ସମ୍ବଲପୁର ବିଶ୍ୱବିଦ୍ୟାଳୟ ମେଡ଼ିକାଲ ଫିଜିକ୍ସ ବିଭାଗର ବିଦ୍ୟାର୍ଥୀଙ୍କ ଆମରଣ ଅନଶନ
Advertisement

ସମ୍ବଲପୁର ବିଶ୍ୱବିଦ୍ୟାଳୟ ମେଡ଼ିକାଲ ଫିଜିକ୍ସ ବିଭାଗର ବିଦ୍ୟାର୍ଥୀଙ୍କ ଆମରଣ ଅନଶନ

ଏଆରଭି ମାନ୍ୟତା ନଥାଇ ଏହି ପାଠ୍ୟକ୍ରମରେ 3 ବର୍ଷ ତଳେ କିପରି ଆରମ୍ଭ କରାଯାଇଥିଲା ବୋଲି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ଏଆରଭି ମାନ୍ୟତା ନଥିବାରୁ ଏହି ପାଠ୍ୟକ୍ରମ ବନ୍ଦ ହେବା ଉପରେ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ମେଡ଼ିକାଲ ଫିଜିକ୍ସ ବିଭାଗର ବିଦ୍ୟାର୍ଥୀଙ୍କ ଆମରଣ ଅନଶନ

ସମ୍ବଲପୁର: ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଗତ କିଛି ଦିନ ହେଲା ପୁଣି ଥରେ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି ମେଡ଼ିକାଲ ଫିଜିକ୍ସ ବିଭାଗର ଛାତ୍ରଛାତ୍ରୀ । ତାଙ୍କ ମଧ୍ୟରେ ଅଶାନ୍ତି ପ୍ରକାଶ ପାଇଛି । ବିଶ୍ୱ ବିଦ୍ୟାଳୟ ଅଧୀନରେ ଚାଲିଥିବା ମେଡ଼ିକାଲ ଫିଜିକ୍ସ ପାଠ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏବେ ରିଲେ ଅନଶନର ରୂପ ନେଇଛି ।

ଏଆରଭି ମାନ୍ୟତା ନଥାଇ ଏହି ପାଠ୍ୟକ୍ରମରେ 3 ବର୍ଷ ତଳେ କିପରି ଆରମ୍ଭ କରାଯାଇଥିଲା ବୋଲି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ଏଆରଭି ମାନ୍ୟତା ନଥିବାରୁ ଏହି ପାଠ୍ୟକ୍ରମ ବନ୍ଦ ହେବା ଉପରେ । ଫଳରେ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଏଡ଼ମିଶନ ଫିସ ନେଇ ଏଡ଼ମିଶନ କଲା ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ କାହିଁକି ଖେଳା ଯାଉଛି ବୋଲି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଯଦି ଉଚ୍ଚ ଶିକ୍ଷା ମନ୍ତ୍ରୀ, କୁଳପତି, ମେଡିକାଲ ଫିଜିକ୍ସ ଡ଼ିପାର୍ଟମେଣ୍ଟ ମୁଖ୍ୟ ତାଙ୍କ ଅସୁବିଧାର ସମାଧାନ ବାବଦରେ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିବେ ତା ହେଲେ ଏହି ରିଲେ ଅନଶନ ପ୍ରତ୍ୟାହୃତ ହେବ ନ ହେଲେ ଆଗକୁ ମଧ୍ୟ ଚାଲୁ ରହିବ ବୋଲି କହିଛନ୍ତି ଛାତ୍ର ମାନେ ।