ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ପାଳନ ହେବ ରାକ୍ଷୀପୂର୍ଣ୍ଣିମା; ଜଗନ୍ନାଥଙ୍କ ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ରାକ୍ଷୀ
Advertisement
Article Detail0/zeeodisha/odisha1297385

ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ପାଳନ ହେବ ରାକ୍ଷୀପୂର୍ଣ୍ଣିମା; ଜଗନ୍ନାଥଙ୍କ ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ରାକ୍ଷୀ

Raksha Bandhan 2022: ଭାଇଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତିକ ଏହି ରକ୍ଷା ବନ୍ଧନ । ଶ୍ରୀମନ୍ଦିରରେ ପ୍ରଭୂ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିଥାନ୍ତି । ଏଥିପାଇଁ ପାଟରା ବିଶୋଇ ସେବାୟତଙ୍କ ଦ୍ୱାରା ଏବେ ପ୍ରଭୂଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତି ଚାଲିଛି । 

ସୌ: ସୋସିଆଲ ମିଡିଆ

Raksha Bandhan in Jagnnatha Temple : ଚଳିତବର୍ଷ ଶୁକ୍ରବାର ଦିନ ଶ୍ରୀମନ୍ଦିରରେ (Sri Mandir) ଗହ୍ମାପୂର୍ଣ୍ଣିମା ବା ରାକ୍ଷୀପୂର୍ଣ୍ଣିମା (Raksha Bandhan) ପାଳିତ ହେବ । ଭାଇଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତିକ ଏହି ରକ୍ଷା ବନ୍ଧନ । ଶ୍ରୀମନ୍ଦିରରେ ପ୍ରଭୂ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ଭଉଣୀ ସୁଭଦ୍ରା ବାନ୍ଧିଥାନ୍ତି । ଏଥିପାଇଁ ପାଟରା ବିଶୋଇ ସେବାୟତଙ୍କ ଦ୍ୱାରା ଏବେ ପ୍ରଭୂଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତି ଚାଲିଛି । ଏହି ପବିତ୍ର ଦିନରେ ନିଜର ସୁରକ୍ଷା କାମନା କରି ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ । ଯାହାକି ଯୁଗ ଯୁଗ ପାଇଁ ଭାଇ ଭଉଣୀର ପବିତ୍ର ବନ୍ଧନକୁ ଦୃଢ କରିଦିଏ । କେବଳ ଯେ ଆମ ପରମ୍ପରାରେ ଏହା ରହିଛି ତାହା ନୁହେଁ ଶ୍ରୀମନ୍ଦିରରେ ବି ରକ୍ଷାବନ୍ଧନ ନୀତି ପାଳନ ହେଉଛି । ସେଥିପାଇଁ ଆସନ୍ତା ଶୁକ୍ରବାର ଗହ୍ମା ପୁର୍ଣ୍ଣମୀ ଦିନ ଶ୍ରୀମନ୍ଦିରରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଓ ବଡଭାଇ ଶ୍ରୀବଳଭଦ୍ରଙ୍କୁ ଗେହ୍ଲା ଭଉଣୀ ସୁଭଦ୍ରା ବିଶ୍ୱର ସର୍ବଶ୍ରେଷ୍ଠ ରାକ୍ଷୀ ବାନ୍ଦିଥାନ୍ତି । 

ଏଥିପାଇଁ ଶ୍ରୀମନ୍ଦିରର ପାଟରା ବିଶୋଇ ସେବାୟତ ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୂଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ ତିଆରି ଚାଲିଛି । ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଚିତାଲାଗି, ରାକ୍ଷୀ ପୁଣ୍ଣିମା, ରେଖା ପଞ୍ଚମୀ ସମୟରେ ବାସୁଙ୍ଗାପାଟର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପାଟରା ବିଶୋଇ ସେବାୟତଙ୍କୁ ୧୫ କିଲୋ ବାସୁଙ୍ଗା ପାଟ ଦିଆଯାଇଥାଏ । ଏହି ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଛି । ହଳଦିଆ, ନାଲିରଙ୍ଗର ରାକ୍ଷୀ ଓ ଗୁଆମାଳ ଜଗନ୍ନାଥଙ୍କୁ, ନେଳି ଓ ବାଇଗଣୀ ରଙ୍ଗର ରାକ୍ଷୀ ବଳଭଦ୍ରଙ୍କୁ ଲାଗିକରାଯାଏ । ଏହାକୁ ରାକ୍ଷୀ ପୁଣ୍ଣିମା ଦିନ ଗୋପାଳବଲ୍ଲଭ ଧୁପ ପରେ ପାଟେରା ବିଶୋଇ ମନ୍ଦିରକୁ ନେଇ ମେକାପକୁ ଦେଇଥାନ୍ତି । ସିଂହାରି ସେବକମାନେ ଏହି ରାକ୍ଷୀକୁ ମହାପ୍ରଭୂଙ୍କୁ ଲାଗିକରିଥାନ୍ତି ।

