IND vs AUS: ଶୁବମନ ଗିଲ ନା ସୂର୍ଯ୍ୟକୁମାର ଯାଦବ, କିଏ ଖେଳିବେ ନାଗପୁର ଟେଷ୍ଟ? ଅଧିନାୟକ ରୋହିତ ଶର୍ମା ଦେଲେ ଏହି ଉତ୍ତର
Advertisement

IND vs AUS: ଶୁବମନ ଗିଲ ନା ସୂର୍ଯ୍ୟକୁମାର ଯାଦବ, କିଏ ଖେଳିବେ ନାଗପୁର ଟେଷ୍ଟ? ଅଧିନାୟକ ରୋହିତ ଶର୍ମା ଦେଲେ ଏହି ଉତ୍ତର

Rohit Sharma On Nagpur Test: ନାଗପୁର ଟେଷ୍ଟ (Nagpur Test) ପୂର୍ବରୁ ଅଧିନାୟକ ରୋହିତ ଆଜି କରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ଲେଇଂ ଇଲେଭେନକୁ (Playing 11) ନେଇ ବିଶେଷ କିଛି ଖାସ୍ କହି ନାହାଁନ୍ତି । କିନ୍ତୁ ଶୁବମନ ଗିଲ ନା ସୂର୍ଯ୍ୟକୁମାର ଯାଦବ କିଏ ପ୍ରଥମ ଟେଷ୍ଟ ଖେଳିବେ ତାକୁ ନେଇ ଜବାବ ରଖିଛନ୍ତି ।

ସାଙ୍କେତିକ ଛବି

IND vs AUS 1st Test, Nagpur: ଭାରତ ଓ ଅଷ୍ଟ୍ରେଲିଆ (India Vs Australia) ମଧ୍ୟରେ ବୋର୍ଡର ଗାଭାସ୍କର ଟ୍ରଫି(Border-Gavaskar Trophy) ଟେଷ୍ଟ ସିରିଜ୍ ଗୁରୁବାର ଦିନ ଠାରୁ ଆରମ୍ଭ ହେବାକୁ ଯାଉଛି । ଉଭୟ ଦଳ ପାଇଁ ଏହି ସିରିଜ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆହତ ଯୋଗୁଁ ଉଭୟ ଦଳର ଅନେକ ଷ୍ଟାର ଖେଳାଳି ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି । ନାଗପୁରରେ ଅନୁଷ୍ଠିତ ହେବାକୁ ଥିବା ସିରିଜର ପ୍ରଥମ ଟେଷ୍ଟ ପାଇଁ ପ୍ଲେଇଂ ଇଲେଭେନକୁ ନେଇ ରୋହିତ ଶର୍ମାଙ୍କୁ (Rohit Sharma) ବହୁତ ସମୟ ମୁଣ୍ଡ ଖଟାଇବାକୁ ପଡିବ । ନାଗପୁର ଟେଷ୍ଟ (Nagpur Test) ପୂର୍ବରୁ ରୋହିତ ଆଜି କରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ଲେଇଂ ଇଲେଭେନକୁ (Playing 11) ନେଇ ବିଶେଷ କିଛି ଖାସ୍ କହି ନାହାଁନ୍ତି । ଟସ୍ ସମୟରେ ସବୁକିଛି ଜଣା ପଡିବ ବୋଲି ରୋହିତ କହିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ୍ ଟେଷ୍ଟରେ ନିଜର ବ୍ୟାଟିଂ ଓ ବୋଲିଂ ଅର୍ଡର ବିଷୟରେ କିଛି ଖାସ ଖୁଲାସା କରିନଥିବା ରୋହିତ କହିଛନ୍ତି ଯେ ଏହି ବହୁ ପ୍ରତୀକ୍ଷିତ ସିରିଜରେ ପିଚ୍ ଆଧାରରେ ଖେଳାଳି ଚୟନ କରିବାର ପଦ୍ଧତି ଆପଣ ଗ୍ରହଣ କରିବେ । ରୋହିତଙ୍କୁ ବିଶେଷ ଭାବରେ ପଚରାଯାଇଥିଲା ଯେ ସୂର୍ଯ୍ୟକୁମାର ଯାଦବ ଓ ଶୁବମନ ଗିଲଙ୍କ ମଧ୍ୟରେ ଆପଣଙ୍କ କିଏ ପସନ୍ଦ ଓ ଟିମ୍ ମ୍ୟାନେଜମେଣ୍ଟ ଉପ-ଅଧିନାୟକ ରାହୁଲଙ୍କୁ ଡ୍ରପ୍ କରିବ କି । ଶୁବମନ ଭଲ ଫର୍ମରେ ଥିବାବେଳେ ସୁର୍ଯ୍ୟକୁମାର ଯାଦବଙ୍କ ନାଥନ୍ ଲିଓନଙ୍କ ପରି ଅଭିଜ୍ଞ ବୋଲରଙ୍କ ଲୟ ଖରାପ କରିବାର ଶକ୍ତି ରଖିଛନ୍ତି ।

