devotees in suna besha: ପବିତ୍ର ସୁନାବେଶର ରହସ୍ୟ: ଜାଣନ୍ତୁ କେଉଁ ଅଳଙ୍କାରରେ ସଜ୍ଜିତ ହୁଅନ୍ତି ତିନି ଠାକୁର
Advertisement
Article Detail0/zeeodisha/odisha2338175

devotees in suna besha: ପବିତ୍ର ସୁନାବେଶର ରହସ୍ୟ: ଜାଣନ୍ତୁ କେଉଁ ଅଳଙ୍କାରରେ ସଜ୍ଜିତ ହୁଅନ୍ତି ତିନି ଠାକୁର

Lord Jagannath, siblings bask in golden glory: ଆସନ୍ତାକାଲି(ବୁଧବାର) ରଥାରୁଢ ଶ୍ରୀବିଗ୍ରହଙ୍କ ସୁନା ବେଶ ନୀତି  ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି।  । ଆଷାଢ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଠାକୁରଙ୍କ ୩ ରଥ ପହଞ୍ଚିବା ପରେ ମହାବାହୁଙ୍କ ସୁନାବେଶ ହୋଇଥାଏ। ଜାଣନ୍ତୁ ଶ୍ରୀବିଗ୍ରହଙ୍କ ସୁନାବେଶରେ ଲାଗୁଥିବ ଅଳଙ୍କାର ନାମ ଗୁଡିକ....

suna besha 2024

suna besha 2024 : ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଛନ୍ତି  ମହାବାହୁ ।ଭକ୍ତ ଓ ଭଗବାନଙ୍କ ମିଳନର ଆଉ ଏକ ଅପୂର୍ବ ଦିନ । ଶ୍ରୀକ୍ଷେତ୍ରର ବଡଦାଣ୍ଡରେ ଦେଖିବାକୁ ମିଳିବ ଜନସମୁଦ୍ର।ଆସନ୍ତାକାଲି(ବୁଧବାର) ରଥାରୁଢ ଶ୍ରୀବିଗ୍ରହଙ୍କ ସୁନା ବେଶ ନୀତି  ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି।  । ଆଷାଢ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଠାକୁରଙ୍କ ୩ ରଥ ପହଞ୍ଚିବା ପରେ ମହାବାହୁଙ୍କ ସୁନାବେଶ ହୋଇଥାଏ । 

ବର୍ଷକୁ ୪ଥର ମହାପ୍ରଭୁଙ୍କର ସୁନାବେଶ ଧାରଣ କରନ୍ତି । କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ସମୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ହେଉଥିବା ବେଳେ ବାହୁଡ଼ା ଯାତ୍ରାର ଅନ୍ତିମ ଦିନ ବଡଦାଣ୍ଡରେ ରଥ ଉପରେ ହିଁ ଶ୍ରୀବିଗ୍ରହଙ୍କ ସୁନାବେଶ ହୋଇଥାଏ । ଲକ୍ଷ ଲକ୍ଷ ଭକ୍ତ ଏହି ସୁନାବେଶକୁ ଦର୍ଶନ କରି ଅସରନ୍ତି ଆନନ୍ଦ ପାଇଥାନ୍ତି ।
ଭଗବାନଙ୍କ ସୁନାବେଶରେ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନେ ଅଳଙ୍କୃତ ହୋଇଥାନ୍ତି । ଜାଣନ୍ତୁ ଶ୍ରୀବିଗ୍ରହଙ୍କ ସୁନାବେଶରେ ଲାଗୁଥିବ ଅଳଙ୍କାର ନାମ ଗୁଡିକ -

ଶ୍ରୀଜଗନ୍ନାଥଙ୍କ ଅଳଙ୍କାର:-
କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ବର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ, ଓଢ଼ିଆଣୀ, ଚନ୍ଦ୍ରସୂର୍ୟ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ।

ଶ୍ରୀବଳଭଦ୍ରଙ୍କ ଅଳଙ୍କାର:-
କିରିଟ, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ, ଓଢ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ୟ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ।

ଦେବୀ ସୁଭଦ୍ରାଙ୍କ ଅଳଙ୍କାର:-
କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ୟ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି, ୨ଟି ତଗଡ଼ି ।