Puri News: ଆଜି ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି, ଏତିକି ସମୟ ବନ୍ଦ ରହିବ ସାଧାରଣ ଦର୍ଶନ
Advertisement
Article Detail0/zeeodisha/odisha1793378

Puri News: ଆଜି ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି, ଏତିକି ସମୟ ବନ୍ଦ ରହିବ ସାଧାରଣ ଦର୍ଶନ

Puri News: ଆଜି ସୋମବାର ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି । ଏ ଅବସରରେ ଶ୍ରୀବିଗ୍ରହଙ୍କ ଖସାପଡା ନୀତି (Khasapada Lagi Niti of Lord Jagannath) ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି ଆରମ୍ଭ ହେବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଦିର୍ଘ ୪ ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୁଏ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Puri News: ଶ୍ରୀମନ୍ଦିରରେ ମହାବାହୁଙ୍କ (Lord Jagannath)ଦର୍ଶନ ଲାଗି ପ୍ରତ୍ୟକ ଦିନ ଭକ୍ତଙ୍କ ଗହଳି ଲାଗିଥାଏ। ଆଜି ସୋମବାର ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି ।  ଏ ଅବସରରେ ଶ୍ରୀବିଗ୍ରହଙ୍କ ଖସାପଡା ନୀତି (Khasapada Lagi Niti of Lord Jagannath) ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି ଆରମ୍ଭ ହେବ। ଏନେଇ ସଂନ୍ଧ୍ୟା ୬ଟାରୁ  ରାତି ୧୦ଟା ପର୍ଯ୍ୟନ୍ତ  ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର(Shree Jagannath Temple Administration) ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହା ଏକ ଗୁପ୍ତ ନୀତି  ( secret ritual of Lord Jagannath)ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବାରଣ କରାଯାଇଥାଏ । ଏହି ନୀତି ଦଇତାପତି ସେବକମାନଙ୍କ ଦ୍ବାରା ସମ୍ପାଦିତ ହେବ । ବର୍ଷକୁ ଦୁଇରୁ ତିନିଥର ଏହି ନୀତି ପାଳନ ହୁଏ । ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ଖସାପଡା ନୀତି (Khasapada Lagi Niti) ଅନୁଷ୍ଠିତ ହୋଇଥାଏ। । ମହାପ୍ରଭୁଙ୍କ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୁଏ। 

Also Read: Ilish Price Today: ଜାଲରେ ପଡିଲେଣୀ ଇଲିସି, ଜାଣନ୍ତୁ କିଲୋ ପ୍ରତି ଦାମ୍ କେତେ?

ସେପଟେ,   ଆଜିଠୁ ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି। ପଶ୍ଚିମଦ୍ୱାର ଆଜି ଖୋଲିବା ପରେ ପୁରୀ ବାସିନ୍ଦା ପରଚିୟ ପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିଛନ୍ତି । ମହାମାରୀ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନଥିଲା କି, ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ଲାଗି ହନ୍ତସନ୍ତ ହେବାକୁ ପଡୁନଥିଲା । କୋଭିଡ଼ ପୂର୍ବରୁ ଭକ୍ତ ଚାରିଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ । ହେଲେ କୋଭିଡ଼ ପରେ କେବଳ ସିଂହଦ୍ବାରା ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିଥିଲା । ଫଳରେ ଖରାତରାରେ ଲମ୍ବା ଲାଇନ ଦେଇ ଭକ୍ତ ଜଗା ଦର୍ଶନ କରୁଥିଲେ । ତେବେ ଏନେଇ ଅନେକ ସମସ୍ୟା ଉପୁଜିବା ପରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଦାବି ହୋଇଆସଥିଲା । ଏନେଇ ଦିନ ଗଡ଼ିବା ସହ ଭକ୍ତ ଓ ସେବାୟତଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା। ଭକ୍ତଙ୍କ ସ୍ବାର୍ଥ ତଥା ଭକ୍ତି ଭାବକୁ ଅଣଦେଖା କରି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁଭଳି ମନମୁଖୀ ଶାସନ ଚାଲିଛି ଏନେଇ ଅସନ୍ତୋଷ ପ୍ରକାଶ କରି ଖୋଲା ବିରୋଧ ଆରମ୍ଭ କରିଛନ୍ତି ସେବାୟତ, ଆଇନଜୀବୀ, ନେତା ଓ ବିଭିନ୍ନ ସଂଗଠନ । ଏଭଳି ସ୍ଥିତିରେ ସେବକଙ୍କ ମୁଣ୍ତରେ ଅଠା ବୋଳି, ଆଗାମୀ ଦିନରେ ଚାରିଦ୍ବାର ଖୋଲିବା ଉପରେ ଯାହା କିଛି ନିଷ୍ପତି ହେବ ତାହା ସେବାୟତଙ୍କ ମତ କହି ଖସିଯିବାକୁ ଉଦ୍ୟମ କରାଯାଉଛି ।

ସେପଟେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ବିଭିନ୍ନ ମହଲରୁ ଚାପ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଗତ ଗୁରୁବାର ଦିନ ଛତିଶା ନିଯୋଗ ବୈଠକ ଡ଼କାଯାଇଥିଲା । ତେବେ ଏହି ବୈଠକରେ ଏନେଇ କୌଣସି ନିଷ୍କର୍ଷ ବାହାରିପାରି ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣ ସେବାୟତ ପ୍ରତିନିଧି ଓ ୨ ଜଣ ବରିଷ୍ଠ ସେବାୟତଙ୍କୁ ନେଇ ଏକ ୮ ଜଣିଆ କମିଟି ଗଠନ କରି ଦାୟିତ୍ବ ସାରି ଦେଇଛି ମନ୍ଦିର ପ୍ରଶାସନ । କମିଟି ରିପୋର୍ଟ ଆଧାରରେ, ପରବତ୍ରିର୍ତ୍ତୀ ନିଷ୍ପତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ରଂଜନ କୁମାର ଦାସ କହିଛନ୍ତି ।  ସେପଟେ ଏନେଇ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଚାରିଦ୍ବାରା ଖୋଲିବା ପ୍ରସଙ୍ଗରେ ସରକାର ଓ ପ୍ରଶାସନ ଅଯଥା ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ନିଯୋଗ ବୈଠକ ଡ଼କାଯାଇ ଏକ କମିଟି ଗଠନ କରାଗଲା । କିନ୍ତୁ ଛତିଶା ନିଯୋଗ କେବଳ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ନେଇ ନିଷ୍ପତ୍ତି ନେଇପାରିବ । ତେବେ କାହିଁକି ଏହି ବୈଠକ ଡକାଯାଇଥିଲା?  ପୂର୍ବରୁ କ’ଣ ଛତିଶା ନିଯୋଗ ବୈଠକ ଡ଼ାକି ଦ୍ବାର ବନ୍ଦ କରାଯାଇଥିଲା କି? ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରଶ୍ନ କରିଥିଲେ । ସେ ଆଉ ମଧ୍ଯ ଅଭିଯୋଗ କରିଥିଲେ ଯେ, ଏବେ ସେବାୟତଙ୍କ ମୁଣ୍ତରେ ଅଠା ବୋଳି ପ୍ରଶାସନ ଦୋଷ ଖସାଇବାକୁ ବସିଛି । ଏଯାଏଁ କେହି ଜାଣିପାରିଲେ ନାହିଁ ଯେ, କାହିଁକି ଚାରିଦ୍ବାର ବନ୍ଦ ରହିଛି । ଯେଉଁ କମିଟି ଗଠନ ହୋଇଛି ଏହାକୁ ତୁରନ୍ତ ବରଖାସ୍ତ କରାଯାଉ । ଏଥିରେ କେବଳ ପ୍ରଶାସନ ଓ ସେବକ ପ୍ରତିନିଧିଙ୍କୁ ରଖାଯାଇଥିବା ବେଳେ ଏଠାରେ ଭକ୍ତଙ୍କ ଚିହ୍ନ ବର୍ଣ୍ଣ ନାହିଁ ।  ତେବେ ଏପରି ସ୍ଥିତିରେ ଭକ୍ତଙ୍କ ଦୁଃଖ କିଏ କହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ନାଟକ କରାଯାଇ କେବଳ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରାଯାଉଛି ।