IND vs AUS Final: ମ୍ୟାଚ୍ ସମୟରେ ପଡ଼ିଆରେ ପ୍ରବେଶ କଲେ ଆଜଣା ବ୍ୟକ୍ତି, ପାଲେଷ୍ଟାଇନର ପତାକା ଧରି ବିରାଟଙ୍କୁ କଲେ ଆଲିଙ୍ଗନ
Advertisement
Article Detail0/zeeodisha/odisha1967970

IND vs AUS Final: ମ୍ୟାଚ୍ ସମୟରେ ପଡ଼ିଆରେ ପ୍ରବେଶ କଲେ ଆଜଣା ବ୍ୟକ୍ତି, ପାଲେଷ୍ଟାଇନର ପତାକା ଧରି ବିରାଟଙ୍କୁ କଲେ ଆଲିଙ୍ଗନ

IND vs AUS Final: ବିରାଟ କୋହଲିଙ୍କ ଜଣେ ପ୍ରଶଂସକ ଫାଇନାଲ ମ୍ୟାଚ୍ ସମୟରେ ପଡ଼ିଆରେ ପ୍ରବେଶ କରିଥିଲେ । ତାଙ୍କ ହାତରେ ପାଲେଷ୍ଟାଇନର ପତାକା ମଧ୍ୟ ଥିଲା ।

 

IND vs AUS Final

IND vs AUS Final: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦରେ ଚାଲିଛି । ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ହରାଇ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ । ପ୍ରାରମ୍ଭିକ ଝଟକା ପରେ ବିରାଟ କୋହଲି କ୍ରିଜରେ ଖେଳୁଥିଲେ । ଇନିଂସର ୧୪ ତମ ଓଭରରେ ଜଣେ ପ୍ରଶଂସକ ପଡିଆର ପ୍ରବେଶ କରିଥିଲେ ଓ ଏହି ସମୟ ମଧ୍ୟରେ ମ୍ୟାଚକୁ ଅଟକାଇ ଦିଆଯାଇଥିଲା । ସେ ବିରାଟ କୋହଲାଙ୍କର ଜଣେ ପ୍ରଶଂସକ ଯିଏ କି କ୍ରିଜକୁ ଆସି ବିରାଟଙ୍କୁ ଆଲିଙ୍ଗନ କରିବାକୁ ଲାଗିଥିଲେ ।

ହାତରେ ଥିଲା ପାଲେଷ୍ଟାଇନ ପତାକା 
ଏହି ଘଟଣା ପରେ ବିରାଟ କୋହଲି ଓ ଏହି ପ୍ରଶଂସକଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ପ୍ରଶଂସକଙ୍କ ହାତରେ ପାଲେଷ୍ଟାଇନର ପତାକା ମଧ୍ୟ ଥିଲା ଓ ତାଙ୍କ ଟି-ସାର୍ଟ ପଛରେ ଫ୍ରି ପାଲେଷ୍ଟାଇନ ମଧ୍ୟ ଲେଖାଯାଇଥିଲା । ଯେତେବେଳେ ଏହି ବ୍ୟକ୍ତି ପଡିଆରେ ପ୍ରବେଶ କଲେ, ବିରାଟ ଓ ରାହୁଲ ତାଙ୍କୁ ବାହାର କରିବା ଆରମ୍ଭ କରିଥିଲେ । ତା’ପରେ କିଛି ସମୟ ମଧ୍ୟରେ ସୁରକ୍ଷା କର୍ମୀ ଆସି ଏହି ବ୍ୟକ୍ତିଙ୍କୁ ପଡିଆରୁ ବାହାର କରି ଦେଇଥିଲେ ।

ତେବେ କ୍ରିକେଟ୍ ପ୍ରଶଂସକ ପଡ଼ିଆରେ ପ୍ରବେଶ କରିବାବେଳେ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଜାର୍ଭୋ ନାମକ ଜଣେ ପ୍ରଶଂସକ ପଡିଆରେ ପଶି ଅନେକ ହେଡଲାଇନ୍ ସୃଷ୍ଟି କରିଥିଲେ । ଏହି ସୁପରଫାନ ପ୍ରାୟତଃ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ପଡ଼ିଆରେ ପ୍ରବେଶ କରିଥାନ୍ତି । ଏହି ବିଶ୍ୱକପ୍ ସମୟରେ ଜାର୍ଭୋ ମଧ୍ୟ ଲାଇମ୍ ଲାଇଟ୍ ରେ ଆସିଥିଲେ । କିନ୍ତୁ ଏହା ପରେ ତାଙ୍କୁ ଦେଖା ଯାଇନଥିଲା । ବର୍ତ୍ତମାନ ଏହି ନୂଆ ପ୍ରଶଂସକ ଖବରରେ ଅଛନ୍ତି । ଏହି ବ୍ୟକ୍ତି କିଏ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ରୋହିତ ଶର୍ମା ଦେଇଥିଲେ ଦ୍ରୁତ ଆରମ୍ଭ 
ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲେ । ଏହା ପରେ ଭାରତୀୟ ଦଳ ବ୍ୟାଟିଂ କରିବାକୁ ବାହାରିଥିଲେ ଏବଂ ରୋହିତ ଶର୍ମା ପୁଣି ୩୧ ଟି ବଲରେ ୪୭ ରନ୍ ସ୍କୋର କରି ଉଜ୍ଜ୍ୱଳ ଆରମ୍ଭ କରିଥିଲେ । ଶୁବମନ ଗିଲ ଓ ଶ୍ରେୟାସ ଆୟର ଶସ୍ତାରେ ଆଉଟ୍ ହୋଇଥିଲେ କିନ୍ତୁ ବିରାଟ କୋହଲି ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ ।