Advertisement
Article Detail0/zeeodisha/odisha663242
Zee OdishaPuriପିପିଲିର ଏହି ଗାଁ ୧୦ ଦିନ ପାଇଁ ସିଲ, ଚିହ୍ନଟ ହୋଇଥିଲେ ଆକ୍ରାନ୍ତ

ପିପିଲିର ଏହି ଗାଁ ୧୦ ଦିନ ପାଇଁ ସିଲ, ଚିହ୍ନଟ ହୋଇଥିଲେ ଆକ୍ରାନ୍ତ

ସମ୍ପୃକ୍ତ ଅଞ୍ଚଳରେ ଆଉ କିଛି ଲୋକଙ୍କୁ ଆବଶ୍ୟକ ପଡିଲେ ନିକଟସ୍ଥ ସ୍କୁଲରେ କରାଯାଇଥିବା ଆଇସୋଲେସନ ସେଣ୍ଟରରେ ରଖାଯିବ ବୋଲି କହିଛନ୍ତି ସରପଞ୍ଚ ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ସଞ୍ଜୟ କୁମାର ମହାପାତ୍ର, ପୁରୀ: ବଢ଼ି ଚାଲିଛି ଓଡିଶାରେ କୋରୋନା ପଜିଟିଭଙ୍କ ସଂଖ୍ୟା । ଆଉ ସେହି ତାଲିକାରେ ଯୋଡ଼ି ହୋଇଯାଇଛି ପୁରୀ ଜିଲ୍ଲା । ନିଜାମୁଦ୍ଦିନରୁ ଫେରିଥିବା ପିପିଲି ଦାନଗହରୀ ଗାଁର ଜଣେ ସନ୍ଦିଗ୍ଧ ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଗାଁକୁ କେମିକାଲ ଦେଇ ବିଶୋଧନ କରାଯାଇଛି । ତା ସହ ପିପିଲି ବ୍ଲକର ଦୁଇଟି ଗାଁ ଦାନଗହରି ଛକ, ଜୟପୁର ଶାସନ ଓ ଜୟପୁର ଛକକୁ ସମ୍ପୁର୍ଣ୍ଣ ରୂପେ  ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୧୦ ଦିନ ପାଇଁ କରାଯାଇଛି ସଟ୍ ଡାଉନ । ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ନିର୍ଦ୍ଦେଶାନାମା ଜାରୀ ହୋଇଥିବା ବେଳେ କିଛି ମେଡିସିନ ଦୋକାନକୁ ଛାଡ଼ି ଆଉ ସବୁ ବନ୍ଦ ବୋଲି କହିଛନ୍ତି ଉପ ଜିଲ୍ଲାପାଳ  । 

ସେପଟେ ସମ୍ପୃକ୍ତ ଅଞ୍ଚଳରେ ଆଉ କିଛି ଲୋକଙ୍କୁ ଆବଶ୍ୟକ ପଡିଲେ ନିକଟସ୍ଥ ସ୍କୁଲରେ କରାଯାଇଥିବା ଆଇସୋଲେସନ ସେଣ୍ଟରରେ ରଖାଯିବ ବୋଲି କହିଛନ୍ତି ସରପଞ୍ଚ । ଗାଁରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟରେ ଭଦ୍ରକ, ଭୁବନେଶ୍ୱର, କଟକ ସଟ ଡାଉନ ପରେ ପୁରୀ ଜିଲାର ସମସ୍ତ ପ୍ରବେଶ ପଥକୁ ସମ୍ପୁର୍ଣ୍ଣ ସିଲ କରାଯାଇଛି । ଯେତେ ବୁଝାଇଲେ ବି ଲୋକେ ନ ବୁଝୁଥିବାରୁ ସେମାନଙ୍କୁ ସଚେତନ କରିବା ପାଇଁ ରଙ୍ଗତୁଳୀ କଳାକାର ସଙ୍ଘ ପକ୍ଷରୁ ରୋଡ ଆର୍ଟ କରି ସଚେତନ କରାଯାଉଥିବା ବେଳେ ପୁରୀ ପୁଲିସ ପକ୍ଷରୁ ଏକ ସଚେତନତା ମୂଳକ ଭିଡିଓ ଜାରି କରାଯାଇଛି ବୋଲି କହିଛନ୍ତି ଟ୍ରାଫିକ ଥାନା ଅଧିକାରୀ  ।

କୋରୋନାକୁ ନେଇ ଲକ୍ ଡାଉନ୍ ବେଳେ ସରକାରଙ୍କ ପକ୍ଷରୁ ଲୋକଙ୍କ ସମସ୍ୟା କଥା ବୁଝା ଯାଉଛି । ତେଣୁ ଅଯଥାରେ କୋରୋନା ସଂକ୍ରାନ୍ତରେ ଗୁଜବ କରନ୍ତୁ ନାହିଁ କି ତାହାର ପ୍ରଚାର କରନ୍ତୁ ନାହିଁ  । ଯେଉଁମାନେ ବି ନିଜାମୁଦ୍ଦିନରୁ ଫେରିଛନ୍ତି ସେମାନେ ନିଜ ଆଡ଼ୁ ପଞ୍ଜୀକୃତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । 

Add Zee News as a Preferred Source
About the Author