IPL 2021 ମଧ୍ୟ କୋରୋନା ଭୂତାଣୁ ବିପଦରେ ମଧ୍ୟରେ ରହିଛି । ଟିମ୍ ଇଣ୍ଡିଆର ଫିଜିଓ ଯୋଗେଶ ପାରମାରଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣ ଖେଳାଳିଙ୍କ ଉପରେ ବିସିସିଆଇ ଓ ଆଇପିଏଲ୍ ଫ୍ରାଞ୍ଚାଇଜ୍ ବର୍ତ୍ତମାନ କଡ଼ା ନଜରରେ ରଖିଛି ।
Trending Photos
ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ (India vs England) ଟେଷ୍ଟ ସିରିଜ୍ ପରେ ବର୍ତ୍ତମାନ ଆଇପିଏଲ୍ ୨୦୨୧ (IPL 2021) ଉପରେ ମଧ୍ୟ କୋରୋନା ଭୂତାଣୁ ବିପଦରେ ମଧ୍ୟରେ ରହିଛି । ମଞ୍ଚେଷ୍ଟରରେ ହେବାକୁ ଥିବା ପଞ୍ଚମ ଟେଷ୍ଟକୁ କୋରୋନା ମାମଲା ପାଇଁ ବାତିଲ କରାଯାଇଥିଲା । ଶେଷ କୋରୋନା ଟେଷ୍ଟ ହେବା ପୂର୍ବରୁ ଟିମ୍ ଇଣ୍ଡିଆର (Team India) ଫିଜିଓ ଯୋଗେଶ ପାରମାର କୋରୋନା ପଜିଟିଭ୍ ହୋଇଥିବା ଜଣାପଡିଥିଲା । ପାରମାରଙ୍କ ସହ ସଂସ୍ପର୍ଶରେ ଆସିଥିବା ଖେଳାଳିଙ୍କ ଉପରେ ବିସିସିଆଇ (BCCI) ଓ ଆଇପିଏଲ୍ ଫ୍ରାଞ୍ଚାଇଜ୍ କଡ଼ା ନଜର ରଖିଛି । ଯୋଗେଶ ପାରମାର ଭାରତୀୟ ଦଳର ଓପନର୍ ରୋହିତ ଶର୍ମା, ମହମ୍ମଦ ଶାମି, ଇଶାନ୍ତ ଶର୍ମା, ଚେତେଶ୍ୱର ପୂଜାରା, ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜଙ୍କ ସହ ସଂସ୍ପର୍ଶରେ ଆସିଥିଲେ ।
ଇନସାଇଡସ୍ପୋର୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସହ ଲଣ୍ଡନରେ ଏକ ପୁସ୍ତକ ଉନ୍ମୋଚନରେ ଭାଗ ନେଇଥିବା ଖେଳାଳିମାନଙ୍କ ମଧ୍ୟରୁ ମହମ୍ମଦ ସିରାଜ ଓ ବିରାଟ କୋହଲି ଥିଲେ । ରୋହିତ ଶର୍ମା ସେହି ଖେଳାଳିଙ୍କ ମଧ୍ୟରୁ ଜଣେ ଯିଏ ପଞ୍ଚମ ଟେଷ୍ଟମ୍ୟାଚ୍ ବାତିଲକୁ ସମର୍ଥନ କରିଥିଲେ । ପାରମାର ରୋହିତଙ୍କ ହାମଷ୍ଟ୍ରିଂର ଚିକିତ୍ସା କରୁଥିଲେ । ସେଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ବିସିସିଆଇ ଏହି ଖେଳାଳୀମାନଙ୍କୁ ବହୁତ ସତର୍କ ରହିବାକୁ ଓ ନିଜ ନିଜର ହୋଟେଲ ରୁମରେ ରହିବାକୁ ପରାମର୍ଶ ଦେଇଛି ।
