ଧନଶ୍ରୀଙ୍କ ସହ ଭାଙ୍ଗିଗଲା କି ଚହଲଙ୍କ ସମ୍ପର୍କ? ସୋସିଆଲ ମିଡ଼ିଆ ଉଭୟ ଦେଲେ ଏହି ପ୍ରତିକ୍ରିୟା
Advertisement
Article Detail0/zeeodisha/odisha1308525

ଧନଶ୍ରୀଙ୍କ ସହ ଭାଙ୍ଗିଗଲା କି ଚହଲଙ୍କ ସମ୍ପର୍କ? ସୋସିଆଲ ମିଡ଼ିଆ ଉଭୟ ଦେଲେ ଏହି ପ୍ରତିକ୍ରିୟା

Dhanashree Verma Yuzvendra Chahal: ଧନଶ୍ରୀ ଭର୍ମା ନିକଟରେ ତାଙ୍କ ଇନଷ୍ଟାଗ୍ରାମରୁ ଚହଲ ଉପନାମ ହଟାଇ ଦେଇଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ସମ୍ପର୍କ ଉପରେ ଏକ ଗୁଜବ ଥିଲା ଯେ ବୋଧହୁଏ ଉଭୟଙ୍କ ମଧ୍ୟରେ ସବୁ ଠିକ୍ ଚାଲିନାହିଁ । ଏହି ସମୟରେ ୟୁଜବେନ୍ଦ୍ର ଚହଲ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସୌ: ସୋସିଆଲ ମିଡିଆ

Dhanashree Verma Yuzvendra Chahal: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ (Yuzvendra Chahal) ଓ କୋରିଓଗ୍ରାଫର ଧନଶ୍ରୀ ଭର୍ମାଙ୍କ (Dhanashree Verma) ମଧ୍ୟରେ ବୋଧହୁଏ ସବୁ ଠିକ୍ ଚାଲିନାହିଁ । ଏହି ଘଟଣା ସେତବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ସେ ନିଜ ଇନଷ୍ଟାଗ୍ରାମ (Instagram) ଆକାଉଣ୍ଟରୁ ଧନଶ୍ରୀ ଭର୍ମା ଚହଲ ନାମକୁ ପରିବର୍ତ୍ତନ କରି ଧନଶ୍ରୀ ଭର୍ମା ନାମ କରି ଦେଇଥିଲେ । ଏହି ସମୟରେ, ୟୁଜି ଚହଲ ମଧ୍ୟ ନୂଆ ଜୀବନ ବିଷୟରେ ଏକ ପୋଷ୍ଟ ମଧ୍ୟ କରିଥିଲେ । ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ କୌଣସି ଏକ ବିବାଦ ହୋଇଛି ବୋଲି ଚର୍ଚ୍ଚା ହୋଇଥିଲା, କିନ୍ତୁ ବର୍ତ୍ତମାନ ୟୁଜବେନ୍ଦ୍ର ଚହଲ ଏହି ଚର୍ଚ୍ଚାକୁ ନେଇ ସୋସିଆଲ ମିଡିଆରେ (Social media) ନିଜ ପ୍ରତିକ୍ରିୟା ରଖିଛନ୍ତି ।

ୟୁଜଭେନ୍ଦ୍ର ଚହଲ ନିଜର ଏକ ଇନଷ୍ଟା ଷ୍ଟୋରି ମାଧ୍ୟମରେ ସେମାନଙ୍କ ସମ୍ପର୍କକୁ ନେଇ ଉଠିଥିବା ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, "ଆମ ସମ୍ପର୍କ ସହ ଜଡିତ କୌଣସି ଗୁଜବକୁ ବିଶ୍ୱାସ ନକରିବା ଆପଣ ସମସ୍ତଙ୍କୁ ନମ୍ର ଅନୁରୋଧ । ଦୟାକରି ଏହାକୁ ଏଠାରେ ଶେଷ କରନ୍ତୁ । ଯଦି ଆପଣଙ୍କୁ ସବୁକିଛି ଜଣା ନାହିଁ, ତେବେ ଏହାକୁ ଆଗକୁ ବଢ଼ାନ୍ତୁ ନାହିଁ ।

ଆପଣଙ୍କୁ କହିରଖୁଛୁ ଯେ, ଧନଶ୍ରୀ ଭର୍ମା ଓ ୟୁଜବେନ୍ଦ୍ର ଚହଲ ୨୨ ଡିସେମ୍ବର ୨୦୨୦ ରେ ବିବାହ କରିଥିଲେ । ବିବାହକୁ ଦୁଇ ବର୍ଷ ବି ହୋଇନାହିଁ, କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯିବାକୁ ନେଇ ଚର୍ଚ୍ଚା ହେଉଛି । ଯଦିଓ ୟୁଜବେନ୍ଦ୍ର ଚହଲ ଗୁଜବ ବନ୍ଦ କରିବାକୁ କହିଛନ୍ତି, କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ବିବାଦ ନାହିଁ ବୋଲି ସେ କୌଣସି ସ୍ୱୀକାରକ୍ତି କରି ନାହାଁନ୍ତି । ତେବେ ଗୋଟିଏ କଥା ହେଉଛି, ଧନଶ୍ରୀଙ୍କ ଇନଷ୍ଟାରେ ୟୁଜବେନ୍ଦ୍ର ଚହଲଙ୍କ ଫଟୋ ଓ ଚହଲଙ୍କ ଇନଷ୍ଟାରେ ଧନଶ୍ରୀଙ୍କ ଫଟୋ ରହିଛି ।

fallback

ଧନଶ୍ରୀ ଜଣେ ନୃତ୍ୟ କୋରିଓଗ୍ରାଫର ଓ ଡ୍ୟାନ୍ସ କ୍ଲାସ୍ ଚଳାନ୍ତି ।  ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଲକଡାଉନ୍ ସମୟରେ ୟୁଜବେନ୍ଦ୍ର ଚହଲ ତାଙ୍କ ଅନଲାଇନ୍ କ୍ଲାସରେ ଯୋଗ ଦେଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଗଲା ଓ ସେମାନେ ଏକ ସମ୍ପର୍କ ସ୍ଥାପନ କଲେ । କେବଳ ୩ ମାସର ସମ୍ପର୍କ ପରେ, ଚହଲ ଧନଶ୍ରୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ନିଷ୍ପତ୍ତି ନେଇଥିଲେ । ଚାହଲ-ଧନଶ୍ରୀ ଡିସେମ୍ବର ୨୦୨୦ ରେ ବିବାହ କରିଥିଲେ ।

କହିରଖୁଛୁ ଯେ ୟୁଜବେନ୍ଦ୍ର ଚହଲ ଏହି ସମୟରେ ଏକ ବ୍ରେକରେ ଅଛନ୍ତି । ସେ ଜିମ୍ବାୱେ ଗସ୍ତରେ ଯାଇ ନାହାଁନ୍ତି । ଏଠାରେ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଏକ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳୁଛି । ଏହା ପରେ ଭାରତୀୟ ଦଳକୁ ଏସିଆ କପ୍ ଖେଳିବାକୁ ପଡିବ, ଯାହା ଅଗଷ୍ଟ 27 ରୁ ଆରମ୍ଭ ହେବ । ୟୁଜବେନ୍ଦ୍ର ଚହଲ ଏସିଆ କପ ସହ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବେ ।

ଏହା ବି ପଢନ୍ତୁ: ବୁର୍ଖା ପିନ୍ଧି ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ ଯୁବକ, ଗ୍ରାମବାସୀ ଜାଣିଦେଲେ ଓ ତାପରେ ...

ଏହା ବି ପଢ଼ନ୍ତୁ: ଟ୍ୱିଟ୍ କରିବା ପାଇଁ ମିଳିଲା ଚରମ ଶାସ୍ତି, ଯୁବତୀକୁ ଭୋଗିବାକୁ ପଡ଼ିବ ୩୪ ବର୍ଷର କାରାଦଣ୍ଡ; ଜାଣନ୍ତୁ କ'ଣ ରହିଛି କାରଣ