ଗତ ବାତ୍ୟାରେ ଶ୍ରୀମନ୍ଦିର ଉପରୁ ସ୍କାଫୋଲ୍ଡିଂ ଭୁଷୁଡି ମନ୍ଦିରର କ୍ଷତିଗ୍ରସ୍ତ ହୋଇଥିବା କାରଣରୁ ମଙ୍ଗଳବାର ମନ୍ଦିର ପରିସରରୁ ଆଗୁଆ ଏହାକୁ ଅପସାରଣ କରାଯାଉଛି।
Trending Photos
ପୁରୀ: "ୟାସ" ବାତ୍ୟା କାରଣରୁ ପୁରୀରେ ଲାଗିରହିଛି ଝିପି ଝିପି ବର୍ଷା। ଏହା ସହିତ ବହୁଛି ପବନ। ସେପଟେ ସମୁଦ୍ର ଜୁଆରିଆ ରହିଥିବାବେଳେ ପୁରୀ ପାଇଁ ଜାରି ହୋଇଛି ୮ ନମ୍ବର ବିପଦ ସଙ୍କେତ। ବାତ୍ଯାକୁ ଦୃଷ୍ଟିରେ ରଖି ଜିଲ୍ଲାର ଅସ୍ତରଙ୍ଗ, କାକଟପୁର ପ୍ରଭୃତି ବ୍ଲକର ତଳିଆ ଅଞ୍ଚଳରୁ ପ୍ରାୟ ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାୟ ୩୦-୪୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଛି।
"ୟାସ" ବାତ୍ୟା (Cyclonem Yass) କାରଣରୁ ରଥ ନିର୍ମାଣ (Chariot Construction) କାର୍ଯ୍ଯ ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ତିନି ରଥର ଗୁଜ ଅନୁକୂଳ ହେବା ସହ ଜନ୍ତାଗାଢ ଖୋଳାଯାଇଛି। ଗୁଜ ଅନୁକୂଳ ପରେ ରଥ ନିର୍ମାଣ କାର୍ଯ୍ଯକୁ ସ୍ଥଗିତ ରଖାଯାଇଛି।
ଫନି ବାତ୍ୟାରେ (Cyclone Fani) ଶ୍ରୀମନ୍ଦିର ଉପରୁ ସ୍କାଫୋଲ୍ଡିଂ (Srimandir Scaffolding) ଭୁଷୁଡି ମନ୍ଦିରର କ୍ଷତିଗ୍ରସ୍ତ ହୋଇଥିବା କାରଣରୁ ମଙ୍ଗଳବାର ମନ୍ଦିର ପରିସରରୁ ଆଗୁଆ ଏହାକୁ ଅପସାରଣ କରାଯାଉଛି। ସେପଟେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାକୁ ମଧ୍ୟ ବାତ୍ୟା କାରଣରୁ ସଙ୍କୁଚିତ କରାଯାଇଛି। ପ୍ରତିକାତ୍ମକ ଭାବେ ମଙ୍ଗଳବାର-ବୁଧବାର ଚନ୍ଦନଯାତ୍ରା (Chandan Yatra) ନୀତି ପାଳନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଜଣାଇଛନ୍ତି।
Also Read: Cyclone Yaas: ବାଲୁକାକୃତି ଜରିଆରେ ସଚେତନତା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ବାତ୍ଯାର ପ୍ରଭାବ ସତ୍ତ୍ୱେ ରଥଖଳାରେ ବିଧିପରମ୍ପରା ମୁତାବକ ରୂପକାର ସେବକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି ତିନି ରଥର ଗୁଜ ଅନୁକୁଳ। ଭୋଇ ସେବକଙ୍କ ଦ୍ୱାରା ମଧ୍ୟ ଜନ୍ତାଗା{ ଅନୁକୁଳ କରାଯାଇଛି। ବାତ୍ଯା ୟାସ୍ ଯୋଗୁଁ ଗୁଜ ଅନୁକୂଳ ପରେ ଦୁଇ ଦିନ ରଥ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ସେପଟେ ବାହାର ଚନ୍ଦନ ଯାତ୍ରାରେ ଆଜି ଚାପ ଖେଳିବେ ନାହିଁ ମହାପ୍ରଭୁ। କେବଳ ପ୍ରତୀକାତ୍ମକ ଭାବେ ବିମାନ ଯାଇ ଚାପକୁ ସ୍ପର୍ଶ କରି ପ୍ରତ୍ୟାବର୍ତନ କରିଛି।
