Virat Kohli: ଗୌତମ ଗମ୍ଭୀର ପୁଣିଥରେ ବିରାଟ କୋହଲିଙ୍କୁ ନେଇ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1423036

Virat Kohli: ଗୌତମ ଗମ୍ଭୀର ପୁଣିଥରେ ବିରାଟ କୋହଲିଙ୍କୁ ନେଇ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

Gautam Gambhir on Virat Kohli T20 World Cup 2022: ବିରାଟ କୋହଲି ଆଜିକାଲି ଦମଦାର୍ ଫର୍ମରେ ଅଛନ୍ତି । ସେ ଟି-20 ବିଶ୍ୱକପରେ ଧମାଲ ସୃଷ୍ଟି କରିଛନ୍ତି । ତାଙ୍କ ବ୍ୟାଟରୁ ଲଗାତର ରନର ବର୍ଷା ହେଉଛି । ଏହି କାରଣରୁ ଦିଗଜ କ୍ରିକେଟରମାନେ ମଧ୍ୟ ତାଙ୍କର ଭୁରି ଭୁରି ପ୍ରଶଂସା କରୁଛନ୍ତି । 

Virat Kohli: ଗୌତମ ଗମ୍ଭୀର ପୁଣିଥରେ ବିରାଟ କୋହଲିଙ୍କୁ ନେଇ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

Gautam Gambhir on Virat Kohli: ଟି-20 ବିଶ୍ୱକପ ୨୦୨୨ରେ (T20 World Cup 2022) ଭାରତୀୟ ଦଳ (Team India) ର ଦମଦାର୍ ପ୍ରଦର୍ଶନ ଜାରି ରହିଛି । ଗତକାଲି ଏକ ରୋମାଞ୍ଚକର ମୁକାବିଲାରେ ଟିମ୍ ଇଣ୍ଡିଆ ବାଂଲାଦେଶ (Bangladesh) କୁ ୫ ରନରେ ପରାସ୍ତ କରିଛି । ବର୍ତ୍ତମାନ ଭାରତୀୟ ଦଳ ସେମିଫାଇନାଲ ଆଡ଼କୁ ଅଗ୍ରସର ହୋଇଛି । ଏହି ବିଜୟରେ ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଇଂନିସ ମଧ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା । କିଙ୍ଗ୍ କୋହଲି ଏହି ମ୍ୟାଚରେ ୪୪ ବଲରେ ୬୪ ରନର ଅପରାଜିତ ଇଂନିସ ଖେଳିଛନ୍ତି । ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କ ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଛି । ବିରାଟ କୋହଲି (Virat Kohli) ଆଜିକାଲି ଦମଦାର୍ ଫର୍ମରେ ଅଛନ୍ତି । ସେ ଟି-20 ବିଶ୍ୱକପରେ ଧମାଲ ସୃଷ୍ଟି କରିଛନ୍ତି । ତାଙ୍କ ବ୍ୟାଟରୁ ଲଗାତର ରନର ବର୍ଷା ହେଉଛି । ଏହି କାରଣରୁ ଦିଗଜ କ୍ରିକେଟରମାନେ ମଧ୍ୟ ତାଙ୍କର ଭୁରି ଭୁରି ପ୍ରଶଂସା କରୁଛନ୍ତି । ଏହି ତାଲିକାରେ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର ମଧ୍ୟ ସାମିଲ ହୋଇଯାଇଛନ୍ତି । ବର୍ତ୍ତମାନ ଗମ୍ଭୀର ବିରାଟ କୋହଲିଙ୍କ ପ୍ରଶଂସା କରିଛନ୍ତି । ବିରାଟଙ୍କୁ ବାରମ୍ବାର ସମାଲୋଚନା କରୁଥିବା ଗୌତମ ଗମ୍ଭୀର (Gautam Gambhir) ଏବେ ତାଙ୍କୁ ପ୍ରଶଂସା କରିଛନ୍ତି । 