ଅଧିକ ପଢ଼ନ୍ତୁ: Bengal Bypolls: ମମତା ବାନାର୍ଜୀଙ୍କ ପାଖରେ ରହିଛି ଏତିକି ସମ୍ପତ୍ତି, ନିର୍ବାଚନ ଆଫିଡେଭିଟରେ ହେଲା ଖୁଲାସା
ଆଇପିଏଲ ଦଳ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି, “ଆମେ ବିସିସିଆଇର ନିର୍ଦ୍ଦେଶାବଳୀକୁ ଅପେକ୍ଷା କରିବୁ । ଆମେ କେବଳ ଆଶା କରୁଛୁ ଯେ ସମସ୍ତ ଖେଳାଳି ସୁରକ୍ଷିତ ଅଛନ୍ତି ଓ ସୁରକ୍ଷିତ ଭାବରେ ୟୁଏଇରେ ପହଞ୍ଚିବେ । ଯଦି କୌଣସି ଖେଳାଳୀ କୋରୋନା ପଜିଟିଭ୍ ଆସେ ତେବେ ଏହା ଟୁର୍ଣ୍ଣାମେଣ୍ଟ ଉପରେ ପ୍ରଭାବ ପକାଇପାରେ । କିନ୍ତୁ ସମସ୍ତଙ୍କୁ ଟିକାକରଣ କରାଯାଇଛି ଓ ସେମାନଙ୍କର କୌଣସି ଅସୁବିଧା ହେବା ଉଚିତ ନୁହେଁ ।"
ଅଧିକ ପଢ଼ନ୍ତୁ: ଭଲ ଖବର! କୃଷକଙ୍କ ଆକାଉଣ୍ଟରେ ଆସିବ ୪୦୦୦ ଟଙ୍କା, ଜାଣନ୍ତୁ କେବେ ପାଇବେ ଏହାର ଲାଭ?
ଖେଳାଳିମାନେ କମର୍ସିୟାଲ ପ୍ଲେନ ଦ୍ୱାରା ୟୁଏଇକୁ ଉଡ଼ାଣ କରିବେ ଓ ଆଇପିଏଲ ୨୦୨୧ ଆରମ୍ଭ ହେବା ପୂର୍ବରୁ ୬ ଦିନ ପାଇଁ କ୍ଵାରେଣ୍ଟିନ ରହିବେ । ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରବିବାର ଦିନ ଚାର୍ଟାର୍ଡ ବିମାନରେ ଅଧିନାୟକ ବିରାଟ କୋହଲି ଓ ମହମ୍ମଦ ସିରାଜଙ୍କୁ ମଞ୍ଚେଷ୍ଟରରୁ ଦୁବାଇକୁ ଆଣିବ । ଅଧିନାୟକ ରୋହିତ ଶର୍ମାଙ୍କ ସମେତ ମୁମ୍ବାଇ ଇଣ୍ଡିଆନ୍ ଖେଳାଳିମାନେ ଶନିବାର ଦିନ ମଞ୍ଚେଷ୍ଟରରୁ ଦୁବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟ ପଞ୍ଚମ ଟେଷ୍ଟ ବାତିଲ ହେବା ପରେ କମର୍ସିୟାଲ ପ୍ଲେନରେ ଉଭୟ ଦେଶରୁ ଖେଳାଳିଙ୍କୁ ୟୁଏଇକୁ ଆଣିବାକୁ ଚେଷ୍ଟା କରୁଛନ୍ତି ।
ଅଧିକ ପଢ଼ନ୍ତୁ: ଏ ହେଉଛନ୍ତି ଭାରତର ସବୁଠାରୁ ଧନୀ ମହିଳା, ତାଙ୍କ କାମ ଶୁଣି ନଇଁଯିବ ଆପଣଙ୍କ ମୁଣ୍ଡ
୧୫ ସେପ୍ଟେମ୍ବରରେ ଚାର୍ଟାର୍ଡ ବିମାନରେ ଆଇପିଏଲ ପାଇଁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟରେ ଜଡିତ ଖେଳାଳିଙ୍କୁ ୟୁଏଇକୁ ଆଣିବାକୁ ବିସିସିଆଇ ଯୋଜନା କରିଥିଲା। ତେବେ ଭାରତୀୟ ଦଳରେ କୋଭିଡ -୧୯ ଆରମ୍ଭ ହେତୁ ଶୁକ୍ରବାର ଦିନ ପଞ୍ଚମ ଟେଷ୍ଟ ବାତିଲ କରାଯାଇଥିଲା, ପରେ ପରିସ୍ଥିତି ବଦଳିଗଲା ।