Advertisement
Article Detail0/zeeodisha/odisha693768
Zee OdishaSambalpurବୁର୍ଲା ଭିମସାରରେ ମିଛ MRI ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ

ବୁର୍ଲା ଭିମସାରରେ ମିଛ MRI ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ

ରୋଗୀଙ୍କ ଠାରୁ ଅଯଥା ବିଲ ଦେଖାଇ ଟଙ୍କା ହଡ଼ପ ଅଭିଯୋଗ

ବୁର୍ଲା ଭିମସାରରେ ମିଛ MRI ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ

ଅଜୟ ନାଥ, ସମ୍ବଲପୁର: ପୁଣିଥରେ ଚର୍ଚ୍ଚାରେ ବୁର୍ଲା ବଡ଼ ଡାକ୍ତରଖାନା. ପୁର୍ବରୁ ରୋଗୀଙ୍କ ସମସ୍ୟା ନେଇ ଚର୍ଚ୍ଚାକୁ ଆସୁଥିଲା ତ ପୁଣି କେବେ ଡାକ୍ତରଙ୍କ ଅବହେଳାକୁ ନେଇ ଖବରର ଶିରୋନାମା ପାଲଟେ. ଏଥର କିନ୍ତୁ ଭିନ୍ନ କାରଣର ପାଇଁ ଚର୍ଚ୍ଚାକୁ ଆସିଛି. ଭୀମସାର ବୁର୍ଲାରେ ମିଛ MRI ନାଁରେ କୋଟି କୋଟି ଟଙ୍କାର ବିଲ୍ କରି ଅର୍ଥ ହଡ଼ପ କରିନେଉଥିବା ଅଭିଯୋଗ କରିଛନ୍ତି  ସିନିଅର ରେସିଡେଣ୍ଟ ଡାକ୍ତର ଶଙ୍କର ରାମଚନ୍ଦନୀ । ଡାକ୍ତର ଗୋଟିଏ MRI ପାଇଁ ରୋଗୀଙ୍କୁ ପଠାଉଥିବା ବେଳେ ଭୀମସାରରେ MRI ପାଇଁ ଠିକା ପାଇଥିବା ସଂସ୍ଥା କ୍ରିଷ୍ଣା ଡାଇଗ୍ନୋଷ୍ଟିକ ପ୍ରାଇଭେଟ ଲିମିଟେଡ ଅତ୍ୟାଧିକ ୩ରୁ ୪ଟି MRI କରି କୋଟି ମାସିକ କୋଟି କୋଟି ବିଲ ଅଭିଯୋଗ ହୋଇଛି ।

ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଥିବା ଇନ୍ଦୁମତୀ ପାଲଙ୍କ MRI ପାଇଁ ଡାକ୍ତର ଔଷଧ ଚିଠାରେ ସ୍ପଷ୍ଟଭାବେ ଗୋଟିଏ LS spine MRI ପାଇଁ ଲେଖାଯାଇଛି । ଯାହାର ମୂଲ୍ୟ ୪ ହଜାର ଟଙ୍କା ହେବ । ତାହା କ୍ରିଷ୍ଣା ଡାଇଗ୍ନୋଷ୍ଟିକ ସରକାରଙ୍କଠାରୁ ବିଲ୍ କରି ପାଇବ କଥା । ହେଲ ସେ ସରକାରଙ୍କୁ ଦେଇଥିବା ବିଲ୍ ରେ ୩ଟି MRI ପାଇଁ ବିଲ୍ ହୋଇଛି ଓ ତାହା ଡକ୍ତର ପ୍ରଭାତୀ ଦତ୍ତ ସ୍ୱାକ୍ଷର କରିଛନ୍ତି ଓ MRI ସଂସ୍ଥା ବିଲ୍  ମଧ୍ୟ ହୋଇଥିବା ଲକ୍ଷ୍ୟ କରାଯାଇଛି । ତେବେ ଏହା ଗୋଟିଏ ଘଟଣା ନୁହେଁ ସେହିପରି ଶୋଭାରାମ ଚୌହାନଙ୍କ କ୍ଷେତ୍ରରେ ମଧ୍ୟ ତାହା ଘଟିଛି । ଡାକ୍ତର ଗୋଟିଏ MRI ପାଇଁ ଲେଖୁଛନ୍ତି , ହେଲେ ରୋଗୀ ଡିସର୍ଚାଜ ହେଲା ପରେ ବିଲ୍ ହେଉଛି ୩ଟି ଅଧିକ MRIର । 

ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରେକ୍ସିପସନରେ ଗୋଟିଏ MRI ପାଇଁ ଲେଖିଥିବା ଡାକ୍ତର ବିଲ୍ କଲାବେଳେ ୪ଟି MRI ର ବିଲରେ ଦସ୍ତଖତ କରି ବିଲ୍ କରାଇବାରେ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ? ଏ ଅନୁକମ୍ପା ଦେଖାଇବାରେ କଣ ସ୍ୱାର୍ଥ ଅଛି ତାହା ଜଳ ଜଳ ହୋଇ ଦିଶୁଛି। ଗୋଟିଏ ରୋଗୀର ୩ଟି ଅଧିକ MRI କରି ୧୨୦୦୦ ଅଧିକ ବିଲ୍ କରାଯାଉଛି. ତେବେ ଏନେଇ ପ୍ରତିକ୍ରିୟା ଦେବାକୁ ଯାଇ ମେଡିକାଲ ଅଧୀକ୍ଷକ ଏବଂ ନୂତନ ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଥିବା ଭୀମସାର ନିର୍ଦେଶକ କହିଛନ୍ତି ଯେ ତଦନ୍ତ ହେବ ଏବଂ ଯିଏ ଏ ଘୋଟଲା ରେ ସମ୍ପୃକ୍ତ ଥିବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Add Zee News as a Preferred Source

 

 

About the Author