fallback

ଭାରତୀୟ ଅଧିନାୟକ ନିଜ ଉତ୍ତରରେ ଏହା ସ୍ପଷ୍ଟ କରିଛନ୍ତି ଯେ ପ୍ଲେଇଂ ଇଲେଭେନ ଚୟନ ସମୟରେ ଖେଳାଳିଙ୍କ ଫର୍ମ ଯେତିକି ଗୁରୁତ୍ୱପୂର୍ଣ୍ଣ, ଖେଳାଳିଙ୍କ ଏକ ନିର୍ଦ୍ଦିଷ୍ଟ ପିଚ୍‌ରେ ଥିବା ଦକ୍ଷତାକୁ ମଧ୍ୟ ସେତିକି ଅଧିକ ଧ୍ୟାନ ଦିଆଯିବ । ଏହା ଏକ କଠୋର ନିଷ୍ପତ୍ତି ହେବ ବୋଲି ରୋହିତ କହିଛନ୍ତି । ସେ କହିଛନ୍ତି ଆମେ ଜାଣୁ ଯେ ଅନେକ ଖେଳାଳି ଭଲ ଫର୍ମରେ ଅଛନ୍ତି, ଏହା ଦଳ ପାଇଁ ଏକ ଭଲ ସଙ୍କେତ ଅଟେ ।

ରୋହିତ କହିଛନ୍ତି, "ପ୍ଲେଇଂ ଇଲେଭେନ ଚୟନ ଏକ ବଡ଼ ସମସ୍ୟା ଓ ଏହା ଦର୍ଶାଏ ଯେ ଅନେକ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ଦଳ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆମକୁ କେବଳ ପ୍ରତ୍ୟେକ ପିଚ୍ ଦେଖିବା ଓ ସର୍ବୋତ୍ତମ ଏକାଦଶ ବାଛିବା ଆବଶ୍ୟକ । ଅତୀତରେ ଆମେ ସମାନ କାର୍ଯ୍ୟ କରିଛୁ ଓ ଭବିଷ୍ୟତରେ ମଧ୍ୟ ସମାନ କାର୍ଯ୍ୟ କରିବୁ ।" ଭାରତୀୟ ଅଧିନାୟକ କହିଛନ୍ତି, 'ଖେଳାଳିଙ୍କ ପାଇଁ ବାର୍ତ୍ତା ସ୍ପଷ୍ଟ ରହିଛି । ପିଚ୍ ଉପରେ ନିର୍ଭର କରି ଆମେ ଖେଳାଳିମାନଙ୍କୁ ଚୟନ କରିବାକୁ ପ୍ରସ୍ତୁତ । ପିଚ୍ ଯାହା ବି ହେଉ, ଯାହା ଦରକାର, ଆମେ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବୁ । ଏହା ଏକ ସାଧାରଣ କଥା ।'

ଏହା ବି ପଢ଼ନ୍ତୁ: Kapil Dev On Pant: 'ଋଷଭ ପନ୍ତଙ୍କୁ ମୁଁ ଚାପୁଡ଼ା ମାରିବାକୁ ଚାହୁଁଛି', ବିଶ୍ୱ ଚମ୍ପିୟାନ ଅଧିନାୟକଙ୍କ ଏପରି ବୟାନରେ ସମସ୍ତେ ସ୍ତବ୍ଧ

ଏହା ବି ପଢ଼ନ୍ତୁ: Javed Miandad Controversy: ଭାରତକୁ ଧମକ ଦେଇ ଫସିଲେ ଜାଭେଦ୍ ମିଆଁଦାଦ; ଆର ଅଶ୍ୱିନ୍ ଓ ଭେଙ୍କଟେଶ ପ୍ରସାଦ ଦେଲେ ମୁହଁତୋଡ଼ ଜବାବ