Venkatesh Iyer Marriage: ବିବାହ ବନ୍ଧନରେ ବାନ୍ଧିହେଲେ ଆଇପିଏଲ୍ ଚାମ୍ପିଅନ୍ ଭେଙ୍କଟେଶ ଆୟର୍, ଜାଣନ୍ତୁ ତାଙ୍କ କନିଆଁ କିଏ?
Advertisement
Article Detail0/zeeodisha/odisha2275197

Venkatesh Iyer Marriage: ବିବାହ ବନ୍ଧନରେ ବାନ୍ଧିହେଲେ ଆଇପିଏଲ୍ ଚାମ୍ପିଅନ୍ ଭେଙ୍କଟେଶ ଆୟର୍, ଜାଣନ୍ତୁ ତାଙ୍କ କନିଆଁ କିଏ?

Venkatesh Iyer ties the knot with Shruti Raghunathan: ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଶ୍ରୁତି ରଘୁନାଥନଙ୍କୁ ନିଜର ଜୀବନ ସାଥୀ କରିଛନ୍ତି। ଭେଙ୍କଟେଶ ଓ ଶ୍ରୁତି ଗତ ବର୍ଷ ନଭେମ୍ବରରେ ନିର୍ବନ୍ଧ କରିଥିଲେ।

 

Venkatesh Iyer Marriage

Venkatesh Iyer Marriage: ଅଲରାଉଣ୍ଡର ଭେଙ୍କଟେଶ ଆୟର (Venkatesh Iyer) ରବିବାର ଦିନ ବିବାହ କରିଛନ୍ତି। ସେ ଶ୍ରୁତି ରଘୁନାଥନଙ୍କୁ (Shruti Raghunathan) ନିଜର ସାଥୀ କରିଛନ୍ତି। ଭେଙ୍କଟେଶ ଓ ଶ୍ରୁତି ଗତ ବର୍ଷ ନଭେମ୍ବରରେ ନିର୍ବନ୍ଧ କରିଥିଲେ। ପରିବାର ଓ ସାଙ୍ଗମାନଙ୍କ ଉପସ୍ଥିତିରେ ଉଭୟ ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ସୋସିଆଲ ମିଡିଆରେ ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି ଓ ପ୍ରଶଂସକମାନେ ନିଜ ନିଜ ଶୈଳୀରେ କ୍ରିକେଟରଙ୍କୁ ଅଭିନନ୍ଦନ ଜଣାଉଛନ୍ତ। ଭେଙ୍କଟେଶ ୮ଦିନ ମଧ୍ୟରେ ଦ୍ୱିତୀୟ ବଡ଼ ଖୁସି ପାଇଛନ୍ତି। ବାସ୍ତବରେ, କୋଲକାତା ନାଇଟ୍ ରାଇଡର୍ସ (KKR) ମେ ୨୬ ରେ ଆଇପିଏଲ୍ ୨୦୨୪ ଚାମ୍ପିଅନ୍ ହୋଇଥିଲା, ଯେଉଁଥିରେ ଭେଙ୍କଟେଶ ଗୁରୁତ୍ୱପୂର୍ଣ୍ଣ ସ୍କୋର କରିଥିଲେ।

ଭେଣ୍ଟକେଶ ଆୟରଙ୍କ କନିଆଁ କିଏ?
ବୃତ୍ତି ଅନୁଯାୟୀ ଶ୍ରୁତି ରଘୁନାଥନ୍ ଜଣେ ଫ୍ୟାଶନ୍ ଡିଜାଇନର୍। ସେ PSG କଲେଜ ଅଫ୍ ଆର୍ଟ ଆଣ୍ଡ ସାଇନ୍ସରୁ ବି.କମ୍ କରିଛନ୍ତି। ସେ NIFT ଇଣ୍ଡିଆରୁ ଫ୍ୟାଶନ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ୨୯ ବର୍ଷୀୟ ଭେଙ୍କଟେଶ ଆଇପିଏଲର ୧୭ ତମ ସିଜନରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ସେ ହାରାହାରି ୪୬.୨୫ ଓ ଷ୍ଟ୍ରାଇକ୍ ରେଟ୍ ୧୫୮.୮୦ ସହ ୧୪ଟି ମ୍ୟାଚରେ ୩୭୦ ରନ୍ ସ୍କୋର କରିଥିଲେ ଏବଂ ଟ୍ରଫି ଜିତିବାରେ କେକେଆରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭେଙ୍କଟେଶ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ୧୦ ବର୍ଷ ପରେ କେକେଆର୍ ଟାଇଟଲ୍ ମରୁଡ଼ି ସମାପ୍ତ କରି ନିଜର ତୃତୀୟ ଟ୍ରଫି ଜିତିଥିଲା।

fallback

ଭେଙ୍କଟେଶ ଆୟର ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ସେ ଫେବୃଆରୀ ୨୦୨୨ ରେ ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ନଭେମ୍ବର ୨୦୨୧ ରେ ସେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଭେଙ୍କଟେଶ ଦୁଇଟି ODI ଓ ୯ଟି ଟି-୨୦ ରେ ଭାରତ ପାଇଁ ଯଥାକ୍ରମେ ୨୪ ଓ ୧୩୩ ରନ୍ ସଂଗ୍ରହ କରିଥିଲେ। ସେ ଟି-୨୦ରେ ପାଞ୍ଚଟି ୱିକେଟ୍ ନେଇଥିଲେ। ଯେତେବେଳେ କି, ଯଦି ଆମେ ଭେଙ୍କଟେଶଙ୍କ ଆଇପିଏଲ୍ କ୍ୟାରିୟର ବିଷୟରେ କଥା ହେବା, ସେ ୫୦ ଟି ମ୍ୟାଚ୍ ରେ ୧୩୬୨ ରନ୍ ଯୋଡିଥିଲେ। ଚଳିତ ସିଜିନରେ ସେ ହାରାହାରି ୪୬.୨୫ ଏବଂ ଷ୍ଟ୍ରାଇକ୍ ହାର ୧୫୮.୮୦ ରନ୍ କରିଥିଲେ। ଏହି ସମୟରେ ସେ ଚାରିଟି ଅର୍ଦ୍ଧଶତକ ମାରିଥିଲେ। ଭେଙ୍କଟେଶ ୨୦୨୧ ମସିହାରେ ଆଇପିଏଲ୍ ଡେବ୍ୟୁ କରିଥିଲେ।