No secret tunnel inside Ratna bhandar : ରତ୍ନଭଣ୍ଡାର ଭିତରେ କିଛି ସୁଡ଼ଙ୍ଗ ନାହିଁ: ଜଷ୍ଟିସ ବିଶ୍ୱନାଥ ରଥ
Advertisement
Article Detail0/zeeodisha/odisha2342939

No secret tunnel inside Ratna bhandar : ରତ୍ନଭଣ୍ଡାର ଭିତରେ କିଛି ସୁଡ଼ଙ୍ଗ ନାହିଁ: ଜଷ୍ଟିସ ବିଶ୍ୱନାଥ ରଥ

Ratna Bhandar of Jagannath temple opened after 46 years: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଯାଇଛି। ସମସ୍ତ ଅଳଙ୍କାର ଆଲମିରାରେ ଭର୍ତ୍ତି କରି ଶ୍ରୀମନ୍ଦିର ଖଟଶେଜ ଘର ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ଗୁଜବ ହେଉଥିବା ଭିତର ରତ୍ନଭଣ୍ଡାରର ସୁଡ଼ଙ୍ଗ କି ଗୁପ୍ତ ଭଳି କୌଣସି ବି କୋଠରି ନାହିଁ। ଏହା ୟୁଟୁବର୍ ମାନଙ୍କ କେବଳ ମନଗଢ଼ା କଥା।କହିଛନ୍ତି ଜଷ୍ଟିସ୍‌ ରଥ।

 Ratna bhandar

 Ratna bhandar : ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଖୋଲାଯିବା ପରେ ଗତକାଲି (ଗୁରୁବାର) ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଯାଇଛି। ସମସ୍ତ ଅଳଙ୍କାର ଆଲମିରାରେ ଭର୍ତ୍ତି କରି ଶ୍ରୀମନ୍ଦିର ଭିତରକାଠ ନିକଟରେ ଥିବା ଖଟଶେଜ ଘର ଅସ୍ଥାୟୀ ରତ୍ନଭଣ୍ଡାର ବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ପୂର୍ବରୁ ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର କରି ଶ୍ରୀମନ୍ଦିର ଭିତରକାଠ ନିକଟରେ ଥିବା ଚାଙ୍ଗଡ଼ା ଓ ଫୁଲ ଘର ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଥିଲା। ଦୁଇ ଅସ୍ଥାୟୀ ରତ୍ନଭଣ୍ଡାରକୁ ଜଉମୁଦ ଦେଇ ସିଲ୍‌ କରି ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଛି।

ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ କହିଛନ୍ତି ଯେ,ଭଗବାନଙ୍କୁ ସମ୍ପୂର୍ଣ୍ଣ ସମର୍ପଣ କରି ଭିତର ଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଉପଯୁକ୍ତ ବାକ୍ସ ଓ ଆଲମିରା ଭିତରକୁ ସ୍ଥାନାନ୍ତର କରିଛୁ।ଭିତର ରତ୍ନଭଣ୍ଡାରରେ ୩ଟି କାଠ ଆଲମିରା ଓ ଗୋଟିଏ ଷ୍ଟିଲ ଆଲମିରାରେ ଅଳଙ୍କାର ଥିଲା। ସେହିଭଳି ଗୋଟିଏ ଲୁହା ସିନ୍ଦୁକ ଓ ଦୁଇଟି କାଠ ସିନ୍ଦୁକରେ ଅଳଙ୍କାର ଥିଲା। ଆଲମିରା ଖୋଲାଯାଇ କ୍ରମାନୁଯାୟୀ ଅଳଙ୍କାର ନୂଆ ଆଲମିରାକୁ ସ୍ଥାନାନ୍ତର ହୋଇଛି। ସିନ୍ଦୁକ ଭିତର ରତ୍ନଭଣ୍ଡାର ଭିତରକୁ ନ ପଶିବାରୁ ସିନ୍ଦୁକର ସମ୍ପତ୍ତିକୁ ଆଲମିରାରେ ରଖାଯାଇଛି। ଏହାକୁ ତାଲା ପକାଯାଇଛି। ଖାଲି ହୋଇଥିବା ସମସ୍ତ ଆଲମିରା ଓ ସିନ୍ଦୁକକୁ ବି ତାଲା ପକାଯାଇଛି।

ଗୁଜବ ହେଉଥିବା ଭିତର ରତ୍ନଭଣ୍ଡାରର ସୁଡ଼ଙ୍ଗ କି ଗୁପ୍ତ ଭଳି କୌଣସି ବି କୋଠରି ନାହିଁ। ଏହା ୟୁଟୁବର୍ ମାନଙ୍କ କେବଳ ମନଗଢ଼ା କଥା। ଆମେ ସମସ୍ତ ଆଲମିରା ଓ ସିନ୍ଦୁକ ଘୁଞ୍ଚାଇ କାନ୍ଥ ଓ ଚଟାଣ ଦେଖିଥିଲୁ,ହେଲେ କେଉଁଠି ବି ସୁଡ଼ଙ୍ଗ ମିଳିନଥିଲା। ଏହାର ଭିଡିଓ ମଧ୍ୟ କରାଯାଇଛି।ଏଣୁ ଏଭଳି ମିଛ ଗୁଜବ କୁ ବିଶ୍ୱାସ କରନ୍ତୁନାହିଁ ବୋଲି କହିଛନ୍ତି ଜଷ୍ଟିସ ରଥ।

ସରକାରଙ୍କ ନୂଆ ମାର୍ଗଦର୍ଶିକା ଆସିଲେ, ରତ୍ନଭଣ୍ଡାର ଅନୁଧ୍ୟାନ ଓ ଆବଶ୍ୟକ ମରାମତି ହେବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ କହିଛନ୍ତି।ସେ କହିଛନ୍ତି ସରକାର ଅନୁମତି ଦେଲେ, ଏଏସ୍‌ଆଇ ଲେଜର ସ୍କାନିଂ ଓ ଅନ୍ୟାନ୍ୟ କାମ ଦିଗରେ ଆଗେଇବ।ଆମକୁ କେବଳ ତାଲା ଖୋଲିବା ଓ ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପାଇଁ ମାର୍ଗଦର୍ଶିକା ଥିଲା। ସେହି ଅନୁସାରେ ଆମେ ତାଲା ଖୋଲିଛୁ ଓ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିଛୁ। 

ସେ ଆହୁରି କହିଛନ୍ତି ଯେ,ଆମେ ପ୍ରତିଜ୍ଞା କରିଛୁ, କାହାରିକୁ କିଛି କହିବୁନି। ଯେହେତୁ ଭଗବାନଙ୍କ ସମ୍ପତ୍ତି, ଆମେ ଯାହା ଦେଖିବୁ ମୁଣ୍ଡକୁ ଯିବ, କିନ୍ତୁ ତୁଣ୍ଡକୁ ଆସିବନି ବୋଲି ଜଷ୍ଟିସ୍‌ ରଥ କହିଛନ୍ତି।ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ନେଇ ଯେଉଁ ଶଙ୍କା ସମଗ୍ର ଓଡ଼ିଶାବାସୀଙ୍କ ମନରେ ଥିଲା, ତାର ଅବସାନ ଘଟିଛି। ପ୍ରାୟ ସାଢ଼େ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ଓ ଅନ୍ୟମାନଙ୍କ ସହାୟତାରେ ୧୧ଜଣିଆ କମିଟି ସଫଳତାର ସହ ଅଳଙ୍କାର ସ୍ଥାନାନ୍ତର ଶେଷ କରିଛି।