ପେଟ ପୋଷିବାକୁ ଟ୍ୟାକ୍ସି ଚଳାଉଛନ୍ତି ଏହି PAK କ୍ରିକେଟର, ସଚିନ-ସେହୱାଗଙ୍କୁ ମଧ୍ୟ କରିସାରିଛନ୍ତି ଆଉଟ୍
Advertisement
Article Detail0/zeeodisha/odisha919443

ପେଟ ପୋଷିବାକୁ ଟ୍ୟାକ୍ସି ଚଳାଉଛନ୍ତି ଏହି PAK କ୍ରିକେଟର, ସଚିନ-ସେହୱାଗଙ୍କୁ ମଧ୍ୟ କରିସାରିଛନ୍ତି ଆଉଟ୍

ଅନ୍ତର୍ଜାତୀୟ କ୍ରିକେଟରମାନଙ୍କ ପାଖରେ ପ୍ରାୟତଃ ଅର୍ଥର ଅଭାବ ନଥାଏ । ଏହା ଅତ୍ୟନ୍ତ ବିରଳ ଯେ ଜଣେ କ୍ରିକେଟରଙ୍କ ପାଖରେ ପେଟ ପୋଷିବାକୁ ମଧ୍ୟ ଟଙ୍କା ନାହିଁ ।

 

ଫାଇଲ ଫଟୋ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରମାନଙ୍କ ପାଖରେ ପ୍ରାୟତଃ ଅର୍ଥର ଅଭାବ ନଥାଏ । ଏହି ଖେଳାଳିମାନେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ଏହା ଅତ୍ୟନ୍ତ ବିରଳ ଯେ ଜଣେ କ୍ରିକେଟରଙ୍କ ପାଖରେ ପେଟ ପୋଷିବାକୁ ମଧ୍ୟ ଟଙ୍କା ନାହିଁ । ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟରଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି ।

ଖରାପ ସ୍ଥିତି ଦେଇ ଗତି କରୁଛନ୍ତି ପାକିସ୍ତାନୀ କ୍ରିକେଟର
୧୯୯୭ ରେ ଆନ୍ତର୍ଜାତୀୟ ଡେବ୍ୟୁ କରିଥିବା ପାକିସ୍ତାନ (Pakistan) ଅଫ୍ ସ୍ପିନର ଅର୍ଶଦ ଖାନ (Arshad Khan)  ନିଜ ପେଟ ପୋଷିବାକୁ ଟ୍ୟାକ୍ସି ଚଳାଉଛନ୍ତି । ନିଜ ପେଟ ପୋଷିବା ପାଇଁ ଅଷ୍ଟ୍ରେଲିଆର (Australia) ସିଡନୀ ସହରରେ ସେ ଏକ ଉବର କ୍ୟାବ ଚଳାନ୍ତି । ଥରେ ପାକିସ୍ତାନୀ ଦଳର ଉଦୀୟମାନ ସ୍ପିନ୍ ବୋଲର (Spin bowler) ଥିବା ଅର୍ଶଦ ଖାନଙ୍କୁ ପେଟ ପୋଷିବାକୁ ଟ୍ୟାକ୍ସି ଚଳାଇବା ପଡିବ ଏହା ଅତ୍ୟନ୍ତ କଷ୍ଟଦାୟକ କଥା ।

ଅଧିକ ପଢ଼ନ୍ତୁ: LIC ର ଏହି ପ୍ଲାନରେ ଥରୁଟିଏ ନିବେଶ କରନ୍ତୁ ଟଙ୍କା; ମିଳିବ ବଡ ରିଟର୍ଣ୍ଣ, ଜାଣନ୍ତୁ ବିଶେଷତା

ସଚିନ, ସେହୱାଗଙ୍କ ମଧ୍ୟ ନେଇଛନ୍ତି ୱିକେଟ୍ 
ଭାରତ ବିପକ୍ଷରେ ଅର୍ଶଦ ଖାନଙ୍କ (Arshad Khan) ପ୍ରଦର୍ଶନ ସର୍ବଦା ଭଲ ଥିଲା । ସେ ସଚିନ ତେନ୍ଦୁଲକର (Sachin Tendulkar) ଓ ବୀରେନ୍ଦ୍ର ସେହୱାଗଙ୍କ (Virender Sehwag) ୱିକେଟ୍ ମଧ୍ୟ ନେଇଛନ୍ତି । ସେ ନିଜ କ୍ୟାରିୟରରେ ୯ ଟି ଟେଷ୍ଟ ଓ ୫୮ ଟି ODI ଖେଳିଛନ୍ତି । ଏହାସହ ସେ ୩୨ ଟି ଟେଷ୍ଟ ଓ ୫୬ ଟି ODI ୱିକେଟ୍ ନେଇଛନ୍ତି । ସେ ଭାରତ ବିପକ୍ଷରେ ନିଜର ଶେଷ ଟେଷ୍ଟ ଓ ODI ମ୍ୟାଚ୍ ଖେଳିଥିଲେ।

ଅଧିକ ପଢ଼ନ୍ତୁ: ବଡ ଖବର: RTO ରେ ଡ୍ରାଇଭିଂ ଟେଷ୍ଟ ବିନା କରିପାରିବେ ଲାଇସେନ୍ସ, ଜାଣନ୍ତୁ କିପରି?

କ୍ରିକେଟରମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି
କ୍ରିକେଟ୍ ଖେଳାଳିମାନେ ପ୍ରାୟତଃ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ଯଦି ଏହି ଖେଳାଳିମାନେ ନିଜ ଦେଶ ପାଇଁ ଖେଳିବାକୁ ସୁଯୋଗ ନ ପାଆନ୍ତି, ତେବେ ସେମାନେ ସମଗ୍ର ବିଶ୍ୱରେ ହେଉଥିବା ବଡ ବଡ କ୍ରିକେଟ୍ ଲିଗରେ ସାମିଲ ହୋଇ ମୋଟା ଅଙ୍କର ଟଙ୍କା ରୋଜଗାର କରିବାର ସୁଯୋଗ ପାଆନ୍ତି । ଏହି ଲିଗ୍ ଗୁଡିକରେ ଆଇପିଏଲ୍, ବିବିଏଲ୍, PSL ଆଦି ସାମିଲ ଅଛି  ।