Rath Yatra 2023: ସୁସ୍ଥ ହେଲେ ଶ୍ରୀଜିଉ, ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି
Advertisement
Article Detail0/zeeodisha/odisha1738441

Rath Yatra 2023: ସୁସ୍ଥ ହେଲେ ଶ୍ରୀଜିଉ, ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି

Rath Yatra: ବିଶ୍ବ ନିୟନ୍ତାଙ୍କ ଲାଗି ତିଆରି ହୋଇଥିବା ଏହି ଦଶମୂଳ ମୋଦକ ବେଶ ପାରମ୍ପାରିକ ପଦ୍ଧତିରେ ପ୍ରସ୍ତୁତ କରାଯାଇଥାଏ। ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁଯାୟୀ, ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇ ଏକାଦଶୀ ତିଥିରେ ଏହାକୁ ଶ୍ରୀଜୀଉଙ୍କ ନିକଟରେ ସମର୍ପଣ କରାଯାଇଥାଏ  l

ସୌ(ସୋସିଆଲ ମିଡିଆ)

Rath Yatra 2023: ଆଜି ଅଣସରର ଦ୍ବାଦଶୀ ତିଥିରେ ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି । ସକାଳ ଧୂପ ସରିବା ପରେ ଜୟ ବିଜୟ ଦ୍ବାର ବନ୍ଦ କରାଯାଇ ବେହେରଣ ଦ୍ବାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ ।ସୂଚନା ମୁତାବିକ, ବୁଧବାର ଦିନ ଏକାଦଶୀ ତିଥିରେ ଦଶମୂଳ ଆୟୁର୍ବେଦ ଔଷଧକୁ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯାଇଥିଲା । ପରମ୍ପରା ଅନୁଯାୟୀ, ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଦଶମୂଳ ମୋଦକକୁ ଅଣସରର ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଦାଖଲ କରିଥିଲେ ମହାପ୍ରଭୁଙ୍କ ରାଜବୈଦ୍ୟ । ବିଶ୍ବ ନିୟନ୍ତାଙ୍କ ଲାଗି ତିଆରି ହୋଇଥିବା ଏହି ଦଶମୂଳ ମୋଦକ ବେଶ ପାରମ୍ପାରିକ ପଦ୍ଧତିରେ ପ୍ରସ୍ତୁତ କରାଯାଇଥାଏ। ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁଯାୟୀ, ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇ ଏକାଦଶୀ ତିଥିରେ ଏହାକୁ ଶ୍ରୀଜୀଉଙ୍କ ନିକଟରେ ସମର୍ପଣ କରାଯାଇଥାଏ  l

ଶ୍ରୀମନ୍ଦିରର ରାଜବୈଦ୍ୟ ସେବକମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି l ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ -ଶାଳପନ୍ନି , ଗମ୍ଭାରୀ , ଫଣଫଣା , କୃଷ୍ଣ ପନ୍ନି , ଅଗବଥୁ , ବେଲ , ଅଙ୍କରାନ୍ତି , ଗୋଖରା, ଲବିଂ କୋଳି, ନବାଙ୍କୁରୀକୁ ପ୍ରଥମେ ଶୁଖା ଯାଇଥାଏ l ପରେ ଏହାକୁ ଗୁଣ୍ଡ କରାଯାଇଥାଏ l ଏହି ଗୁଣ୍ଡକୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସଯାଇ ଖୁଆ, ଶର୍କରା, ସର, ମହୁ, ଘିଅ , ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଏ l ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ l ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆରେ ରଖା ଯାଇଥାଏ l ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦରେ ଦାଖଲ କରାଯାଇଥାଏ l ଏକାଦଶୀ ଦିନ ପତି ମହାପାତ୍ର ସେବକ ଏହି ଦଶମୂଳ ମୋଦକ ଶ୍ରୀବିଗ୍ରହଙ୍କ ନିକଟରେ ଅର୍ପଣ କରନ୍ତି। ତେବେ ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇଦାପତି ଓ ବିଦ୍ୟାପତିମାନେ ଶ୍ରୀଜିଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ ଓ ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିବେ ।

ଏହା ବି ପଢନ୍ତୁ-Keonjhar Rath Height: ବିଶ୍ୱର ବୃହତ୍ତମ କାଠ ରଥ; ଶିଆଳି ଲତାରୁ ପ୍ରସ୍ତୁତ ଦଉଡି ହୁଏ ରଥ ଟଣା

ଏହା ବି ପଢନ୍ତୁ-Khordha: ମହାପ୍ରଭୁଙ୍କ ସେବାରେ ପୁରା ପରିବାର, ୩୫ ବର୍ଷ ଧରି ଯୋଗାଇ ଆସୁଛନ୍ତି ସେବା

ସେପଟେ ରଥଯାତ୍ରାକୁ ଆଉ ହାତ ଗଣତି କେତେଟା ଦିନ ରହିଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ରଥ କାମ । ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାମ । ଚଳିତ ବର୍ଷ ରଥଯାତ୍ରାକୁ କିପରି ସୁରୁଖୁରରେ କରାଯିବ । ସେନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଛି । ଏଥିରେ ରଥଯାତ୍ରା ସମୟରେ ସହରରେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ନେଇ ପୋଲିସ ଏଡ଼ିଜି ସୂଚନା ଦେଇଛନ୍ତି । ଏହାସହ ଗହଳି ନୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ଲାଗି ୪୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ସେପଟେ ଶୃଙ୍ଖଳିତ ଭାବେ ଘୋଷଯାତ୍ରା ପରିଚାଳନ କରିବା ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ଯକ୍ଷତାରେ ନିକଟରେ ଏକ ବୈଠକ ବସିଥିଲା । ଏଥିରେ ପରିଚାଳନ କମିଟି ସଦସ୍ୟ ଓ ସେବାୟତଙ୍କ ଉପସ୍ଥିତିରେ ଭକ୍ତଙ୍କ ସୁବିଧା ଲାଗି ପର୍ଯ୍ୟାପ୍ତ ଜଳ, ବିଶ୍ରାମ ସ୍ଥଳୀ ଓ ଆଶୁ ଚିକିତ୍ସ କେନ୍ଦ୍ର ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା ।