World Cup 2023: କେଉଁଥିରେ ନିର୍ମିତ ହୋଇଥାଏ ବିଶ୍ବକପ ଟ୍ରଫି? ଜାଣନ୍ତୁ ଓଜନ ସହ ଦାମ୍
Advertisement
Article Detail0/zeeodisha/odisha1904665

World Cup 2023: କେଉଁଥିରେ ନିର୍ମିତ ହୋଇଥାଏ ବିଶ୍ବକପ ଟ୍ରଫି? ଜାଣନ୍ତୁ ଓଜନ ସହ ଦାମ୍

World Cup Trophy: ବିଶ୍ବକପ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛନ୍ତି ବଛା ବଛା ୧୦ଟି ଶକ୍ତିଶାଳୀ ଟିମ୍ । ତେବେ ଟୁର୍ଣ୍ଣାମେଣ୍ଟରେ ବିଜୟୀ ଦଳକୁ ବିଶ୍ବକପ ଟ୍ରଫି ଦିଆଯାଇଥାଏ । ତେବେ କ’ଣ ଆପଣ ଜାଣିଛନ୍ତି କି, ଏହି ୱାର୍ଲକପ୍ ଟ୍ରଫି କେଉଁଥିରେ ନିର୍ମିତ?

ସୌ(ସୋସିଆଲ ମିଡିଆ)

World Cup Trophy 2023: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇଯାଇଛି କ୍ରିକେଟ୍ ମହାସମର (World Cup 2023) । ବିଶ୍ବକପ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛନ୍ତି ବଛା ବଛା ୧୦ଟି ଶକ୍ତିଶାଳୀ ଟିମ୍ । ତେବେ ଟୁର୍ଣ୍ଣାମେଣ୍ଟରେ ବିଜୟୀ ଦଳକୁ ବିଶ୍ବକପ ଟ୍ରଫି ଦିଆଯାଇଥାଏ । ତେବେ କ’ଣ ଆପଣ ଜାଣିଛନ୍ତି କି, ଏହି ୱାର୍ଲକପ୍ ଟ୍ରଫି (world cup 2023 trophy) କେଉଁଥିରେ ନିର୍ମିତ?

ସୂଚନା ଅନୁଯାୟୀ, କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଟ୍ରଫିର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୁନା ଓ ରୂପା ରଙ୍ଗର ଏହି ଟ୍ରଫିକୁ ଲୋକେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି | କ୍ରିକେଟ୍ ବିଶ୍ୱକପ୍ ଟ୍ରଫିକୁ ବେଶ ସରଳ ଡିଜାଇନ୍ ରେ ତିଆର କରାଯାଇଛି । ଟ୍ରଫିରେ ଥିବା ଗ୍ଲୋବ କ୍ରିକେଟ୍ ବଲକୁ ଓ ଏହାର ସ୍ତମ୍ଭ ଗୁଡ଼ିକ କ୍ରିକେଟ୍ ର ତିନୋଟି ଦିଗକୁ ପ୍ରତିପାଦିତ କରାଯାଇଥାଏ ।

କେଉଁଥିରେ ତିଆରି ହୋଇଥାଏ ବିଶ୍ବକପ ଟ୍ରଫି ?

ବିଶ୍ୱକପ୍ ଟ୍ରଫି ରୌପ୍ୟ ଓ ସ୍ୱର୍ଣ୍ଣରେ ନିର୍ମିତ ହୋଇଥାଏ । ଟ୍ରଫିରେ ଥିବା ବଲ ସୁନାରେ ଓ ତିନୋଟି ସ୍ତମ୍ଭ ରୂପାରେ ନିର୍ମିତ । ଆଇସିସି କ୍ରିକେଟ୍ ବିଶ୍ୱକପ୍ ଟ୍ରଫି ଦାମୀ ଟ୍ରଫି ତାଲିକାରେ ମଧ୍ୟ ସ୍ଥାନ ପାଇଛି। ବିଶ୍ୱକପ ଟ୍ରଫିର ଆନୁମାନିକ ମୂଲ୍ୟ ୩୦ ହଜାର ଡ଼ଲାର ଅଟେ । ଏହି ଆଇସିସି ଟ୍ରଫି ଦୁନିଆର ଶ୍ରେଷ୍ଠ ୧୦ଟି ଦାମୀ କ୍ରୀଡା ଟ୍ରଫି ମଧ୍ୟରୁ ଅନ୍ୟତମ, ଯାହାର ମୂଲ୍ୟ ପ୍ରାୟ ୨୪,୭୬, ୬୫୦ ଟଙ୍କା ଅଟେ ।

ବିଶ୍ବକପ ଟ୍ରଫିର ଓଜନ କେତେ ?

୧୯୯୯ ମସିହା ପରଠାରୁ ଆଇସିସି ବିଶ୍ୱକପ ଟ୍ରଫିର ଡିଜାଇନ ଆଦୌ ବଦଳିନାହିଁ । ଏହା ଉଚ୍ଚତା ୬୦ ସେ.ମି. ହୋଇଥିବା ବେଳେ ଓଜନ ପ୍ରାୟ ୧୧.୦୫୬୭ କିଲୋଗ୍ରାମ ଅଟେ  ।

Also Read-Asian Games 2023: କ୍ରିକେଟରେ ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ, ଜାଣନ୍ତୁ କିପରି ବିନା ବ୍ୟାଟିଂ କରି ପାଇଲା ପଦକ

Also Read-World Cup 2023: ଅଷ୍ଟ୍ରେଲିଆ ବିପକ୍ଷରେ ଏହା ହେବ ଭାରତର ପ୍ଲେଇଂ 11, ଗିଲଙ୍କ ସମେତ ଏହି ଖେଳାଳି ପଡିବେ ବାଦ୍!

ପ୍ରକାଶ ଥାଉ କି, ଚଳିତ ବିଶ୍ୱକପ୍ ୨୦୨୩ ଭାରତରେ ଆୟୋଜିତ ହୋଇଛି । ଅକ୍ଟୋବର ୫ ତାରିଖରେ ଖେଳାଯାଇଥିବା ବିଶ୍ବକପର ପ୍ରଥମ ମ୍ୟାଚରେ ଗତଥରର ବିଜେତା ଇଂଲଣ୍ଡକୁ ୯ ୱିକେଟ୍‌ରେ ହରାଇ ବିଜୟୀ ସହ ବିଶ୍ବକପରେ ଅଭିଯାନ ଆରମ୍ଭ କରିଛି ନ୍ୟୁଜିଲାଣ୍ଡ । ତେବେ ବିଶ୍ବକପର ଅନ୍ତିମ ମ୍ୟାଚ୍ ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ​