Asian Games 2023: ଗୋଟିଏ ଦିନରେ ୭ ପଦକ ଜିତି ରେକର୍ଡ କଲେ ଭାରତୀୟ ସୁ୍ଟର୍ସ, ଦେଖନ୍ତୁ ମେଡାଲ୍ ତାଲିକା
Advertisement

Asian Games 2023: ଗୋଟିଏ ଦିନରେ ୭ ପଦକ ଜିତି ରେକର୍ଡ କଲେ ଭାରତୀୟ ସୁ୍ଟର୍ସ, ଦେଖନ୍ତୁ ମେଡାଲ୍ ତାଲିକା

Asian Games 2023: ଖବର ଲେଖିବା ପର୍ଯ୍ୟନ୍ତ ୨୭ ସେପ୍ଟେମ୍ବରରେ ଭାରତ ୮ ଟି ପଦକ ଜିତିଛି । ଏହା ସମେତ ଭାରତର ପଦକ ସଂଖ୍ୟା ମୋଟ ୨୨ ରେ ପହଞ୍ଚିଛି । ଯେଉଁଥିରେ ୫ ଟି ସ୍ୱର୍ଣ୍ଣ ପଦକ ସାମିଲ ରହିଛି ।

Asian Games 2023 Medal Tally (ସୌ: ସୋସିଆଲ ମିଡିଆ)

Asian Games 2023 Medal Tally: ଏସିଆନ୍ ଗେମ୍ସରେ ଭାରତ ପାଇଁ ଆଜି ଏକ ଭଲ ଦିନ । ପ୍ରଥମ ତିନି ଦିନରେ ଭାରତ ସମୁଦାୟ ୧୪ ପଦକ ଜିତିଥିଲେ । ଆଜି ଚତୁର୍ଥ ଦିନ ଓ ଶୁଟିଂରେ ସିଫ୍ତ ସମେରା, ଆଶି ଚୈକସେ ଓ ମାନିନି କୌସିକ୍ (୫୦ ମିଟର ରାଇଫଲ୍ 3p ଟିମ୍ ପ୍ରତିଯୋଗିତା) ସିଲଭର ପଦକ ଜିତିଛନ୍ତି । ଏହା ସହିତ ଦିନର ଦ୍ୱିତୀୟ ପଦକ ସୁନା ରୂପରେ ଆସିଥିଲା । ମନୁ ଭାକାର, ଇସା ସିଂ, ରିଦମ୍ ସାଙ୍ଗୱାନ୍ ୨୫ ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏସିଆର ଚତୁର୍ଥ ଦିନ ପର୍ଯ୍ୟନ୍ତ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୮ ପଦକ ଜିତିଛି । ସୁଟିଙ୍ଗରେ ଭାରତର ଚତ୍ମକାର ପ୍ରଦର୍ଶନଗୁଡିକ ଦେଖିବାକୁ ମିଳିଛି । ସୁଟିଂ ଇଭେଣ୍ଟରେ ଏପର୍ଯ୍ୟନ୍ତ ଭାରତ ଏପର୍ଯ୍ୟନ୍ତ ସମୁଦାୟ ୧୨ ଟି ପଦକ ଜିତିସାରିଛି । ଗୋଟିଏ ଦିନରେ, ଶୁଟରମାନେ ୭ଟି ପଦକ ଜିତିବାରେ ସଫଳ ହୋଇଛନ୍ତି । ଏପର୍ଯ୍ୟନ୍ତ, ଭାରତର ବ୍ୟାଗରେ ୨୨ ପଦକ ଆସିସାରିଛି ।

ଏସିଆନ୍ ଗେମ୍ସରେ ୨୦୨୩ ରେ ଆଜି ଭାରତର ଶୁଟରରୁ ଭାରତ ଆଉ କିଛି ପଦକ ଦେଇପାରନ୍ତି । ଭାରତ ଦ୍ୱିତୀୟ ଦିନରେ ପାଞ୍ଚଟି ପଦକ ପାଇଥିଲେ ଓ ତୃତୀୟ ଦିନରେ ତିନୋଟି ପଦକ ପାଇଥିଲେ । ସମୁଦାୟ ୨୨ଟି ପଦକ ସହିତ ଭାରତୀୟ ଟେବୁଲରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ଏଥିରେ ପାଞ୍ଚଟି ସୁନା, ସାତୋଟି ରୂପା ଓ ୧୦ ପିତ୍ତଳ ପଦକ ରହିଛି । ଆଜି, ଶୁଟିଂ ଦୁଇଟି ସୁନା, ତିନୋଟି ରୂପା, ଦୁଇଟି ପିତ୍ତଳ ପଦକ ଭାରତକୁ ମିଳିଛି ।

ଏଠାରେ ଦେଖନ୍ତୁ ମେଡାଲ୍ ତାଲିକ-

fallback