Vande Bharat Express: ପୁରୀରୁ ଦୌଡ଼ିଲା 'ବନ୍ଦେ ଭାରତ' ଏକ୍ସପ୍ରେସ, ୮୦୦୦ କୋଟି ପ୍ରକଳ୍ପର ଶୁଭାରମ୍ଭ
Advertisement

Vande Bharat Express: ପୁରୀରୁ ଦୌଡ଼ିଲା 'ବନ୍ଦେ ଭାରତ' ଏକ୍ସପ୍ରେସ, ୮୦୦୦ କୋଟି ପ୍ରକଳ୍ପର ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି ଠାରୁ ଓଡ଼ିଶାରୁ କୋଲକାତାକୁ କମିବ ଯାତ୍ରା ସମୟ। ପୁରୀଠାରୁ ଦୌଡ଼ିଛି ବନ୍ଦେଭାରତ ଏକ୍ସପ୍ରେସ। ମାତ୍ର ସାଢେ ୬ ଘଣ୍ଟାରେ ହାଓଡ଼ାରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଏହି ହାଇ ସ୍ପିଡ଼ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡ଼ିଓ କନ

Vande Bharat Express: ପୁରୀରୁ ଦୌଡ଼ିଲା 'ବନ୍ଦେ ଭାରତ' ଏକ୍ସପ୍ରେସ, ୮୦୦୦ କୋଟି ପ୍ରକଳ୍ପର ଶୁଭାରମ୍ଭ

Vande Bharat Express Inauguration: ନୂଆଦିଲ୍ଲୀ: ଆଜି ଠାରୁ ଓଡ଼ିଶାରୁ କୋଲକାତାକୁ କମିବ ଯାତ୍ରା ସମୟ। ପୁରୀଠାରୁ ଦୌଡ଼ିଛି ବନ୍ଦେଭାରତ ଏକ୍ସପ୍ରେସ। ମାତ୍ର ସାଢେ ୬ ଘଣ୍ଟାରେ ହାଓଡ଼ାରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଏହି ହାଇ ସ୍ପିଡ଼ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡ଼ିଓ କନଫରେନସ ମାଧ୍ୟରେ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନସ ମାଧ୍ୟମରେ ଯୋଗ ଦେଇଥିଲେ। ପୁରୀରେ ଉଭୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଉପସ୍ଥିତ ଥିଲେ।