Ind vs Ned: ବେଙ୍ଗାଲୁରୁରେ ଆଜି ଭାରତ- ନେଦରଲ୍ୟାଣ୍ତ ଟକ୍କର
Advertisement
Article Detail0/zeeodisha/odisha1955698

Ind vs Ned: ବେଙ୍ଗାଲୁରୁରେ ଆଜି ଭାରତ- ନେଦରଲ୍ୟାଣ୍ତ ଟକ୍କର

Ind vs Ned: ଆଜି ନେଦରଲ୍ୟାଣ୍ତ ବିପକ୍ଷରେ ଭାରତ ବିଶ୍ବକପରେ ଖେଳିବ ଶେଷ ଲିଗ୍ ମ୍ୟାଚ୍ । ଆଜିର ଏହି ମ୍ୟାଚ୍ ବେଙ୍ଗାଲୁରୁ ଚିନସ୍ବାମୀ ଷ୍ଟାଡ଼ିୟମରେ (Bangalore Chinnaswamy Stadium) ଖେଳାଯିବ। ଏହାପରେ ନ୍ୟୁଜଲ୍ୟାଣ୍ତ- (Newzealand) ସହ ସେମି ଫାଇନାଲ ମୁହାଁମୁହିଁ ହେବ ଟିମ୍ ନେଦରଲ୍ୟାଣ୍ତ ଇଣ୍ତିଆ ।

ସୌ(ସୋସିଆଲ ମିଡିଆ)

Ind vs Ned: ଦୀପାବଳି (Diwali 2023) ଅବସରରେ ନେଦରଲ୍ୟାଣ୍ତ ବିପକ୍ଷରେ ଭାରତ ବିଶ୍ବକପରେ ଖେଳିବ ଶେଷ ଲିଗ୍ ମ୍ୟାଚ୍ । ଆଜିର ଏହି ମ୍ୟାଚ୍ ବେଙ୍ଗାଲୁରୁ ଚିନସ୍ବାମୀ ଷ୍ଟାଡ଼ିୟମରେ (Bangalore Chinnaswamy Stadium) ଖେଳାଯିବ। ଏହାପରେ ନ୍ୟୁଜଲ୍ୟାଣ୍ତ- (Newzealand) ସହ ସେମି ଫାଇନାଲ ମୁହାଁମୁହିଁ ହେବ ଟିମ୍ ନେଦରଲ୍ୟାଣ୍ତ ଇଣ୍ତିଆ ।

ସୂଚନା ଅନୁଯାୟୀ, ଚଳିତ ବିଶ୍ବକପରେ ଭାରତୀୟ ଦଳ (Team India) ଦମଦାର ପ୍ରଦର୍ଶନ ଫଳରେ ୧୬ ଅଙ୍କ ସହ ପଏଣ୍ଟ ଟେବୁଲର (World cup 2023 points table 2023) ଶୀର୍ଷରେ ରହିଛି । ତେବେ ଅପରାଜେୟ ଥିବା ଟିମ୍ ଇଣ୍ତିଆକୁ ପରାସ୍ତ କରିବା ନେଇ ଅରେଞ୍ଜ ଆର୍ମିକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ପୂର୍ବରୁ ୨୦୦୩ ଓ ୨୦୧୧ ମସିହାରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ତେବେ ସମସ୍ତ ମ୍ୟାଚ୍ ରେ ଭାରତ ବିଜୟୀ ହୋଇଥିଲା । ତେବେ ନେଦରଲ୍ୟାଣ୍ତ ବିରୋଧରେ ଦଳକୁ ଏତେ ପରିଶ୍ରମ କରିବାକୁ ପଡ଼ିବନାହିଁ । ଯଦି ଭାରତ ଆଜିର ମ୍ୟାଚ୍ ଜିତି ବା ହାରେ ଏହାର କୌଣସି ପ୍ରଭାବ ପଏଣ୍ଟ ଟେବୁଲ ଉପରେ ପଡ଼ିବ ନାହିଁ । ଅନ୍ୟପଟେ ନେଦରଲ୍ୟାଣ୍ତ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ପ୍ଲେଇଙ୍ଗ ଇଲେଭେନରେ (Team India playing 11) କିଛିଟା ପରିବର୍ତ୍ତନ ହୋଇପାରେ ।

Also Read-World Cup 2023: ବିଶ୍ବକପ ବେଳେ ଦୀପାବଳି ପାଳନ କଲେ ଭାରତୀୟ ଖେଳାଳି, ଦେଖନ୍ତୁ ଫଟୋ

ନେଦରଲ୍ୟାଣ୍ଡ ସହ ମ୍ୟାଚ୍ ପରେ ଭାରତ ସିଧାସଳଖ ସେମିଫାଇନାଲ ଖେଳିବାକୁ ଯାଉଛି। ସମସ୍ତ ଖେଳାଳିଙ୍କ ପାଇଁ ଏହି ମ୍ୟାଚରେ ଫିଟ୍ ରହିବା ଅତ୍ୟନ୍ତ ଜରୁରୀ, କିନ୍ତୁ ଯଦି କେହି ଆହତ ହୁଅନ୍ତି, ତେବେ ରୋହିତ ଶର୍ମାଙ୍କୁ (Rohit Sharma) ଏନେଇ ପୂର୍ବରୁ ବ୍ୟାକଅପ୍ ରଖିବାକୁ ପଡ଼ିବ। ବିଶ୍ବକପରେ ସ୍ଥାନ ପାଇନଥିବା ଖେଳାଳିଙ୍କୁ ସୁଯୋଗ ଦେବାକୁ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରୁଛି । ଫର୍ମରେ ଥିବା ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ (Jasprit Bumrah) ସ୍ଥାନରେ ପ୍ରସିଦ୍ଧ କୃଷ୍ଣଙ୍କୁ (Prasidh Krishna) ସୁଯୋଗ ଦିଆଯାଇପାରେ । ସ୍ପିନ୍ ଓ ବ୍ୟାଟିଂରେ ଧୂରନ୍ଦର ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ରବିଚନ୍ଦ୍ର ଅଶ୍ୱିନଙ୍କୁ ସୁଯୋଗ ଦିଆଯାଇପାରେ । ସେହିପରି ଉପ-ଅଧିନାୟକ କେ.ଏଲ୍ (K L Rahul) ରାହୁଲଙ୍କ ସ୍ଥାନରେ ଇଶାନ କିଶାନଙ୍କୁ (Ishan kishan) ଦଳରେ ସାମଲ କରାଯିବ ବୋଲି ଅନୁମାନ କରାଯାଉଛି ।