ପାକିସ୍ତାନ ଅଧିନାୟକ ବାବର ଆଜମ, ଅଷ୍ଟ୍ରେଲିଆର ଧୁରନ୍ଧର ଷ୍ଟିଭ ସ୍ମିଥ ଏବଂ ନ୍ୟୁଜିଲ୍ୟାଣ୍ଡର ଦମଦାର୍ ଖେଳାଳି କେନ୍ ୱିଲିୟମସନଙ୍କଠାରୁ ବିରାଟ କୋହଲି କିପରି ଭଲ ବୋଲି ଗମ୍ଭୀର କହିଛନ୍ତି । ଗମ୍ଭୀର କହିଛନ୍ତି ଯେ, "ବିରାଟ କୋହଲି ଜାଣନ୍ତି ଖେଳାଳିଙ୍କ ସହ ପାର୍ଟନରଶିପ୍ କିପରି କରାଯାଏ । ଶେଷରେ ସେ ଖେଳକୁ ଭଲ ଭାବରେ ସମାପ୍ତ କଲେ ଓ ଆଜି ସୂର୍ଯ୍ୟ (ସୂର୍ଯ୍ୟକୁମାର ଯାଦବ) ଆଉଟ ହେବା ପରେ ପ୍ରକୃତ ହିରୋ ହୋଇଯାଇଛନ୍ତି । ଏହି କାରଣ ହେଉଛି ସେ ବାବର, ସ୍ମିଥ୍, ୱିଲିୟମ୍ସନ୍, ଜୋ ରୁଟ୍ ଭଳି ଖେଳାଳିଙ୍କ ଅପେକ୍ଷା ଭଲ ।"

ଏଠାରେ କହି ରଖୁଛୁ ଯେ, ଭାରତୀୟ କ୍ରିକେଟ୍ ଦଳ ଚଳିତ ଟି-20 ବିଶ୍ୱକପ୍ ସଂସ୍କରଣରେ ଭଲ ଖେଳିଛି ଓ ସୁପର-12 ରାଉଣ୍ଡରେ ଥିବା ୪ଟି ମ୍ୟାଚ୍ ମଧ୍ୟରୁ ୩ଟି ଜିତିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳର ନଜର ସେମିଫାଇନାଲ ପାଇଁ ସ୍ଥାନ ସୁରକ୍ଷିତ ରଖିବା ଉପରେ ରହିଛି । ଭାରତ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ନେଦରଲ୍ୟାଣ୍ଡ ଏବଂ ବାଂଲାଦେଶକୁ ପରାସ୍ତ କରିଛି । ଟିମ୍ ଇଣ୍ଡିଆ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ପରାଜୟର ସାମ୍ନା କରିଛି । ବିଶେଷ କଥା ହେଉଛି ଭାରତ ଜିତିଥିବା ତିନୋଟି ମ୍ୟାଚ୍‌ରେ ବିରାଟ କୋହଲି ବହୁତ ରନ୍ ସଂଗ୍ରହ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ବିରୋଧରେ ପୁଣି ଆସିଲା 'Cheating'ର ଅଭିଯୋଗ, ଭାରତ-ବାଂଲାଦେଶ ମ୍ୟାଚର ଏହି ଘଟଣାକୁ ନେଇ ଦେଖାଦେଲା ବିବାଦ

ଅଧିକ ପଢ଼ନ୍ତୁ:-ବାଂଲାଦେଶର ପରାଜୟ ପରେ ଶାକିବ ଅଲ ହାସନଙ୍କ ଅଜବ ବୟାନ, ଏହି ଖେଳାଳିଙ୍କୁ ପରାଜୟ ପାଇଁ କଲେ ଦାୟୀ!

ଅଧିକ ପଢ଼ନ୍ତୁ:-ଦେବ ଦୀପାବଳି ଦିନ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଭୁଲରେ ବି କରନ୍ତୁନି ଏସବୁ କାର୍ଯ୍ୟ

ସୂଚନାଯୋଗ୍ୟ, ବାଂଲାଦେଶ ବିପକ୍ଷ ମ୍ୟାଚରେ ବିରାଟ କୋହଲି ମଧ୍ୟ ଟି-20 ବିଶ୍ୱକପରେ ସର୍ବାଧିକ ରନ୍‌ କରିଥିବା ଖେଳାଳି ହୋଇଛନ୍ତି । ସେ ମହେଲା ଜୟୱର୍ଦ୍ଧନେଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । କୋହଲିଙ୍କ ଟି-20 ବିଶ୍ୱକପରେ ଏଭେରେଜ୍ ୮୦ରୁ ଅଧିକ ଓ ଷ୍ଟ୍ରାଇକ୍ ରେଟ୍ ୧୩୦ ରୁ ଅଧିକ ରହିଛି । କେବଳ ଏତିକି ନୁହେଁ, ଟି-20 କ୍ରିକେଟରେ ତାଙ୍କର ମୋଟ ଏଭେରେଜ୍ ୫୩ରୁ ଅଧିକ ଅଛି ।