Nag Panchami 2023: ଆପଣଙ୍କ ଉପରେ ରହିଛି କି କାଳ ସର୍ପ ଦୋଷ, ନାଗ ପଞ୍ଚମୀରେ କରନ୍ତୁ ଏମିତି ଉପଚାର !
Advertisement

Nag Panchami 2023: ଆପଣଙ୍କ ଉପରେ ରହିଛି କି କାଳ ସର୍ପ ଦୋଷ, ନାଗ ପଞ୍ଚମୀରେ କରନ୍ତୁ ଏମିତି ଉପଚାର !

Nag Panchami 2023: ହିନ୍ଦୁ ଧର୍ମରେ ଶ୍ରାବଣ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଶ୍ରାବଣ ମାସ ସର୍ବୋତ୍ତମ ଅଟେ । ଏହି ମାସରେ ନାଗପଞ୍ଚମୀ ଏବଂ ରାକ୍ଷୀ ପୂର୍ଣ୍ଣିମା ଭଳି ପ୍ରମୁଖ ପର୍ବ ପାଳନ କରାଯାଏ । ନାଗପଞ୍ଚମୀ ଶ୍ରାବଣ ମାସର ଶୁକ୍ଲା ପକ୍ଷ ପଞ୍ଚମ ତିଥିରେ ପାଳନ କରାଯାଏ ।

Nag Panchami 2023: ଆପଣଙ୍କ ଉପରେ ରହିଛି କି କାଳ ସର୍ପ ଦୋଷ, ନାଗ ପଞ୍ଚମୀରେ କରନ୍ତୁ ଏମିତି ଉପଚାର !

Nag Panchami 2023: ହିନ୍ଦୁ ଧର୍ମରେ ଶ୍ରାବଣ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଶ୍ରାବଣ ମାସ ସର୍ବୋତ୍ତମ ଅଟେ । ଏହି ମାସରେ ନାଗପଞ୍ଚମୀ ଏବଂ ରାକ୍ଷୀ ପୂର୍ଣ୍ଣିମା ଭଳି ପ୍ରମୁଖ ପର୍ବ ପାଳନ କରାଯାଏ । ନାଗପଞ୍ଚମୀ ଶ୍ରାବଣ ମାସର ଶୁକ୍ଲା ପକ୍ଷ ପଞ୍ଚମ ତିଥିରେ ପାଳନ କରାଯାଏ । ଏହି ଦିନ ନାଗ ଦେବତାଙ୍କୁ ପୂଜା କରାଯାଏ। ନାଗ ଦେବତା ସମ୍ପଦର ରକ୍ଷକ ଭାବରେ ବିବେଚନା କରାଯାଏ । ସେଥିପାଇଁ ନାଗ ପଞ୍ଚମୀ ଦିନ ସାପକୁ ପୂଜା କରିବା ଉଚିତ୍ । ଯାହା ଦ୍ବାରା ଜୀବନରେ ହେଉଥିବା ସମ୍ୟା ଦୂର ହୋଇଥାଏ । ଏବଂ ଆପଣଙ୍କ ଘରେ ଧନଧାନ୍ୟର ଅଭାବ ମଧ୍ୟ ରହି ନ ଥାଏ ।  

ନାଗ ପଞ୍ଚାମୀ ୨୦୨୩ ଏହି ଦିନ ପାଳନ କରାଯିବ :

୨୦୨୩ ମସିହାରେ ନାଗ ପଞ୍ଚମୀ ୨୧ ତାରିଖ, ସୋମବାର ଦିନ ପାଳନ କରାଯିବ। ବାସ୍ତବରେ,୨୦୨୩ ମସିହାରେ, ଶ୍ରାବଣ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିର ୨୧ ତାରିଖର ଦ୍ବିପହର ୧୨ଟା ରୁ ଆରମ୍ଭ ହୋଇ  ଅଗଷ୍ଟ ୨୨ ରେ ରାତି ୨ ଟାରେ ଶେଷ ହେବ । ନାଗ ପଞ୍ଚାମୀ ୨୧ ଅଗଷ୍ଟରେ ପାଳନ କରାଯିବ । ଏହି ସମୟରେ, ସର୍ପ ଦେବତାଙ୍କୁ ଶୁଭ ସମୟରେ ପୂଜା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। 

କାଳ ସର୍ପ ଦୋଷ ହଟାଇବା ପାଇଁ ନାଗ ପଞ୍ଚମୀ ହେଉଛି ସର୍ବୋତ୍ତମ ଦିନ  :

ଯେଉଁମାନଙ୍କର ରାଶିରେ କାଳ ସର୍ପ ଦୋଶ ଅଛି । ସେମାନଙ୍କ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଏଥିରେ ବ୍ୟକ୍ତିର ଧନ ଜୀବନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଏବଂ ବିବାହରେ ମଧ୍ୟ ସମସ୍ୟା ଦେଖାଦେଇ ଥାଏ। ଭବିଷ୍ୟତର ଯୋଜନା ମଧ୍ୟ ଭଣ୍ତୁର ହୋଇଯାଏ । ମୋଟ ଉପରେ, କହିବାକୁ ଗଲେ, ଜୀବନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖି ଗତି କରିବାକୁ ପଡିଥାଏ । ସେଥିପାଇଁ କାଳ ସର୍ପ ଦୋଶ ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ । ଏହା ସହିତ ଯଥାଶୀଘ୍ର ଏଥିରୁ ମୁକ୍ତି ପାଇବାକୁ ପରାମର୍ଶ ଦିଆଯାଇଛି । କାଳ ସର୍ପ ଦୋଶ ରୋକିବା ପାଇଁ ନାଗ ପଞ୍ଚମୀ ଦିନ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏଥିପାଇଁ ଆପଣ ଶିବ ମନ୍ଦିରକୁ ରୂପା କିମ୍ବା ତମ୍ବାର ସାପ ଅର୍ପଣ କରନ୍ତୁ । ଏହି ସମସ୍ୟାରୁ ଆପଣ ମୁକ୍ତି ପାଇ ପାରିବେ। 

ସାପମାନଙ୍କୁ ଆଘାତ କର ନାହିଁ:

ବାସ୍ତବରେ, କୌଣସି ଜୀବକୁ କେବେ ନିର୍ଯାତନା ବା ଆଘାତ କରିବା ଉଚିତ୍ ନୁହେଁ । କିନ୍ତୁ ସାପମାନଙ୍କୁ ମାରିବା ପାପ ବୋଲି ଧରାଯାଏ , ଆପଣଙ୍କୁ ପରବର୍ତ୍ତୀ ଜନ୍ମ ପର୍ଯ୍ୟନ୍ତ ଏଥିରୁ ମୁକ୍ତି ମିଳି ନ ଥାଏ । ତେଣୁ ସାପମାନଙ୍କୁ ମାରନ୍ତୁ ନାହିଁ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)