ସେପଟେ ରଥ ନିର୍ମାଣ ସେବକଙ୍କ ମଧ୍ୟରୁ ୨୬ ଜଣ କୋରୋନା ଆକ୍ରାନ୍ତଙ୍କୁ କେଭିଡ କେୟାର ସେଣ୍ଟର (Covid Care Center) ଠାରେ ରଖାଯାଇଛି। ନୀଳାଚଳ ଭକ୍ତ ନିବାସରେ (Nilachal Bhakta Niwas) ଚାଲିଥିବା କୋଭିଡ କେୟାର ସେଣ୍ଟରରେ ପର୍ଯ୍ୟାପ୍ତ ପରିମାଣର ପୱାର ବ୍ୟାକ୍ ଅପ୍ (Power Back Up) ବ୍ୟବସ୍ଥା ନିଶ୍ଚିତ କରାଯିବା ସହ ୩-୪ ଦିନ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ (Essential Good) ମହଜୁଦ ରଖାଯାଇଛି। ଏହା ସହ ରୋଗୀଙ୍କ ଲାଗି ଅମ୍ଳଜାନ ସିଲିଣ୍ଡର (Oxygen Cyllinder) ପାଇଁ ପର୍ଯ୍ୟାପ୍ତ ବ୍ୟାକ୍ ଅପ୍ ରଖିବାକୁ ସ୍ଥିର କରାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ (Srimandir Chief Adminstrator)।
Also Read: Cyclone Yaas ପୂର୍ବରୁ ବେଳାଭୂମିରେ Jellyfish ମଡ଼କ; ଚିନ୍ତାରେ ସମୁଦ୍ର ବିଜ୍ଞାନୀ
ପୁରୀରେ ପୂର୍ତ୍ତ ବିଭାଗ (Public Works Department) ପକ୍ଷରୁ ଯେଉଁ ଉନ୍ନୟନଳକ କାର୍ଯ୍ୟ ଚାଲିଛି ବାତ୍ୟା ଯୋଗୁଁ ତାହା ବନ୍ଦ କରାଯାଇଥିବା ବେଳେ ସେହି କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି ବୋଲି କହିଛନ୍ତି ବିଭାଗୀୟ ସଚିବ କ୍ରୀଷନ କୁମାର। ଶ୍ରୀମନ୍ଦିର ସହ ସେବାୟତଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରୁ ହଟାଯାଉଛି ସ୍କାଫୋଲ୍ଡିଂ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ (ASI) ପକ୍ଷରୁ ଏହାକୁ ଖୋଲା ଯାଉଛି।
ଗତବର୍ଷ ଫନି ସମୟରେ ଏହି ଲୁହାଭାରା ଭୁଷୁଡି ପଡିବା ଯୋଗୁଁ ମୁଖ୍ୟ ମନ୍ଦିରର ବ୍ଯାପକ କ୍ଷୟକ୍ଷତି ହୋଇଥିଲା। ଏଥିରେ ଦକ୍ଷିଣି ଘର ନିକଟ ବଡଦେଉଳ ଉପରେ ଥିବା ସିଂହମୂର୍ତ୍ତୀ ବିଘ୍ନ ଘଟିଥିଲା। ସିଂହଦ୍ଵାର ନିକଟରେ ଥିବା ଜୟବିଜୟ ମୂର୍ତ୍ତି ମଧ୍ୟ ତଳକୁ ଖସିପଡି ଭାଙ୍ଗି ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
