ଆଜି ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ
Advertisement
Article Detail0/zeeodisha/odisha595264

ଆଜି ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ଶ୍ରୀଜୀଉଙ୍କର ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ଏହି ବେଶ ନୀତି ସମ୍ପନ କରିଥାନ୍ତି । ଜଗନ୍ନାଥ  ଓ ଶ୍ରୀବଳଭଦ୍ରଙ୍କ ମସ୍ତକର ଶୀର୍ଷଭାଗରେ ଜରି ବେତକନାରେ ଦୁଇଟି ଡାଳଚୂଳ ସହିତ ଲାଗି କରାଯାଏ ।

ଆଜି ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ: ଆଜି ହେଉଛି କାର୍ତ୍ତିକ ଶୁକ୍ଳପକ୍ଷ ଚତୁର୍ଦ୍ଧଶୀ ଓ ପବିତ୍ର ପଞ୍ଚୁକର ଚତୁର୍ଥ ଦିନ । ଆଜିର ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ବା ଡାଳକିଆ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉଙ୍କ ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମେ ।

ଶ୍ରୀଜୀଉଙ୍କର ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ଏହି ବେଶ ନୀତି ସମ୍ପନ କରିଥାନ୍ତି । ଜଗନ୍ନାଥ  ଓ ଶ୍ରୀବଳଭଦ୍ରଙ୍କ ମସ୍ତକର ଶୀର୍ଷଭାଗରେ ଜରି ବେତକନାରେ ଦୁଇଟି ଡାଳଚୂଳ ସହିତ ଲାଗି କରାଯାଏ । ଏହି ଡାଳି ଓ ଚୂଳରେ ଶୋଲର ଜରିରେ ନିର୍ମିତ ଫୁଲ ଧାଡ଼ି କରି ଲଗାଯାଏ । ତାହା ମଧ୍ୟରେ ସୁବର୍ଣ୍ଣ କିଆ ଖୋସାଯାଏ । ଶ୍ରୀମୁଖରେ ଦିଆଯାଇଥିବା ଗୋଟିଏ ଗୋଟିଏ ବଳା ସମଗ୍ର ବେଶକୁ ଧରି ରଖିଥାଏ । ଏହି ବେଶରେ ମାଳି, ପଦକମାଳି ଓ ତାବିଜ ମାଳି ଲଗାଯାଏ । ଶ୍ରୀଭୁଜ ଓ ଶ୍ରୀପୟର ମଧ୍ୟ ଲାଗେ । ଆୟୁଧ, ଶଙ୍ଖ, ଚକ୍ର, ହଳ, ମୂଷଳ ମଧ୍ୟ ଲାଗି କରାଯାଏ । ତେବେ ତିନି ଠାକୁର ଅନ୍ୟ ବେଶପରି ସୁବର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି ।