୁ ହରିଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି । ପର୍ଯ୍ୟଟକମାନେ ନ ଥିବାରୁ ତାଙ୍କୁ କେହି ବାଧା ଦେବାକୁ ନାହାନ୍ତି । ଏଠି ଯେଉଁ ଭିଡିଓଟି ରହିଛି ସେଥିରେ ଗୋଟିଏ ହରିଣ ଖେଳୁଥିବା ଦେଖାଯାଇଛି ତ ଜଣାପଡୁଛି ବୋଧହୁଏ ହରିଣଟି ଦଳ ମଧ୍ୟରୁ ବାହାରି ଆସି ଏଭଳି ନିଆରା ମୁହୁର୍ତ୍ତକୁ ହାତଛଡା କରିବାକୁ ଚାହିଁ ନାହିଁ । ତେବେ ଏଭଳି କୌତୁହଳପୂର୍ଣ୍ଣ ଭିଡିଓଟି ଲକ୍ ଡାଉନ ସମୟରେ ସମସ୍ତଙ୍କୁ ବେଶ୍ ଆନନ୍ଦ ଦେଇଛି ।

fallback