Asia Cup 2023: ପୁଣିଥରେ ଭାରତ-ପାକ ଲଢେଇ
Advertisement
Article Detail0/zeeodisha/odisha1858335

Asia Cup 2023: ପୁଣିଥରେ ଭାରତ-ପାକ ଲଢେଇ

ନୂଆଦିଲ୍ଲୀ: ଚଳିତ ଏସିଆ କପ୍ ୨୦୨୩ରେ ମଙ୍ଗଳବାର ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା। ଆଫଗାନିସ୍ତାନ ଦଳ ମାତ୍ର ୨ ରନରେ ହାରିଯିବା ପରେ ଏସିଆ କପରୁ ବାଦ ପଡ଼ିଛି। ତେବେ ଆଫଗାନିସ୍ତାନ ଦଳ ପାଇଁ ସୁପର ୪ ପାଇଁ ଯୋଗ୍ୟତା ହାସଲ କରିବାର ସୁଯୋଗ ରହିଥିଲା। ଆଫଗାନିସ୍ତାନ ଦଳ ବାଦ ପଡ଼ିବା ପରେ ଶ୍ରୀଲଙ୍କା ଏବଂ

Asia Cup 2023: ପୁଣିଥରେ ଭାରତ-ପାକ ଲଢେଇ

Asia Cup 2023: ନୂଆଦିଲ୍ଲୀ: ଚଳିତ ଏସିଆ କପ୍ ୨୦୨୩ରେ ମଙ୍ଗଳବାର ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା। ଆଫଗାନିସ୍ତାନ ଦଳ ମାତ୍ର ୨ ରନରେ ହାରିଯିବା ପରେ ଏସିଆ କପରୁ ବାଦ ପଡ଼ିଛି। ତେବେ ଆଫଗାନିସ୍ତାନ ଦଳ ପାଇଁ ସୁପର ୪ ପାଇଁ ଯୋଗ୍ୟତା ହାସଲ କରିବାର ସୁଯୋଗ ରହିଥିଲା। ଆଫଗାନିସ୍ତାନ ଦଳ ବାଦ ପଡ଼ିବା ପରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ଗ୍ରୁପ୍-ବିରୁ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଯେତେବେଳେ କି ଭାରତ ଏବଂ ପାକିସ୍ତାନ ଗ୍ରୁପ୍ ଏରୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

ଏସିଆ କପ୍ ଅଧୀନରେ ପ୍ରଥମ ମ୍ୟାଚ୍ ବୁଧବାର ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ହେବ। ପ୍ରତ୍ୟେକ ଦଳ ସୁପର-4 ରେ ୩ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଏହା ପରେ ଟପ୍-୨ ଦଳ ୧୭ ସେପ୍ଟେମ୍ବରରେ ଫାଇନାଲ୍ ଖେଳିବେ। ଭାରତର ପରବର୍ତ୍ତୀ ମ୍ୟାଚ୍ ୧୦ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ହେବ। କଲମ୍ବୋରେ ଏହି ମ୍ୟାଚ୍ ପ୍ରସ୍ତାବିତ। ପାଣିପାଗ କାରଣରୁ ଏହି ସ୍ଥାନ ବଦଳାଇବାକୁ ଆଲୋଚନା ହୋଇଥିଲା, କିନ୍ତୁ ଏହି ସ୍ଥାନରେ ମ୍ୟାଚ୍ ଖେଳାଯାଇପାରିବ ବୋଲି କୁହାଯାଉଛି। ଏହା ପରେ ସେ ୧୨ ସେପ୍ଟେମ୍ବରରେ ଶ୍ରୀଲଙ୍କା ଏବଂ ୧୫ ସେପ୍ଟେମ୍ବରରେ ବାଂଲାଦେଶ ସହିତ ମ୍ୟାଚ ଖେଳିବ ଭାରତ। କଲମ୍ବୋରେ ଏହି ସମସ୍ତ ମ୍ୟାଚ୍ ଖେଳାଯିବ ବୋଲି ସୂଚନା ରହିଛି। 

ଏଠାରେ କହି ରଖୁ ଯେ ପୂର୍ବରୁ ସୁପର-4ର ଦଳଗୁଡିକ ଏସିଆ କ୍ରିକେଟ୍ ପରିଷଦ (ଏସିସି) ଦ୍ୱାରା A1, A2, B1 ଏବଂ B2 ନାମକରଣ କରାଯାଇଛି। ଭାରତ ସୁପର-4ରେ A2 ଦଳ ନାଁରେ ରହିଛି। ଏହାର ସମୀକରଣ ଏପରି ଥିଲା ଯେ ଯଦି ଶ୍ରୀଲଙ୍କା କିମ୍ବା ବାଂଲାଦେଶ ଗ୍ରୁପ୍ ବିରୁ ଯୋଗ୍ୟତା ହାସଲ କରିପାରିବ ନାହିଁ, ତେବେ ଆଫଗାନିସ୍ତାନ ସେମାନଙ୍କ ସ୍ଥାନ ନେବ। ତେବେ ଆଫଗାନିସ୍ତାନ ସହିତ ଭାରତ ଶ୍ରୀଲଙ୍କା କିମ୍ବା ବାଂଲାଦେଶର ସମ୍ମୁଖୀନ ହୋଇଥାନ୍ତା। ତେବେ ୧୦ ସେପ୍ଟେମ୍ବର, ୧୨ ସେପ୍ଟେମ୍ବର ଏବଂ ୧୫ ସେପ୍ଟେମ୍ବରରେ ଟିମ୍ ଇଣ୍ଡିଆ କ’ଣ ଚମତ୍କାର କରେ ତାହା ଦେଖିବା ମଜାଦାର ହେବ।

ସୁପର-4 ସିଡ୍ୟୁଲ
6 ସେପ୍ଟେମ୍ବର: ପାକିସ୍ତାନ ବନାମ ବାଂଲାଦେଶ
9 ସେପ୍ଟେମ୍ବର: ଶ୍ରୀଲଙ୍କା ବନାମ ବାଂଲାଦେଶ
10 ସେପ୍ଟେମ୍ବର: ଭାରତ ବନାମ ପାକିସ୍ତାନ
12 ସେପ୍ଟେମ୍ବର: ଭାରତ ବନାମ ଶ୍ରୀଲଙ୍କା
14 ସେପ୍ଟେମ୍ବର: ପାକିସ୍ତାନ ବନାମ ଶ୍ରୀଲଙ୍କା
15 ସେପ୍ଟେମ୍ବର: ଭାରତ ବନାମ ବାଂଲାଦେଶ

Also Read: Odisha Crime: କଟକରେ ପୁଣି ଗୁଳି ମାଡ଼, କାରଣ ଅସ୍ପଷ୍ଟ

Also Read: Flight Service: ଉତ୍କେଲାରୁ ପରେ ଏବେ ଏହିଠାରୁ ଉଡ଼ିବ ବିମାନ, ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ସରକାର

Also Read: IND vs PAK: ଏମିତି ୩ କ୍ରିକେଟର, ଯେଉଁମାନେ ଉଭୟ ପାକିସ୍ତାନ ଓ ଭାରତ ପାଇଁ ଖେଳିଥିଲେ ଟେଷ୍ଟ, ପଢନ୍ତୁ ପୂରା ରିପୋର୍ଟ