T20 World Cup: କ'ଣ ରୋହିତ ଶର୍ମା ଓ ବିରାଟ କୋହଲି ପରବର୍ତ୍ତୀ ଟି-20 ବିଶ୍ୱକପ ଦଳର ଅଂଶ ହେବେ କି, ମୁଖ୍ୟ ଚୟନକର୍ତ୍ତା ଦେଲେ ଏହି ଜବାବ
Advertisement
Article Detail0/zeeodisha/odisha1419713

T20 World Cup: କ'ଣ ରୋହିତ ଶର୍ମା ଓ ବିରାଟ କୋହଲି ପରବର୍ତ୍ତୀ ଟି-20 ବିଶ୍ୱକପ ଦଳର ଅଂଶ ହେବେ କି, ମୁଖ୍ୟ ଚୟନକର୍ତ୍ତା ଦେଲେ ଏହି ଜବାବ

Chetan Sharma On Rohit Sharma and Virat Kohli: ସୋମବାର ଚେତନ ଶର୍ମା କହିଛନ୍ତି ଯେ, ଟି-20 ବିଶ୍ୱକପ ୨୦୨ ପରେ ରୋହିତ ଶର୍ମା, ବିରାଟ କୋହଲି, ଭୁବନେଶ୍ୱର କୁମାର ଏବଂ ରବି ଅଶ୍ୱିନଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ସହ ଭବିଷ୍ୟତ ବିଷୟରେ ଆଲୋଚନା କରିନାହାଁନ୍ତି । ଚେତନ ଶର୍ମା କହିଛନ୍ତି ଯେ, ସେ ସର୍ବଦା ଦଳରେ ବରିଷ୍ଠ ଖେଳାଳିଙ୍କୁ ଚୟନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ...

T20 World Cup: କ'ଣ ରୋହିତ ଶର୍ମା ଓ ବିରାଟ କୋହଲି ପରବର୍ତ୍ତୀ ଟି-20 ବିଶ୍ୱକପ ଦଳର ଅଂଶ ହେବେ କି, ମୁଖ୍ୟ ଚୟନକର୍ତ୍ତା ଦେଲେ ଏହି ଜବାବ

Chetan Sharma On Rohit Sharma and Virat Kohli: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର୍ ଖେଳାଳି ବିରାଟ କୋହଲି (Virat Kohli) ଙ୍କ ପରି ଖେଳାଳିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସୋମବାର ଚେତନ ଶର୍ମା କହିଛନ୍ତି ଯେ, ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ପରେ ରୋହିତ ଶର୍ମା (Rohit Sharma), ବିରାଟ କୋହଲି, ଭୁବନେଶ୍ୱର କୁମାର ଏବଂ ରବି ଅଶ୍ୱିନଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ସହ ଭବିଷ୍ୟତ ବିଷୟରେ ଆଲୋଚନା କରିନାହାଁନ୍ତି । ଚେତନ ଶର୍ମା (Chetan Sharma) କହିଛନ୍ତି ଯେ, ସେ ସର୍ବଦା ଦଳରେ ବରିଷ୍ଠ ଖେଳାଳିଙ୍କୁ ଚୟନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ସର୍ତ୍ତ ହେଉଛି କି ସେ ଭଲ ପ୍ରଦର୍ଶନ ଜାରି ରଖିବେ ।

ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ମଧ୍ୟ ଆଗାମୀ ଟି-20 ବିଶ୍ୱକପ ୨୦୨୪ ବିଷୟରେ କଥା ହୋଇଛନ୍ତି । ବାସ୍ତବରେ ଟି-20 ବିଶ୍ୱକପ ୨୦୨୪ର ଆୟୋଜନ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବାର ଅଛି । ଚେତନ ଶର୍ମା କହିଛନ୍ତି ଯେ, ବର୍ତ୍ତମାନ ଟି-20 ବିଶ୍ୱକପ ୨୦୨୨ ଖେଳା ଯାଉଛି । ଏଭଳି ପରିସ୍ଥିତିରେ ଟୁର୍ଣ୍ଣାମେଣ୍ଟ ମଝିରେ କୌଣସି ଖେଳାଳିଙ୍କ ବିଷୟରେ କହିବା ଠିକ୍ ହେବ ନାହିଁ। ତେଣୁ ମୁଁ ଏହି ସମୟରେ କାହା ବିଷୟରେ କିଛି କହିବି ନାହିଁ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ରୋହିତ ଶର୍ମା, ବିରାଟ କୋହଲି, ଭୁବନେଶ୍ୱର କୁମାର ଏବଂ ରବିଚନ୍ଦ୍ରନ ଅଶ୍ୱିନ ବଡ଼ ଖେଳାଳି ଅଟନ୍ତି ।

ଚେତନ ଶର୍ମା ଆଗକୁ କହିଛନ୍ତି ଯେ, "ରୋହିତ ଶର୍ମା, ବିରାଟ କୋହଲି, ଭୁବନେଶ୍ୱର କୁମାର ଏବଂ ଆର୍ ଅଶ୍ୱିନଙ୍କ ପରି ବରିଷ୍ଠ ଖେଳାଳିଙ୍କଠାରୁ ଯୁବ ଖେଳାଳିମାନେ ବହୁତ କିଛି ଶିଖିପାରିବେ । ଏହି ସମସ୍ତ ଖେଳାଳି ବଡ଼ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି । ମୁଁ କିଛି ସମୟ ମଧ୍ୟରେ ଦେଖିଛି ଯେ କେମିତି ଯୁବ ଖେଳାଳିମାନେ ସିନିୟରମାନଙ୍କ ଠାରୁ ଶିଖିଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ଖେଳାଳିମାନଙ୍କ ଠାରୁ ଯୁବ ଖେଳାଳି ଶିଖି ପାରିବେ କି କଠିନ ପରିସ୍ଥିତିରେ ଚାପକୁ କିପରି ସମ୍ଭାଳିବେ ହେବ । ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ । ବୟସ କେବଳ ଏକ ନମ୍ୱର ।"

ଅଧିକ ପଢ଼ନ୍ତୁ:-କେତେ ବର୍ଷ ବଞ୍ଚିବେ ଆପଣ? ହାତ ରେଖାରୁ ଜାଣିବା ପାଇଁ ଏହା ହେଉଛି ଅତି ସହଜ ଉପାୟ

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ମଝିରେ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର, ଆଘାତରୁ ସୁସ୍ଥ ହୋଇ ଫେରିଲେ ଏହି ବଡ଼ ମ୍ୟାଚ୍ ୱିନର

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳ ଘୋଷଣା ପରେ ଭାଇରାଲ ହେଉଛି ପୃଥ୍ୱୀ ଶ'ଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ, ଦୁଃଖୀ ମନରେ କହିଲେ ଏହି ବଡ଼ କଥା

 

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ରେ ବାଂଲାଦେଶ ସହିତ ଓ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।