ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଅବରୋଧ ଉଚ୍ଛେଦ ଜାରି
Advertisement
Article Detail0/zeeodisha/odisha612739

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଅବରୋଧ ଉଚ୍ଛେଦ ଜାରି

ଗତକାଲି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖରେ ଦୀପକ ସାହୁଙ୍କ ଚାରି ମହଲା କୋଠା ଉଚ୍ଛେଦ କରା ଯାଇଥିବା ବେଳେ ଆଜି ଉଚ୍ଛେଦ ସ୍ଥଳରେ ଅବଶିଷ୍ଟାଂଶ ଓ ଭଗ୍ନାବଶେଷକୁ ସଫା କରାଯାଉଛି 

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଅବରୋଧ ଉଚ୍ଛେଦ ଜାରି

ପୁରୀ: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୭୫ ମିଟର ସୁରକ୍ଷା ଜୋନରେ ଅବରୋଧ ଉଚ୍ଛେଦ ଜାରି ରହିଛି । ଗତକାଲି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖରେ ଦୀପକ ସାହୁଙ୍କ ଚାରି ମହଲା କୋଠା ଉଚ୍ଛେଦ କରା ଯାଇଥିବା ବେଳେ ଆଜି ଉଚ୍ଛେଦ ସ୍ଥଳରେ ଅବଶିଷ୍ଟାଂଶ ଓ ଭଗ୍ନାବଶେଷକୁ ସଫା କରାଯାଉଛି । ଉକ୍ତ ଚାରିମହଲା ବିଶିଷ୍ଟ କୋଠାର ପ୍ରାୟ ଅଶି ପ୍ରତିଶତ ଭଙ୍ଗାଯାଇଥିବା ବେଳେ ବଳକା ଆଜି ଭଙ୍ଗା ଯାଉଛି । 

ଏହା ସହିତ ଗଡନ୍ତି ଛକରେ ଦୁଇଟି କୋଠା ସାଙ୍ଗକୁ ଭିତର ସେବାୟତ ନିଯୋଗର ତିନି ମହଲା ବିଶିଷ୍ଟ କୋଠାକୁ ଉଚ୍ଛେଦ କରାଯିବ । ଏହି ତିନୋଟି କୋଠାରୁ ଇଲେକ୍ଟ୍ରୀ ଓ ପାଣି ସଂଯୋଗ କାଟି ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଭିତର ସେବାୟତ ନିଯୋଗର କୋଠାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଞ୍ଚରୁ ଉର୍ଦ୍ଧ୍ୱ ଜେସିବି ମେସିନ ନିୟୋଜିତ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ନଅ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ପ୍ରାୟ ପାଞ୍ଚରୁ  ଉର୍ଦ୍ଧ୍ୱ ମାଜିଷ୍ଟ୍ରେଟ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରୀୟାକୁ ଅଧିକ କ୍ରିୟାଶୀଳ କରାଯାଇଛି । 
ବୁଧବାର ବିଳମ୍ବିତ ରାତିରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସମାଧିସ୍ଥଳକୁ ମାଟିରେ ମିଶାଇ ଦିଆଯାଇଛି । ସେପଟେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଉପରେ ମଧ୍ୟ କାର୍ଯ୍ୟ ଜୋରଦାର ଚାଲିଛି । ସିଂହଦ୍ୱାର ଆଗକୁ ସବୁଜିମା ମୟ କରାଯାଇଛି । ବିଭିନ୍ନ କିସମର ଚାରା ରୋପଣ କରିବା ସହ ନିର୍ମାଣାଧୀନ ଅତ୍ୟାଧୁନିକ  ସେଡ୍ ନିକଟରେ ଚାରା ସଜାଯାଉଛି । ପାନୀୟଜଳ, ଟଏଲେଟ ସହ ଜୋତା, ମୋବାଇଲ, ଜିନିଷପତ୍ର ରଖିବା ଲାଗି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଉଥିବା ନଜରକୁ ଆସିଛି ।