Asia Cup 2022: ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ବଢ଼ିଲା ଭାରତର ଅସୁବିଧା, ଭାଇରାଲ ଜ୍ୱରରେ ପୀଡିତ ଏହି ଦ୍ରୁତ ବୋଲର
Advertisement

Asia Cup 2022: ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ବଢ଼ିଲା ଭାରତର ଅସୁବିଧା, ଭାଇରାଲ ଜ୍ୱରରେ ପୀଡିତ ଏହି ଦ୍ରୁତ ବୋଲର

Asia Cup 2022: ରବିବାର ଦିନ ପାକିସ୍ତାନ ବିପକ୍ଷ ଏସିଆ କପ୍‌ର ସୁପର-୪ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଅସୁବିଧା ବଢ଼ିଛି । ବାସ୍ତବରେ ଦଳର ଦ୍ରୁତ ବୋଲର ଆଭେଶ ଖାନ ଭାଇରାଲ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ।

ସୌ: ସୋସିଆଲ ମିଡିଆ

IND vs PAK, Asia Cup Super 4: ୟୁଏଇରେ ଚାଲିଥିବା ଏସିଆ କପରେ (Asia Cup) ଗ୍ରୁପ୍ ଏ ମ୍ୟାଚରେ ହଂକଂ (Hong Kong) ଉପରେ ପାକିସ୍ତାନର (Pakistan) ବିଜୟ ମଧ୍ୟ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ଖୁସି କରିଛି । ବାସ୍ତବରେ ଏହି ବିଜୟ ସହିତ ଏସିଆ କପ୍ ର ସୁପର-୪ ମ୍ୟାଚ୍ ପୁଣିଥରେ ଭାରତ ଓ ପାକିସ୍ତାନ (India Vs Pakistan) ମଧ୍ୟରେ ଖେଳାଯିବ । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ୪ ସେପ୍ଟେମ୍ବର ଅର୍ଥାତ ରବିବାର ଦିନ ଖେଳାଯିବ । ଏଥି ସହିତ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଅସୁବିଧା ବଢିଛି । ବାସ୍ତବରେ ଦଳର ଦ୍ରୁତ ବୋଲର ଆବେଶ ଖାନ (Avesh Khan) ଭାଇରାଲ ଜ୍ୱରରେ (viral fever) ଆକ୍ରାନ୍ତ ହୋଇଛନ୍ତି ।

ଭାରତର ଯୁବ ଦ୍ରୁତ ବୋଲର ଆଭେଶ ଖାନ ଭାଇରାଲ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଏହି କାରଣରୁ ରବିବାର ଦିନ ଏସିଆ କପ୍ ସୁପର -୪ ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଯୋଗଦେବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଆଭେଶଙ୍କର ଜ୍ୱର ଯୋଗୁଁ ସେ ଗତ ୨ ଦିନ ଧରି ନିଜ ରୁମରୁ ବାହାରି ନାହାଁନ୍ତି ।

ଆବେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଖେଳିବା ଅବସ୍ଥାରେ ଦେଖାଯାଉ ନାହିଁ । ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି । ଯଦି ରବିବାର ଦିନ ମ୍ୟାଚ୍‌ରେ ଆଭେଶ ଭାରତୀୟ ଦଳର ଅଂଶ ନୁହଁନ୍ତି, ତେବେ ଏହା ଭାରତୀୟ ଦଳର ଅସୁବିଧାକୁ ବଢ଼ାଇବ । କହିରଖୁଛୁ ଯେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଆଭେଶ ଖାନ ଫଖର ଜମାନଙ୍କ ବଡ ୱିକେଟ୍ ମଧ୍ୟ ହାସଲ କରିଛନ୍ତି ।

ଏହି ମହାନ ମ୍ୟାଚରେ ଭାରତର ପଲ୍ଲା ଟିକେ ଭାରୀ ଦେଖାଯାଉଛି । ଏହାର ଅନେକ କାରଣ ଅଛି । ପ୍ରଥମ କଥା ହେଉଛି ଭାରତ ଏଠାରେ ନିଜର ଶେଷ ମ୍ୟାଚ୍ ଜିତିଛି । ତେବେ ଦ୍ୱିତୀୟତ, ଭାରତ ମଧ୍ୟ ରେକର୍ଡରେ ଆଗରେ ରହିଛି । ଭାରତ ଓ ପାକିସ୍ଥାନ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଭାରତ 8 ଥର ଜିତିଥିବାବେଳେ ପାକିସ୍ତାନ ମାତ୍ର ଦୁଇଟି ମ୍ୟାଚ ଜିତିଛି ।

ରବିବାର ଦିନ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ମଧ୍ୟ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଆହତ କାରଣରୁ ଦଳର ଦ୍ରୁତ ବୋଲର ଶାହନାୱାଜ ଦହାନି ସୁପର -୪ ରେ ଟିମ୍ ଇଣ୍ଡିଆ ବିପକ୍ଷ ମ୍ୟାଚରୁ ବାଦ ପଡିଛନ୍ତି । ଆହତ ହେବା ପରେ ଏସିଆ କପ୍ ୨୦୨୨ ର ସୁପର-୪ ରାଉଣ୍ଡରେ ଭାରତ ବନାମ ପାକିସ୍ତାନ ମୁକାବିଲା ପାଇଁ ପାକିସ୍ତାନ ପେସର ଶାହନାୱାଜ ଦହାନି ଉପଲବ୍ଧ ହେବ ନାହିଁ । ଆଘାତ କାରଣରୁ ଏହି ଦ୍ରୁତ ବୋଲର ଭାରତ ବିପକ୍ଷ ମ୍ୟାଚ୍ ମିସ କରିବେ ଓ ଆଗାମୀ ୨-୩ ଦିନ ପାଇଁ ମେଡିକାଲ୍ ଟିମ୍ ଦ୍ୱାରା ତଦାରଖ ରହିବେ ।

ଏହା ବି ପଢ଼ନ୍ତୁ: T20 World Cup ପାଇଁ କେବେ ହେବ ଟିମ୍ ଇଣ୍ଡିଆର ଘୋଷଣା, ସ୍ଥାନ ପାଇବେ କି ବୁମ୍ରା? ଏଠାରେ ଜାଣନ୍ତୁ