Asian Games 2023: ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ସିନ୍ଧୁ ବାଦ୍‍ ପଡ଼ିଲେ
Advertisement
Article Detail0/zeeodisha/odisha1901081

Asian Games 2023: ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ସିନ୍ଧୁ ବାଦ୍‍ ପଡ଼ିଲେ

ଭୁବନେଶ୍ୱର: ଚୀନରେ ଖେଳାଯାଉଥିବା ଏସୀୟ କ୍ରୀଡ଼ାରେ ପୁଣିଥରେ ଭାରତକୁ ସଫଳତା ମିଳିଛି। ଭାରତୀୟ ମହିଳା ଟିମ୍‍ ତୀରନ୍ଦାଜୀ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହାଦ୍ୱାରା ଭାରତ ତୀରନ୍ଦାଜୀରେ ଦ୍ୱିତୀୟ ସ୍ୱର୍ଣ୍ଣ ହାସଲ କରିପାରିଛି। ଏବେ ଭାରତର ସମୁଦାୟ ପଦକ ସଂଖ୍ୟା ୮୨ରେ ହପଞ୍ଚିଛି। ଏଥିରୁ ୧୯ଟି ସ୍ୱର୍ଣ

Asian Games 2023: ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ସିନ୍ଧୁ ବାଦ୍‍ ପଡ଼ିଲେ

Asian Games 2023: ଭୁବନେଶ୍ୱର: ଚୀନରେ ଖେଳାଯାଉଥିବା ଏସୀୟ କ୍ରୀଡ଼ାରେ ପୁଣିଥରେ ଭାରତକୁ ସଫଳତା ମିଳିଛି। ଭାରତୀୟ ମହିଳା ଟିମ୍‍ ତୀରନ୍ଦାଜୀ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହାଦ୍ୱାରା ଭାରତ ତୀରନ୍ଦାଜୀରେ ଦ୍ୱିତୀୟ ସ୍ୱର୍ଣ୍ଣ ହାସଲ କରିପାରିଛି। ଏବେ ଭାରତର ସମୁଦାୟ ପଦକ ସଂଖ୍ୟା ୮୨ରେ ହପଞ୍ଚିଛି। ଏଥିରୁ ୧୯ଟି ସ୍ୱର୍ଣ୍ଣ  ହୋଇଥିବାବେଳେ ୩୧ଟି ରୌପ୍ୟ ଏବଂ ୩୨ଟି ବ୍ରୋଞ୍ଜ ପଦକ ରହିଛି। ଅପରପକ୍ଷେ ବ୍ୟାଡ୍‍ମିଣ୍ଟନ ସିଙ୍ଗିଲ୍‍ସରେ ଭାରତୀୟ ଖଳାଳି ପିଭି ସିନ୍ଧୁ ପରାଜିତ ହୋଇଛନ୍ତି। 

ଆଜି ଏସୀୟ କ୍ରୀଡ଼ାର ତୀରନ୍ଦାଜୀରେ ଭାରତୀୟ ମହିଳା ଦଳ ୬୦ରୁ ୬୦ଟି ପରଫକ୍ଟ ଶଟ୍‍ ଦେଇଥିଲେ। ଏହାଦ୍ୱାରା ଜ୍ୟୋତି ସୁରେଖା, ଆଦିତିସ୍‍ୱାମୀ ଏବଂ ପରନୀତ୍‍ କୌରଙ୍କ ଟିମ୍‍ ଚୀନ୍‍-ତାଇପେଇ ଟିମ୍‍କୁ ହରାଇ ପାରିଥିଲା। ପୂର୍ବରୁ ଜ୍ୟୋତି ସୁରେଖା ଏବଂ ଓଜସ୍‍ ଦେଓତାଲେ ବୁଧବାରଦିନ ଏକ ମ୍ୟାଚ୍‍ ରେ ସ୍ୱର୍ଣ୍ଣ ଅର୍ଜନ କରିଥିଲେ। 

ଆଜି ଆଉ ଏକ ମ୍ୟାଚ୍‍ ରେ ଭାରତର ବ୍ୟାଡ୍‍ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ଝଟକା ଲାଗିଛି। ବିଶ୍ୱର ଏହି ୧୫ତମ ଖେଳାଳି ଆଜି ଏସୀୟ କ୍ରୀଡ଼ାର ଏକ ମ୍ୟାଚ୍‍ ରେ ପରାଜିତ ହୋଇଥିବାରୁ ମେଡାଲ୍‍ ରେସ୍‍ରୁ ବାହାରେ ରହିଛନ୍ତି। ବିଶ୍ୱର ପଞ୍ଚମ ମାନ୍ୟତା ଅର୍ଜନ କରିଥିବା ଚୀନ୍‍ର ହେ ବିଙ୍ଗଜିଆଓଙ୍କ ବିପକ୍ଷରେ ସେ ଆଜି ମ୍ୟାଚ୍‍ ଖେଳିଥିଲେ। 

ଟୋକ୍ୟୋ ଅଲମ୍ପିକ୍ସରେ ସିନ୍ଧୁ ବ୍ରୋଞ୍ଜ ପଦକ ଲାଗି ବିଙ୍ଗଜିଆଓଙ୍କୁ ହରାଇଥିଲେ। ୨୦୧୪ ଏବଂ ୨୦୧୮ ଏସୀୟ କ୍ରୀଡ଼ାରେ ସିନ୍ଧୁ  ପଦକ ଜିତିଥିଲେ। ଏଥର ତାଙ୍କୁ ନିରାଶ ହେବାକୁ ପଡ଼ିଛି।

Also Read: ODI World Cup 2023: ଆଜିଠୁ ମହାକୁମ୍ଭ: ଷ୍ଟାଡ଼ିୟମକୁ କଣ ନେବେ, କଣ ନେବେ ନାହିଁ, ଜାଣି ନିଅନ୍ତୁ ପୂରା ନିୟମ

Also Read: ODI World Cup 2023: ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିଥିବା ଏହି ୧୦ ବ୍ୟାଟସମ୍ୟାନ

Also Read: World Cup 2023: କିଛି ଘଣ୍ଟା ପରେ ଆରମ୍ଭ ହେବ ବିଶ୍ୱକପ୍ ମହାକୁମ୍ଭ, ୧୦ଟି ବିନ୍ଦୁରେ ଜାଣନ୍ତୁ ଟୁର୍ଣ୍ଣାମେଣ୍ଟ ସହିତ ଜଡିତ A ରୁ Z ବିବରଣୀ