ଚାମ୍ପିଅନ୍ସ ଟ୍ରଫି ୨୦୨୫ କୁ ନେଇ ହେଲା ବଡ଼ ଖୁଲାସା, PCB କୁ ମିଳିଲା BCCI ର ଏହି ଜବାବ
Advertisement
Article Detail0/zeeodisha/odisha2508874

ଚାମ୍ପିଅନ୍ସ ଟ୍ରଫି ୨୦୨୫ କୁ ନେଇ ହେଲା ବଡ଼ ଖୁଲାସା, PCB କୁ ମିଳିଲା BCCI ର ଏହି ଜବାବ

Champions Trophy 2025: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆସନ୍ତା ବର୍ଷ ପାକିସ୍ତାନୀ ମାଟିରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିବେ। ୨୦୧୭ ପରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ।

 

Champions Trophy 2025

Champions Trophy 2025: ଚାମ୍ପିଅନ୍ସ ଟ୍ରଫି ୨୦୨୫ କୁ ନେଇ ଭାରତୀୟ କ୍ରିକେଟ୍ ବୋର୍ଡ (BCCI) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମଧ୍ୟରେ ବିବାଦ ଲାଗିରହିଛି। ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ପ୍ରାୟ ୧୦୦ ଦିନ ବାକି ଅଛି କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ହାଇବ୍ରିଡ୍ ମଡେଲରେ ରାଜି ହେବାକୁ ପ୍ରସ୍ତୁତ ନୁହେଁ। ଏହି ସମୟ ମଧ୍ୟରେ ଟୁର୍ଣ୍ଣାମେଣ୍ଟକୁ ନେଇ PCB ଦ୍ୱାରା ଏକ ବଡ଼ ଖୁଲାସା ହୋଇଛି। କହିରଖୁଛୁ ପିସିବି ଆଇସିସିରୁ ଏକ ମେଲ୍ ପାଇଛି ଯେଉଁଥିରେ କୁହାଯାଇଛି ଯେ ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେବାକୁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ। ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନଙ୍କ ବୟାନ ପରେ ଏହି ମେଲ୍ ଆସିଛି ଯେଉଁଥିରେ ସେ କହିଥିଲେ ଯେ ଯେତେବେଳେ ସେ ଆଇସିସିରୁ ଲିଖିତ ଆକାରରେ କିଛି ପାଇବେ ସେତେବେଳେ ପାକିସ୍ତାନ ଏହାର ରଣନୀତି ପ୍ରକାଶ କରିବ। ଏବେ ଆଇସିସି ପକ୍ଷରୁ ଭାରତର ଲିଖିତ ଉତ୍ତର ପାଇବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଟେନସନରେ ଅଛି।

ପିସିବି ଏକ ବୟାନରେ କହିଛି ଯେ ବୋର୍ଡ ଆଇସିସି ତରଫରୁ ଏକ ଇ-ମେଲ ପାଇଛି ଯେ ବିସିସିଆଇ ସେମାନଙ୍କୁ ସୂଚନା ଦେଇଛି ଯେ ସେମାନଙ୍କ ଦଳ (ଭାରତ) ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯାତ୍ରା କରିବ ନାହିଁ। ପିସିବି ମୁଖପାତ୍ର କହିଛନ୍ତି ଯେ ପରାମର୍ଶ ଏବଂ ମାର୍ଗଦର୍ଶନ ପାଇଁ PCB ସେହି ଇ-ମେଲକୁ ପାକିସ୍ତାନ ସରକାରଙ୍କ ନିକଟକୁ ପଠାଇଛି। ଆଇସିସି ଇ-ମେଲ ଉପରେ PCB ଅଧିକ ପ୍ରତିକ୍ରିୟା ଦେଇନାହିଁ କିନ୍ତୁ ଏହା ସ୍ପଷ୍ଟ ହୋଇଛି ଯେ ଭାରତୀୟ ଦଳ କୌଣସି ସର୍ତ୍ତରେ ପାକିସ୍ତାନ ଯିବାକୁ ପ୍ରସ୍ତୁତ ନୁହଁନ୍ତି।

ଏହାପୂର୍ବରୁ ପିସିବି ଅଧ୍ୟକ୍ଷ ନାକଭି କହିଥିଲେ ଯେ 'ହାଇବ୍ରିଡ ମଡେଲ' ପାକିସ୍ତାନ ପାଇଁ ଗ୍ରହଣୀୟ ନୁହେଁ। ବର୍ତ୍ତମାନ ବିସିସିଆଇର ଉତ୍ତର ପାଇବା ପରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଉପରେ ସଙ୍କଟ ଆହୁରି ଗଭୀର ହୋଇଛି। ଭାରତୀୟ କ୍ରିକେଟ୍ ଦଳ ପୂର୍ବରୁ ଏସିଆ କପ୍ ପାଇଁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା, ଏହା ପରେ ହାଇବ୍ରିଡ୍ ମଡେଲ୍ ଗ୍ରହଣ କରାଯାଇଥିଲା। ଭାରତ ଏହାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା। ତେବେ ଏଥର PCB ଏହି ମଡେଲ୍ ଗ୍ରହଣ କରିବା ସପକ୍ଷରେ ନାହିଁ। କହିରଖୁଛୁ ଭାରତୀୟ ଦଳ ୨୦୦୮ ପରଠାରୁ ପାକିସ୍ତାନ ଗସ୍ତ କରିନାହିଁ। ଏଥି ସହିତ ପାକିସ୍ତାନ ଦଳ ୨୦୧୨-୧୩ ରେ ହ୍ୱାଇଟ୍ ବଲ ସିରିଜ, ୨୦୧୬ ରେ ଟି-୨୦ ବିଶ୍ୱକପ୍ ଏବଂ ଗତ ବର୍ଷ ୫୦ ଓଭର ବିଶ୍ୱକପ ଖେଳିବା ପାଇଁ ଭାରତ ଆସିଥିଲା।