Ind vs Eng: ତୃତୀୟ ଟି-୨୦ ପ୍ଲେଇଂ ଇଲେଭେନରେ ସାମିଲ ହେବେ ଦୀପକ ହୁଡ୍ଡା?
Advertisement
Article Detail0/zeeodisha/odisha1251602

Ind vs Eng: ତୃତୀୟ ଟି-୨୦ ପ୍ଲେଇଂ ଇଲେଭେନରେ ସାମିଲ ହେବେ ଦୀପକ ହୁଡ୍ଡା?

Ind vs Eng probable Playing XI: ଦୀପକ ହୁଡ୍ଡା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ପାଇଁ ଭାରତର ପ୍ଲେଇଂ ଇଲେଭେନରେ ସାମିଲ ହୋଇ ପାରନ୍ତି । ଏହି ମ୍ୟାଚରେ ଦୀପକ ହୁଡ୍ଡା ଫିନିସର ଭୂମିକାରେ ନଜର ଆସି ପାରନ୍ତି ।

ସୌ: ସୋସିଆଲ ମିଡିଆ

England Vs India: ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜର ଶେଷ ମ୍ୟାଚ୍ ଆଜି ନଟିଂହାମରେ (Nottingham) ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ କ’ଣ ହେବ? ଏହା ଏକ ମଜାଦାର ପ୍ରଶ୍ନ, କାରଣ ଗତ ମ୍ୟାଚ୍‌ରେ ଭାରତ ଦଳରେ ଚାରିଟି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସିରିଜର ପ୍ରଥମ ମ୍ୟାଚରେ ଭଲ ବ୍ୟାଟିଂ କରିଥିବା ଦୀପକ ହୁଡ୍ଡାଙ୍କୁ (Deepak Hooda) ଦ୍ୱିତୀୟ ମ୍ୟାଚ୍ ପାଇଁ ଡ୍ରପ କରାଯାଇଥିଲା । ଏଥି ସହିତ, ଏହାପୂର୍ବରୁ ସେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଶତକ ମଧ୍ୟ ମାରିଥିଲେ ।

ପ୍ଲେଇଂ ଇଲେଭେନରେ ବିରାଟ କୋହଲିଙ୍କ ସାମିଲ ହେବା ଯୋଗୁଁ ଦୀପକ ହୁଡ୍ଡା ଦଳରୁ ବାଦ ପଡିଥିଲେ । ଯଦିଓ ସେ ତୃତୀୟ ମ୍ୟାଚ୍ ରେ ଏକ ସୁଯୋଗ ପାଇପାରନ୍ତି, କିନ୍ତୁ ଏହାର ସମ୍ଭାବନା ବହୁତ କମ୍ ଅଟେ । ଯଦି ଦୀପକ ହୁଡ୍ଡା ଖେଳନ୍ତି, ତେବେ ତାଙ୍କୁ ଏକ ମ୍ୟାଚ୍ ଫିନିସର ଭୂମିକାରେ ଦେଖିବାକୁ ମିଳିପାରେ । ଏଭଳି ପରିସ୍ଥିତିରେ ସେ ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଏକ ସୁଯୋଗ ପାଇପାରନ୍ତି, କାରଣ ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଦୀନେଶ କାର୍ତ୍ତିକ ଭଲ ଫର୍ମରେ ନଜର ଆସୁ ନାହାଁନ୍ତି ।

ଯଦିଓ ଟିମ୍ ମେନେଜମେଣ୍ଟ ଦୀନେଶ କାର୍ତ୍ତିକଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚାହିଁବ । ଯଦି ମ୍ୟାନେଜମେଣ୍ଟ ଏହା ନ ଚାହେଁ, ତେବେ ପ୍ଲେଇଂ ଇଲେଭେନରେ ଦୀପକ ହୁଡ୍ଡାଙ୍କ ସ୍ଥାନ ପାଇବା ନିଶ୍ଚିତ । ଏହା ବ୍ୟତୀତ ଦଳରେ ବୋଧହୁଏ କୌଣସି ପରିବର୍ତ୍ତନ ହେବ ନାହିଁ । ଇଂଲଣ୍ଡ ଦଳ ମଧ୍ୟ କୌଣସି ପରିବର୍ତ୍ତନ ନକରି ପଡ଼ିଆକୁ ଓହ୍ଲାଇପାରେ । ଦ୍ୱିତୀୟ ଟି-୨୦ ମ୍ୟାଚରେ ଅଧିନାୟକ ଜୋସ୍ ବଟଲର ଦୁଇଟି ପରିବର୍ତ୍ତନ କରିଥିଲେ ଓ ସେ ସମାନ ଦଳ ସହ ତୃତୀୟ ମ୍ୟାଚ୍ ମଧ୍ୟ ଖେଳିବାକୁ ଚାହିଁବେ ।

ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ:

ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (WK), ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ / ଦୀପକ ହୁଡ୍ଡା, ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମ୍ରା ଓ ଯୁଜଭେନ୍ଦ୍ର ଚହଲ ।

ଇଂଲଣ୍ଡର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ:

ଜେସନ୍ ରୟ, ଜୋସ୍ ବଟଲର୍ (c & wk), ଡେଭିଡ୍ ମାଲାନ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ହ୍ୟାରି ବ୍ରୁକ୍, ମୋଏନ୍ ଅଲି, ସାମ୍ କୁରାନ୍, ଡେଭିଡ ୱିଲି, କ୍ରିସ ଜୋର୍ଡାନ, ରିଚାର୍ଡ ଗ୍ଲାସନ୍, ମାଥ୍ୟୁ ପାର୍କିନ୍ସନ୍ ।

ଏହା ବି ପଢ଼ନ୍ତୁ: ଆଦିତ୍ୟ ଠାକରେଙ୍କୁ ଛାଡି ଶିବସେନାର ୫୩ ବିଧାୟକଙ୍କୁ ମିଳିଲା ନୋଟିସ୍; ଜାଣନ୍ତୁ କାରଣ

ଏହା ବି ପଢ଼ନ୍ତୁ: କୋହଲିଙ୍କ ଫର୍ମକୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କ୍ରିକେଟର, କହିଲେ- ଡ୍ରପ୍ କର