ପ୍ରଶ୍ନପତ୍ର ଲିକ ମାମଲା, ଦୋଷୀ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
Advertisement

ପ୍ରଶ୍ନପତ୍ର ଲିକ ମାମଲା, ଦୋଷୀ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସବୁବେଳେ ଦୁଇ ସେଟ ପ୍ରଶ୍ନ ପତ୍ର ପ୍ରସ୍ତୁତ କରାଯାଉଥିବା ବେଳେ ଜରୁରୀକାଳୀନ ଅବସ୍ଥାରେ ଦ୍ଵିତୀୟ ସେଟ ପ୍ରଶ୍ନ ପତ୍ର ବଣ୍ଟାଯାଇଥାଏ ।

ଫାଇଲ ଫଟୋ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଯୁକ୍ତ ୩ ଥାର୍ଡ ସେମିଷ୍ଟର ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ । ବୁଧବାର ବିଳମ୍ବିତ ରାତିରେ କେମେଷ୍ଟ୍ରି ଓ ଜୁଲୋଜିର ପ୍ରଶ୍ନ ପତ୍ର ଲିକ୍ ହୋଇଥିବାର ଖବର ପାଇଥିଲେ ପରୀକ୍ଷା ନିୟନ୍ତ୍ରକ ସୂର୍ଯ୍ୟ ନାରାୟଣ ନାୟକ । ଶୁକ୍ରବାର ଯେହେତୁ ପରୀକ୍ଷା ରହିଥିଲା ତୁରନ୍ତ ଜରୁରୀକାଳୀନ ବୈଠକ ଡାକି ବିକଳ୍ପ ବ୍ୟବସ୍ଥା କରାଯାଇଥିଲା । ସବୁବେଳେ ଦୁଇ ସେଟ ପ୍ରଶ୍ନ ପତ୍ର ପ୍ରସ୍ତୁତ କରାଯାଉଥିବା ବେଳେ ଜରୁରୀକାଳୀନ ଅବସ୍ଥାରେ ଦ୍ଵିତୀୟ ସେଟ ପ୍ରଶ୍ନ ପତ୍ର ବଣ୍ଟାଯାଇଥାଏ । ଏହି କ୍ଷେତ୍ରରେ ସେହି ପନ୍ଥା ଅବଲମ୍ବନ କରାଯାଇଥିଲା । 

ପରୀକ୍ଷାର ଠିକ ପୂର୍ବରୁ ଦ୍ଵିତୀୟ ସେଟ ପ୍ରଶ୍ନ ପତ୍ର ଦେଇ ପରୀକ୍ଷା କରାଯାଇଥିଲା । କେଉଁଠି ପ୍ରଶ୍ନ ପତ୍ର ଲିକ ହୋଇଛି ଏବଂ ଏଥିରେ କାହାର ହାତ ହୋଇଛି, ସେ ବିଷୟରେ ଏକ ଟିମକୁ ଅନୁସନ୍ଧାନ ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି । ସେଥିରେ ସେ ଯାହାକୁ ଦୋଷୀ ବୋଲି ସାବ୍ୟସ୍ତ କରିବେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୂର୍ଯ୍ୟ ନାରାୟଣ ନାୟକ ।