ଧର୍ମଗଡ଼ରେ ଏସିଆର ଦ୍ୱିତୀୟ ସର୍ବବୃହତ ପାରଦ ଲିଙ୍ଗ; ଜାଣନ୍ତୁ, କେମିତି ହୋଇଥିଲେ ଆବିର୍ଭାବ?
Advertisement
Article Detail0/zeeodisha/odisha1209616

ଧର୍ମଗଡ଼ରେ ଏସିଆର ଦ୍ୱିତୀୟ ସର୍ବବୃହତ ପାରଦ ଲିଙ୍ଗ; ଜାଣନ୍ତୁ, କେମିତି ହୋଇଥିଲେ ଆବିର୍ଭାବ?

କଳାହାଣ୍ଡି ଜିଲ୍ଲାରେ ଯେତେ ଶୈବପୀଠ ରହିଛି ସେଥିମଧ୍ୟରୁ ଧର୍ମଗଡ଼ସ୍ଥିତ ପରାଦେଶ୍ୱର ମନ୍ଦିର ସ୍ୱତନ୍ତ୍ର। ସମସ୍ତ ଶୈବପୀଠରେ ଶୀଳା ରୂପେ ପୂଜା ପାଉଥିବା ସମୟରେ ଏଠାରେ ପାରଦରେ ନିର୍ମିତ ଲିଙ୍ଗ ପୂଜା ପାଉଛନ୍ତି। ଏହି ଶିବଲିଙ୍ଗ ଏପରି ପରିଚିତ ଯେ, ଏହା ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ପାରଦ ନିର୍ମିତ ଲିଙ୍ଗ ବୋଲି କୁହାଯାଏ। 

ଧର୍ମଗଡ଼ରେ ଏସିଆର ଦ୍ୱିତୀୟ ସର୍ବବୃହତ ପାରଦ ଲିଙ୍ଗ; ଜାଣନ୍ତୁ, କେମିତି ହୋଇଥିଲେ ଆବିର୍ଭାବ?

କଳାହାଣ୍ଡି: ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ରାଜ୍ୟ ତଥା ଦେଶରେ ବେଶ ପରିଚିତ। କିନ୍ତୁ ଏହି ଜିଲ୍ଲା କେବଳ ପର୍ଯ୍ୟଟନସ୍ଥଳୀ ନୁହଁ, ଏକ ଦର୍ଶନୀୟ ସ୍ଥାନର ମଧ୍ୟ ପାଲଟିଛି। କଳାହାଣ୍ଡିରେ ଉଭୟ ଶକ୍ତିପୀଠ ସହ ଶୈବପୀଠ ଦେଖିବାକୁ ମିଳୁଛି। ଜିଲ୍ଲାରେ ମାଁ ମାନିକେଶ୍ୱରୀ ମନ୍ଦିର ଭବାନୀପାଟଣା ଓ ରାମପୁର, ବେଲଖଣ୍ଡିର ଶୈବପୀଠ, ଧର୍ମଗଡ଼ର ଭୀମଖୋଜ ଆଦି ରହିଛି। ସେଗୁଡିକ ମଧ୍ୟରେ ଧର୍ମଗଡ଼ସ୍ଥିତ ପରାଦେଶ୍ୱର ଅନ୍ୟତମ। ଏହି ପାରେଦେଶ୍ୱରକୁ ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ପାରଦ ଲିଙ୍ଗର ମାନ୍ୟତା ରହିଛି।  

କଳାହାଣ୍ଡି ଜିଲ୍ଲାରେ ଯେତେ ଶୈବପୀଠ ରହିଛି ସେଥିମଧ୍ୟରୁ ଧର୍ମଗଡ଼ସ୍ଥିତ ପରାଦେଶ୍ୱର ମନ୍ଦିର ସ୍ୱତନ୍ତ୍ର। ସମସ୍ତ ଶୈବପୀଠରେ ଶୀଳା ରୂପେ ପୂଜା ପାଉଥିବା ସମୟରେ ଏଠାରେ ପାରଦରେ ନିର୍ମିତ ଲିଙ୍ଗ ପୂଜା ପାଉଛନ୍ତି। ଏହି ଶିବଲିଙ୍ଗ ଏପରି ପରିଚିତ ଯେ, ଏହା ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ପାରଦ ନିର୍ମିତ ଲିଙ୍ଗ ବୋଲି କୁହାଯାଏ। ଭାରତରେ ପ୍ରଥମ ପାରଦର ଲିଙ୍ଗ ହରିଦ୍ୱାରରେ ଥିବାବେଳେ ଦ୍ୱିତୀୟଟି ଓଡିଶାର ଧର୍ମଗଡ଼ରେ ଅବସ୍ଥିତ ଅଟେ। ପୃଥିବୀରେ ପଥର, ରତ୍ନ, ସ୍ପଟିକ ଏବଂ ସ୍ୱୟଂ ଭୁଲିଙ୍ଗ ଦେଖିବାକୁ ମିଳେ। କିନ୍ତୁ ପାରଦ ଲିଙ୍ଗ ସମଗ୍ର ବିଶ୍ୱରେ ବିରଳ ଅଟେ। 

Also Read: Savitri Brata : ପବିତ୍ରତା ଆଗରେ ସ୍ୱୟଂ ଯମରାଜ ବି ପରାସ୍ତ!

ପୁରାଣ ଅନୁସାରେ, ଏକଦା ଦେବୀ ପାର୍ବତୀ ଓ ଶିବଙ୍କ ମଧ୍ୟରେ ଆଲୋଚନା ବେଳେ ଦେବୀ ପ୍ରଶ୍ନ କଲେ ଯେ, ଅନ୍ୟ ଲିଙ୍ଗ ଓ ପାରଦ ଲିଙ୍ଗ ମଧ୍ୟରେ ପାର୍ଥକ୍ୟ କ'ଣ? ମହଦେବ ଉତ୍ତର ଦେଲେ, 'ଅଭ୍ରକଂ ତଵ ବିର୍ଯ୍ୟଂତୁ ମମ ବିର୍ଯ୍ୟଂତୁ ପାରଦ'। ପାରଦ ଲିଙ୍ଗ ହେଉଛନ୍ତି ସ୍ୱୟଂ ଶିବ। ପାରଦ ଲିଙ୍ଗର ପାଦୁକ ପିଇଲେ ସମସ୍ତ ରୋଗରୁ ମୁକ୍ତି ମିଳେ ଏବଂ ଏହି ପାଦୁକ ଦେହରେ ଲେପନ କଲେ ଚର୍ମ ରୋଗରୁ ମଧ୍ୟ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି।

fallback

ଧର୍ମଗଡ଼ ସହରରେ ଏହି ପରାଦେଶ୍ୱର ମହାଦେବଙ୍କ ପାରଦ ଲିଙ୍ଗ ଅବସ୍ତିତ। ଏହାକୁ ରସଲିଙ୍ଗ ମଧ୍ୟ୍ୟ କୁହାଯାଏ। ଏହି ମନ୍ଦିର ଧର୍ମଗଡ଼ ଚାରିଛକରୁ ଏହାର ଦୂରତା ମାତ୍ର ୨ କିମି ହେବ। ଆଧୁନିକ ଶୈଳୀରେ ଏହି ମନ୍ଦିରକୁ ନିର୍ମିତ କରାଯାଇଛି। ପରାଦେଶ୍ୱରଙ୍କୁ ଜୀବନରେ ଥରେ ଦର୍ଶନ କଲେ ଅନେକ ପୁଣ୍ୟ ମିଳେ ବୋଲି କିମ୍ବଦନ୍ତୀ ରହିଛି। ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନରେ ଯେଉଁ ପୁଣ୍ୟ ପ୍ରାପ୍ତି ହୁଏ, କେବଳ ପାରଦେଶ୍ୱର ଦର୍ଶନରେ ସେହିଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। 

Also Read: Shiv Vivah : ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ମନ୍ଦିର ପ୍ରଶାସନ-ସେବାୟତ ମୁହାଁମୁହିଁ

୨୦୦୧ ମସିହାରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ସୁବାସ ପଣ୍ଡାଙ୍କ ଉଦ୍ୟମରେ ଏହି ପରାଦେଶ୍ୱର ମନ୍ଦିର ନିର୍ମାଣ କରାଯାଇଥିଲା। ପାରଦ ଏକ ତରଳ ପଦାର୍ଥ ହୋଇଥିଲେ ମଧ୍ୟ ଆୟୁର୍ବେଦିକ ପଦ୍ଧତିରେ ଅଷ୍ଟାଦୋଷ ମୁକ୍ତ କରି ଦିବ୍ୟ ଜଡ଼ିବୁଟି ଦ୍ୱାରା ଏହାକୁ ବନ୍ଧିତ କରି ଲିଙ୍ଗକାର ସ୍ୱରୂପ ପ୍ରଦାନ କରାଯାଇଛି। ୫୨ କିଲୋ ପାରଦରେ ଏହି ଲିଙ୍ଗ ନିର୍ମାଣ କରାଯିବା ସହ ଗୁଜୁରାଟରେ ଥିବା 'କଚ୍ଛ' ଅଞ୍ଚଳରେ ଏହାକୁ ବିଶୋଧନ କରି ଆଣିବା ପରେ ସ୍ଥାପନ କରାଯାଇଥିଲା। ଏହିଲିଙ୍ଗ ଏକ ଶକ୍ତିପୂର୍ଣ ଲିଙ୍ଗ ବୋଲି ବିଶ୍ୱାସ କରାଯାଏ। 

ବିଭିନ୍ନ ଆୟୁର୍ବେଦ ରସାୟନ ଦ୍ୱାରା ଲିଙ୍ଗର ସୁରକ୍ଷା ପାଇଁ ପ୍ରକ୍ରିୟାକରଣ କରାଯାଇ ଏହାକୁ ଏକ ରୂପାର ଢ଼ାଙ୍କୁଣି ଦିଆଯାଇଛି। ୫୨ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରର ନିର୍ମାଣ କାରୁକାର୍ଯ୍ୟ ପର୍ଯ୍ୟଟନଙ୍କୁ ବେଶ ଆକୃଷ୍ଟ କରେ। ପୁରୀ ବଳରାମ କୋଠ ମଠର ମଠାଧିସ ସ୍ୱର୍ଗତ ଅଯୋଧ୍ୟା ଦାସ ମହାରାଜଙ୍କ ପ୍ରତ୍ୟେକ ତତ୍ୱବଧାନରେ ଏହି ମନ୍ଦିରର ନିର୍ମାଣ ହୋଇଥିଲା। ଏହାର ପାର୍ଶ୍ଵରେ ମାଁ ଅମ୍ବେଙ୍କ ମନ୍ଦିର ଥିବାବେଳେ ଷୋଡୋଶ ରୂପର ପ୍ରତିମୂର୍ତ୍ତି ସହ ୩ଟି ଦ୍ଵାର ଅବସ୍ଥାପିତ ହୋଇଛି। ସିଂହ ଦ୍ୱାର, ଷଣ୍ଢ ଦ୍ୱାର ଓ ହାତୀ ଦ୍ୱାର ରହିଥିବା ଶିବାଳୟ ଦେଖିବା ବିରଳ କିନ୍ତୁ ତାହା ଏହି ମନ୍ଦିରରେ ଦେଖିବାକୁ ମିଳିଛି ।