Also Read: Cyclone Yass: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରଖିଛି Puri Admin
ଧିରେଧିରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ଯା ୟସ୍। ଯାହାକୁ ନେଇ ପୁରୀରେ ଲାଗିରହିଛି ଝିପଝିପ୍ ବର୍ଷା। ଏହା ସହ ପବନ ବେଗ (Wind Speed) ମଧ୍ୟ ବଢିବାରେ ଲାଗିଛି। ସମୁଦ୍ର ଅଶାନ୍ତ। ସମୁଦ୍ରରେ ବଡବଡ ଜୁଆର ଆସି କୂଳ ଲଂଘୁଛି। ପୁରୀ ପାଇଁ ୮ନମ୍ବର ବିପଦ ସଂକେତ ଦିଆଯାଇଛି। ଅନ୍ଯପଟେ ବାତ୍ଯାକୁ ନେଇ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ଥାନାନ୍ତରିତ ପ୍ରକ୍ରିୟା। କୌଣାର୍କ ସମେତ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର ପ୍ରଭୃତି ବ୍ଲକର ତଳିଆ ଅଞ୍ଚଳରୁ ଏବେ ସୁଦ୍ଧା ସ୍ଥାନାନ୍ତରିତ ହୋଇଛନ୍ତି ୩ ହଜାର ଲୋକ।
ପ୍ରାୟ ୩୦-୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଲକ୍ଷ୍ୟା ଧାର୍ଯ୍ୟ ରହିଛି। ଅସ୍ତରଙ୍ଗ ବ୍ଲକର କେଉଟଜଙ୍ଘା, ଛେନୁଆ, ତଣ୍ଡାହାର ପ୍ରଭୃତି ଅଞ୍ଚଳରରୁ କିଛି ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବେଳେ କୋଣାର୍କର ତେଲୁଗୁ ସାହି ସହ ସୁତନ ପଞ୍ଚାୟତରୁ କିଛି ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥାନୀୟ ତହସିଲଦାର, ବିଡିଓଙ୍କ ସହ ଖୋଦ୍ ପୁରୀ ଜିଲ୍ଲାପାଳ-ଏସପି ମଧ୍ୟ ସ୍ଥାନାନ୍ତରିତ ପ୍ରକ୍ରିୟାରେ ସାମିଲ ହୋଇଥିଲେ।
Also Read: ବାତ୍ୟା ପୂର୍ବରୁ ମାଛ ମଡ଼କ; ଦୁର୍ଗନ୍ଧରେ ଫାଟିପଡୁଛି ବେଳାଭୂମି
ବାତ୍ଯା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରାଯାଇଛି। ଶୁଖିଲା ଖାଦ୍ଯ, ଔଷଧ ଆଦି ମହଜୁଦ ରହିଛି। ତଳିଆ ଅଞ୍ଚଳରୁ କିଭଳି ପାଣି ନିଷ୍କାସନ ହେବ ସେଥିପାଇଁ ଆବଶ୍ୟକତା ମୁତାବକ ପମ୍ପସେଟ୍ ମହଜୁଦ ରଖାଯାଇଛି। ପୁରୀରେ ଗୋଟିଏ ଏନଡିଆରଏଫ୍ ଟିମ୍ (NDRF Team) ରହିଥିବା ବେଳେ ଅସ୍ତରଙ୍ଗ,ଗୋପ, କାକଟପୁରକୁ ଓଡ୍ରାଫ ଟିମ୍ ପଠାଯାଇଛି ବୋଲି ଜିଲ୍ଲାପାଳ ଜଣାଇଛନ୍ତି। ଫନି ପରେ ଆଉ ଏକ ବଡ ବାତ୍ଯାକୁ ସାମ୍ନା କରିବେ ପୁରୀବାସୀ। ଫନି ଘା ଏ ପର୍ଯ୍ୟନ୍ତ ଶୁଖିନଥିବା ବେଳେ କିଭଳି ରହିବ ୟାସ୍ ବାତ୍ୟାର ତାଣ୍ଡବ ତାହାକୁ ନେଇ ସମସ୍ତଙ୍କ ମନରେ ରହିଛି ବଡ ଆଶଙ୍କା।