Padmini Rout: ଜୟକିଶିନଙ୍କୁ ବିବାହ କଲେ ଚେସ୍ ତାରକା ପଦ୍ମିନୀ ରାଉତ
Advertisement

Padmini Rout: ଜୟକିଶିନଙ୍କୁ ବିବାହ କଲେ ଚେସ୍ ତାରକା ପଦ୍ମିନୀ ରାଉତ

ଆଜି ଭୁବନେଶ୍ୱର ପଟିଆ ସ୍ଥିତ ଏକ ହୋଟେଲରେ ମହା ଆଡମ୍ୱରରେ ପଦ୍ମିନୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁମ୍ୱାଇରେ ରହୁଥିବା ଜୟକିଶିନ ମନାକାନୀଙ୍କ ହାତ ଧରିଛନ୍ତି ପଦ୍ମିନୀ । 

Padmini Rout: ଜୟକିଶିନଙ୍କୁ ବିବାହ କଲେ ଚେସ୍ ତାରକା ପଦ୍ମିନୀ ରାଉତ

ଭୁବନେଶ୍ୱର: ନୂଆ ସଂସାର ଗଢିବାର ସ୍ୱପ୍ନ ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଶାର ଚେସ୍ ତାରକା ପଦ୍ମିନୀ ରାଉତ (Padmini Rout) । ଆଜି ଭୁବନେଶ୍ୱର ପଟିଆ ସ୍ଥିତ ଏକ ହୋଟେଲରେ ମହା ଆଡମ୍ୱରରେ ପଦ୍ମିନୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁମ୍ୱାଇରେ ରହୁଥିବା ଜୟକିଶିନ ମନାକାନୀଙ୍କ ହାତ ଧରିଛନ୍ତି ପଦ୍ମିନୀ । 

ସୂଚନା ମୁତାବକ, ଆଜି ପଦ୍ମିନୀ ଏବଂ ଜୟକିଶିନଙ୍କ ବିବାହ ଉତ୍ସବରେ ଅନେକ ନାମିଦାମୀ ଚେସ୍ ତାରକା ଏବଂ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ପଦ୍ମିନୀଙ୍କ ନୂଆ ଜୀବନ ପାଇଁ ସମସ୍ତେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ।  ପୂର୍ବରୁ ବିଭିନ୍ନ ଚେସ୍ ପ୍ରତିଯୋଗିତାରେ ସଫଳତା ହାତେଇ ରାଜ୍ୟକୁ ଗୋରବାନ୍ୱିତ କରିଥିବା ପଦ୍ମିନୀ ମାତ୍ର ୯ ବର୍ଷ ବୟସରୁ ଚେସ୍ ଦୁନିଆରେ ପାଦ ଦେଇଥିଲେ । ୧୧ବର୍ଷରୁ କମ ବର୍ଗରେ ଜାତୀୟ ପ୍ରତିଯୋଗିତାରେ ସଫଳତା ହାସଲ କରି ନୂଆ ରେକର୍ଡ କରିଥିଲେ ପଦ୍ମିନୀ । ପରେ ଏସୀୟ ଜୁନିଅର ମହିଳା ପ୍ରତିଯୋଗିତା ଏବଂ ବିଶ୍ୱ ଜୁନିଅର ପ୍ରତିଯୋଗିତାରେ ମଧ୍ୟ ସଫଳତା ହସଲ କରିବା ସହ କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଥିଲେ ।  ୨୦୧୪ରୁ ୨୦୧୭ ମସିହା ପର୍ଯ୍ୟନ୍ତ ରାଜ୍ୟ ପାଇଁ ଗୋରବ ଆଣିବା ସହ ଚେସ୍ ଦୁନିଆରେ ନିଜ ନାଁକୁ ଚର୍ଚ୍ଚିତ କରାଇଥିଲେ ପଦ୍ମିନୀ ।

Also Read- ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ"ର ଟ୍ରେଲର ଓ ଫାଷ୍ଟ ଲୁକ୍ ରିଲିଜ୍

Also Read- ୯ ହଜାରରୁ କମ ଦାମରେ ମିଳୁଛି Motorola G13, ଜାଣନ୍ତୁ କ'ଣ ରହିଛି ଫିଚର