T-20 World Cup 2024: ଜାଣନ୍ତୁ କାହିଁକି ଟି-୨୦ ବିଶ୍ୱକପରୁ ବାଦ ପଡ଼ିପାରନ୍ତି ବିରାଟ!
Advertisement

T-20 World Cup 2024: ଜାଣନ୍ତୁ କାହିଁକି ଟି-୨୦ ବିଶ୍ୱକପରୁ ବାଦ ପଡ଼ିପାରନ୍ତି ବିରାଟ!

T-20 World Cup 2024: ଆସନ୍ତା ଜୁନ୍ ୨ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପରୁ (T20 World Cup 2024) । ୱେଷ୍ଟଇଣ୍ତିଜ ଓ ଆମେରିକାରେ ଆୟୋଜନ ହେବାକୁ ଥିବା ଏହି ଟି-୨୦ ବିଶ୍ୱକପରୁ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ସ୍ଥାନ ମିଳିବା ନିଶ୍ଚିତ ନୁହେଁ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ନିକଟରେ ପୁଣି ଥରେ ବାପା ହୋଇଛନ୍ତି କିଙ୍ଗ କୋହଲି ।

ଖବର ଅନୁଯାୟୀ, ବିସିଆଇ ଜଣେ କହିଛନ୍ତି ଯେ, ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ମନୋୟନ ବେଳେ ଜାତୀୟ ମନୋୟନକାରୀ କିଛି କଠୋର ନିଷ୍ପତ୍ତି ନେଇପାରନ୍ତି । କାରଣ ୧୧ ବର୍ଷ ଧରି ଭାରତ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିନାହିଁ । ଗତବର୍ଷ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଓ ଦିନିକିଆ ବିଶ୍ବକପ ଫାଇନାଲରେ ଭାରତ ପରାସ୍ତ ହୋଇଥିଲା । ଯଦି କୋହଲି ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତି ତାଙ୍କୁ ଟି-୨୦ ବିଶ୍ୱକପ ଦଳରେ ନେବାକୁ ମନୋନୟକାରୀ ବିଚାର କରିପାରନ୍ତି । ନିକଟରେ ରୋହିତ ଶର୍ମା ଟି-୨୦ ବିଶ୍ବକପରେ ଭାରତୀୟ ଦଳର ନେତୃତ୍ବ ନେବେ ବୋଲି ସଂପାଦକ ଜୟ ଶାହ ଘୋଷଣା କରିସାରିଛନ୍ତି । ତେବେ ବିରାଟଙ୍କ ମାମଲା ମନୋନୟନ କମିଟି ଉପରେ ଛାଡ଼ିଦେଇଛନ୍ତି । ଉକ୍ତ ରିପୋର୍ଟ ଅନୁଯାୟୀ, ବିବିସିଆଇ ଭାବୁଛି ଯେ, ୱେଷ୍ଟଇଣ୍ତିଜ ଓ ଆମେରିକାର ଧିମା ପିଚ୍ କୋହଲିଙ୍କ ବ୍ୟାଟିଂକୁ ସୁହାଇବ ନାହିଁ । ପୁଣି ନିକଟ ଅତୀତରେ କୋହଲି ଦ୍ରୁତଗତିରେ ସ୍କୋର କରିବା ଦେଖିବାକୁ ମିଳିନାହିଁ । ତେଣୁ ତାଙ୍କ ସ୍ଥାନ ଯୁବ ଖେଳାଳିଙ୍କ ପାଇଁ ଛାଡ଼ିଦେବା ଲାଗି କୋହଲିଙ୍କ ବୁଝାଇବା ଦାୟିତ୍ବ ମନୋୟନ କମିଟି ଅଧ୍ଯକ୍ଷ ଅଜିତ ଅଗରକରଙ୍କୁ ବିସିସିଆଇ ଦେଇଛି ।

ସୂଚନାଯୋଗ୍ୟ, ୨୦୨୨ ଟି-୨୦ ବିଶ୍ବକପ ପରଠାରୁ କୋହଲି ଭାରତ ପାଇଁ ଟି-୨୦ ଖେଳିନାହାନ୍ତି । ଅନ୍ୟପକ୍ଷରେ ବିସିସିଆଇ ଭାବୁଛି ଯେ ଟି-୨୦ କ୍ରିକେଟ ରେ ରିଙ୍କୁ ସିଂହ, ଶୁବମାନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଶିବମ୍ ଦୁବେଙ୍କ ପରି ବ୍ୟାଟର କୋହିଲଙ୍କ ଅପେକ୍ଷା ଦ୍ରୁତଗତିରେ ସ୍କୋର କରିପାରନ୍ତି । ସେପଟେ ହାର୍ଦ୍ଦିକ ପାଣ୍ତ୍ୟା ଏହି ବିଶ୍ବକପ ଖେଳିବା ନିଶ୍ଚିତ । ଏହାସହ ଆଇପିଏଲରେ ଋଷଭ ପନ୍ତ ଭଲ ପ୍ରଦର୍ଶନ କଲେ ସେ ମଧ୍ଯ ଏହି ଦୌଡ଼ରେ ସାମିଲ ହୋଇପାରନ୍ତି । ଜୁନ୍ ୨ରୁ ଟି-୨୦ ବିଶ୍ବକପ ଆୟୋଜନ ହେଉଥିବା ବେଳେ ମେ ପ୍ରଥମ ସପ୍ତାହ ସୁଦ୍ଧା ଆଇସିସିକୁ ବିସିସିଆଇ ପ୍ରାରମ୍ଭିକ ଖେଳାଳି ତାଲିକା ପ୍ରଦାନ କରିବାକୁ ପଡ଼ିବ ।