ପିପିଲିର ଏହି ଗାଁ ୧୦ ଦିନ ପାଇଁ ସିଲ, ଚିହ୍ନଟ ହୋଇଥିଲେ ଆକ୍ରାନ୍ତ
Advertisement
Article Detail0/zeeodisha/odisha663242

ପିପିଲିର ଏହି ଗାଁ ୧୦ ଦିନ ପାଇଁ ସିଲ, ଚିହ୍ନଟ ହୋଇଥିଲେ ଆକ୍ରାନ୍ତ

ସମ୍ପୃକ୍ତ ଅଞ୍ଚଳରେ ଆଉ କିଛି ଲୋକଙ୍କୁ ଆବଶ୍ୟକ ପଡିଲେ ନିକଟସ୍ଥ ସ୍କୁଲରେ କରାଯାଇଥିବା ଆଇସୋଲେସନ ସେଣ୍ଟରରେ ରଖାଯିବ ବୋଲି କହିଛନ୍ତି ସରପଞ୍ଚ ।

ଫଟୋ ସୌଜନ୍ୟ: ଜୀ ମିଡିଆ

ସଞ୍ଜୟ କୁମାର ମହାପାତ୍ର, ପୁରୀ: ବଢ଼ି ଚାଲିଛି ଓଡିଶାରେ କୋରୋନା ପଜିଟିଭଙ୍କ ସଂଖ୍ୟା । ଆଉ ସେହି ତାଲିକାରେ ଯୋଡ଼ି ହୋଇଯାଇଛି ପୁରୀ ଜିଲ୍ଲା । ନିଜାମୁଦ୍ଦିନରୁ ଫେରିଥିବା ପିପିଲି ଦାନଗହରୀ ଗାଁର ଜଣେ ସନ୍ଦିଗ୍ଧ ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଗାଁକୁ କେମିକାଲ ଦେଇ ବିଶୋଧନ କରାଯାଇଛି । ତା ସହ ପିପିଲି ବ୍ଲକର ଦୁଇଟି ଗାଁ ଦାନଗହରି ଛକ, ଜୟପୁର ଶାସନ ଓ ଜୟପୁର ଛକକୁ ସମ୍ପୁର୍ଣ୍ଣ ରୂପେ  ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୧୦ ଦିନ ପାଇଁ କରାଯାଇଛି ସଟ୍ ଡାଉନ । ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ନିର୍ଦ୍ଦେଶାନାମା ଜାରୀ ହୋଇଥିବା ବେଳେ କିଛି ମେଡିସିନ ଦୋକାନକୁ ଛାଡ଼ି ଆଉ ସବୁ ବନ୍ଦ ବୋଲି କହିଛନ୍ତି ଉପ ଜିଲ୍ଲାପାଳ  । 

ସେପଟେ ସମ୍ପୃକ୍ତ ଅଞ୍ଚଳରେ ଆଉ କିଛି ଲୋକଙ୍କୁ ଆବଶ୍ୟକ ପଡିଲେ ନିକଟସ୍ଥ ସ୍କୁଲରେ କରାଯାଇଥିବା ଆଇସୋଲେସନ ସେଣ୍ଟରରେ ରଖାଯିବ ବୋଲି କହିଛନ୍ତି ସରପଞ୍ଚ । ଗାଁରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟରେ ଭଦ୍ରକ, ଭୁବନେଶ୍ୱର, କଟକ ସଟ ଡାଉନ ପରେ ପୁରୀ ଜିଲାର ସମସ୍ତ ପ୍ରବେଶ ପଥକୁ ସମ୍ପୁର୍ଣ୍ଣ ସିଲ କରାଯାଇଛି । ଯେତେ ବୁଝାଇଲେ ବି ଲୋକେ ନ ବୁଝୁଥିବାରୁ ସେମାନଙ୍କୁ ସଚେତନ କରିବା ପାଇଁ ରଙ୍ଗତୁଳୀ କଳାକାର ସଙ୍ଘ ପକ୍ଷରୁ ରୋଡ ଆର୍ଟ କରି ସଚେତନ କରାଯାଉଥିବା ବେଳେ ପୁରୀ ପୁଲିସ ପକ୍ଷରୁ ଏକ ସଚେତନତା ମୂଳକ ଭିଡିଓ ଜାରି କରାଯାଇଛି ବୋଲି କହିଛନ୍ତି ଟ୍ରାଫିକ ଥାନା ଅଧିକାରୀ  ।

କୋରୋନାକୁ ନେଇ ଲକ୍ ଡାଉନ୍ ବେଳେ ସରକାରଙ୍କ ପକ୍ଷରୁ ଲୋକଙ୍କ ସମସ୍ୟା କଥା ବୁଝା ଯାଉଛି । ତେଣୁ ଅଯଥାରେ କୋରୋନା ସଂକ୍ରାନ୍ତରେ ଗୁଜବ କରନ୍ତୁ ନାହିଁ କି ତାହାର ପ୍ରଚାର କରନ୍ତୁ ନାହିଁ  । ଯେଉଁମାନେ ବି ନିଜାମୁଦ୍ଦିନରୁ ଫେରିଛନ୍ତି ସେମାନେ ନିଜ ଆଡ଼ୁ ପଞ୍ଜୀକୃତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।