fallback

ସେପଟେ ଗହ୍ମାପୂର୍ଣ୍ଣମୀ ବା ରାକ୍ଷୀ ପୁର୍ଣିମା ସାଧାରଣରେ ଆସନ୍ତାକାଲି ପାଳନ କରୁଥିବା ବେଳେ ବିଧିପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଆସନ୍ତା ଶୁକ୍ରବାର ଦିନ ପାଳନ କରାଯିବ । ରକ୍ଷାବନ୍ଧନ ସହ ଏହି ଦିନ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି କରାଯିବ । ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଭିତର ସେବାୟତ ନିଯୋଗଙ୍କ ସହ ଆଲୋଚନା କରାଯାଇଛି । ସେପଟେ ଶୀଘ୍ର ନୀତି ସାରି ମହାପ୍ରଭୂଙ୍କ ମଧ୍ୟାହ୍ନ ଧୁପ ସାରିବା ପରେ ରକ୍ଷା ବନ୍ଧନ ଉତ୍ସବରେ ମହାପ୍ରଭୂ ଜଗନ୍ନାଥ ଓ ବଳଭଦ୍ରଙ୍କୁ ମା ସୁଭଦ୍ରାଙ୍କ ପକ୍ଷରୁ ରାକ୍ଷୀ ଲାଗି କରାଯିବ । ସେପଟେ ରକ୍ଷା ବନ୍ଧନ ଦିନ ଶ୍ରୀମନ୍ଦିରରେ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସେବାୟତ ନିଯୋଗଙ୍କ ସହ ଆଲୋଚନା ହୋଇଛି। ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ସହ ଏହି ରକ୍ଷାବନ୍ଧନ ନୀତି ବେଶ ଆଡମ୍ବର ସହକାରେ ପାଳନ କରାଯିବ । ସେପଟେ କୋରୋନା ମହାମାରୀ ଯୋଗୁଁ ଦୁଇବର୍ଷ ହେବ ଭକ୍ତ ଏହି ଚିତ୍ତାକର୍ଷକ ରାକ୍ଷୀପୂର୍ଣ୍ଣିମା ନିତି ଦର୍ଶନ କରିନଥିଲେ । ହେଲେ ଚଳିତବର୍ଷ ଭକ୍ତ ମହାପ୍ରଭୁଙ୍କର ରାକ୍ଷୀପୂର୍ଣ୍ଣିମା ନୀତି ଦର୍ଶନ କରିବେ । ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେପଟେ ଚଳିତବର୍ଷ ରାକ୍ଷୀପୂର୍ଣ୍ଣିମା ପାଳନକୁ ନେଇ ସାଧାରଣରେ ଦ୍ୱନ୍ଦ ଉପୁଜିଥିବା ବେଳେ ଆସନ୍ତାକାଲି ଘରେଘରେ ରାକ୍ଷୀପୂର୍ଣ୍ଣିମା ପାଳିତ ହେଉଥିବା ବେଳେ ଶ୍ରୀମନ୍ଦିରରେ ଶୁକ୍ରବାର ଅର୍ଥାତ ଗହ୍ମାପୂର୍ଣ୍ଣିମା ଦିନ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଉଛି । ତେବେ ଶ୍ରୀମନ୍ଦିର ପର୍ବପର୍ବାଣି ଅନୁସାରେ ପଞ୍ଜିକାର ମାନେ ସମାନ ତିଥିବାର ଅବଲମ୍ବନ କରିନାହାଁନ୍ତି । ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ଏହା ବି ପଢ଼ନ୍ତୁ: କଳା ପୋଷାକରେ ପ୍ରଦର୍ଶନକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ଏହା ବି ପଢ଼ନ୍ତୁ: ପାଣିପାଗ ବିଭଗ କରାଇଲା ସତର୍କ; ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଏସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା