GT vs LSG: ଗୁଜୁରାଟ ବିପକ୍ଷରେ ଖାତା ଖୋଲି ପାରିଲା ନାହିଁ ଲକ୍ଷ୍ନୌ, ଚତୁର୍ଥ ଥର ପାଇଁ ହେଲା ପରାସ୍ତ
Advertisement
Article Detail0/zeeodisha/odisha1684851

GT vs LSG: ଗୁଜୁରାଟ ବିପକ୍ଷରେ ଖାତା ଖୋଲି ପାରିଲା ନାହିଁ ଲକ୍ଷ୍ନୌ, ଚତୁର୍ଥ ଥର ପାଇଁ ହେଲା ପରାସ୍ତ

GT vs LSG Match Highlights: ରବିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଗୁଜୁରାଟ ଟାଇଟାନ୍ସ ପାଖରୁ ୫୬ ରନ ବ୍ୟବଧାନରେ ପରାସ୍ତ ଲକ୍ଷ୍ନୌ ସୁପର ଜିଆଣ୍ଟସ୍।  ଲକ୍ଷ୍ନୌ ଦଳକୁ ପରାସ୍ତ କରି ପଏଣ୍ଟ ଟେବୁଲ ଶୀର୍ଷରେ ନିଜର ସ୍ଥିତି ବଜାୟ ରଖିଛି ଗୁଜୁରାଟ ଟିମ୍। 

GT vs LSG: ଗୁଜୁରାଟ ବିପକ୍ଷରେ ଖାତା ଖୋଲି ପାରିଲା ନାହିଁ ଲକ୍ଷ୍ନୌ, ଚତୁର୍ଥ ଥର ପାଇଁ ହେଲା ପରାସ୍ତ

GT vs LSG Match Result: ଆଇପିଏଲ ମୁକାବିଲାରେ ଗୁଜୁରାଟ ବିପକ୍ଷରେ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ ଲକ୍ଷ୍ନୌ। ଗୁଜୁରାଟ ଟିମ୍ ପାଖରୁ ଲକ୍ଷ୍ନୌ ଦଳକୁ ଚତୁର୍ଥ ଥର ପାଇଁ ପରାଜୟ ବରଣ କରିବାକୁ ପଡ଼ିଛି। ଚଳିତ ଆଇପିଏଲ ସଂସ୍କରଣର ୫୧ ତମ ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସ ପାଖରୁ ୫୬ ରନ ବ୍ୟବଧାନରେ ପରାସ୍ତ ହୋଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍।

ମେ ୭ ତାରିଖ ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଲକ୍ଷ୍ନୌ ଦଳ ଗୁଜୁରାଟ ଟିମ୍ ବିପକ୍ଷରେ ବିଜୟର ଖାତା ଖୋଲିପାରି ନାହିଁ। ଗୁଜୁରାଟ ଟାଇଟାନ୍ସ ରବିବାର ଖେଳଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ କୁ ୫୬ ରନରେ ପରାସ୍ତ କରି ପଏଣ୍ଟ ଟେବୁଲ ଶୀର୍ଷରେ ନିଜର ସ୍ଥିତି ବଜାୟ ରଖିଛି। ଏହି ମ୍ୟାଚ ଜିତିବା ପାଇଁ ଲକ୍ଷ୍ନୌ ସାମ୍ନାରେ ୨୨୮ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। 

ହେଲେ ରସିଦ ଖାନ, ନୁର ଅହମ୍ମଦ ଏବଂ ମୋହିତ ଶର୍ମାଙ୍କ ସାମ୍ନାରେ ଲକ୍ଷ୍ନୌ ଦଳ ମାତ୍ର ଧାର୍ଯ୍ୟ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା। ମୋହିତ ଶର୍ମା ସର୍ବାଧିକ ୭ ୱିକେଟ୍ ନେଇଥିଲେ ଏବଂ ରସିଦ ଖାନ ଏବଂ ନୁର ଅହମ୍ମଦ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟାନ୍ସ ଶୁଭମାନ ଗିଲଙ୍କ ଅପରାଜିତ ୯୪ ଏବଂ ରିଦ୍ଧିମାନ ସାହାଙ୍କ ୮୧ ରନ୍ ପାଳି ଆଧାରରେ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୨୨୭ ରନ୍ ସ୍କୋର କରିଥିଲା।

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଇନିଂସ 
୨୨୮ ରନ ବିଜୟ ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ଏହାର ଏକ ଭଲ ପାଳି ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ପାଇଁ କାଇଲ୍ ମାୟର୍ସ ଏବଂ ପ୍ରଥମ ଥର ପାଇଁ ମ୍ୟାଚ ଖେଳୁଥିବା କ୍ୱିଣ୍ଟନ୍ ଡି କକ୍ ଦ୍ରୁତ ୮୮ ରନ୍ ଯୋଡିଥିଲେ। କାଇଲ ମେୟର ୩୨ ବଲ ଖେଳି ୪୮ ରନ ସ୍କୋର କରିବା ପରେ ମୋହିତ ଶର୍ମାଙ୍କ ଶିକାର ହୋଇଥିଲେ। ରସିଦ ଖାନ ତାଙ୍କର ସର୍ବୋତ୍ତମ କ୍ୟାଚ୍ ନେଇଥିଲେ। ଦ୍ୱିତୀୟ ୱିକେଟ୍ ଭାବରେ ଦୀପକ ହୁଡା ଆଉଟ ହୋଇଥିଲେ। ଦୀପକ ହୁଡା ୧୧ ରନ୍‌ ସ୍କୋର କରିବା ପରେ ମହମ୍ମଦ ଶାମି ଆଉଟ କରିଥିଲେ। ଏହା ପରେ ଲକ୍ଷ୍ନୌ ଦଳ କ୍ରମାଗତ ବ୍ୟବଧାନରେ ଏହାର ୱିକେଟ୍ ହରାଇବାରେ ଲାଗିଥିଲା।

ଗୁଜୁରାଟ ଟାଇଟାନ୍ସ ଇନିଂସ 
ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଶୁଭମନ ଗିଲ ଏବଂ ରିଦ୍ଧିମାନ ସାହା ଗୁଜୁରାଟ ଟାଇଟାନ୍ସ ପାଇଁ ବିସ୍ଫୋରକ ଇନିଂସ ଆରମ୍ଭ କରିଥିଲେ। ଉଭୟେ ପ୍ରଥମ ୱିକେଟ୍ ପାଇଁ ୭୩ ବଲ ଖେଳି ୧୪୨ ରନ୍ ଭାଗିଦାରୀ କରିଥିଲେ। ରିଦ୍ଧିମାନ ସାହା ୪୩ ବଲରେ ୮୧ ରନର ବିସ୍ଫୋରକ ଇନିଂସ ଖେଳିବା ପରେ ଆଉଟ ହୋଇଯାଇଥିଲେ। ସେ ନିଜ ପାଳିରେ ୧୦ ଚୌକା ଏବଂ ୪ ଛକା ମାରିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଶୁଭମାନ ଗିଲଙ୍କ ସହ ୪୨ ରନ୍ ଭାଗିଦାରୀ କରିଥିଲେ। ୧୫ ବଲରେ ୨୫ ରନ୍ ସ୍କୋର କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୋହସିନ୍ ଖାନଙ୍କ ଦ୍ୱାରା ଆଉଟ ହୋଇଥିଲେ। ୫୧ ବଲରେ ଶୁଭମାନ ଗିଲ ସର୍ବାଧିକ ୯୪  ରନର ଇନିଂସ ଖେଳିଥିଲେ। ସେ ତାଙ୍କ ପାଳିରେ ୨ ଚୌକା ଏବଂ ୭ ଛକା ମାରିଥିଲେ।

ଲକ୍ଷ୍ନୌ ସହ ମୁକାବିଲାରେ ଗୁଜୁରାଟ ପଲ୍ଲା ଭାରୀ 
ଲକ୍ଷ୍ନୌ ଦଳ ସହ ହୋଇଥିବା ମୁକାବିଲାରେ ଗୁଜୁରାଟ ଚିମ ପଲ୍ଲା ଭାରୀ  ରହିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସମସ୍ତ ୪ ମୁକାବିଲାରେ ଗୁଜୁରାଟ ଟାଇଟାନ୍ସ ବିଜୟ ବାନା ଉଡାଇଥିବା ବେଳେ, ଲକ୍ଷ୍ନୌ ସୁର ଜିଆଣ୍ଟସ୍ ଏହାର ପ୍ରଥମ ବିଜୟକୁ ଅପେକ୍ଷା କରିଛି। ଏଥର ମଧ୍ୟ ସେମାନଙ୍କର ଅପେକ୍ଷା ପୂରଣ ହୋଇନାହିଁ। ଉଭୟ ଦଳ ଗତ ଥରର ଆଇପିଏଳ ସଂସ୍କରଣରେ ଦୁଇ ଥର ଏବଂ ଚଳିତ ସଂସ୍କରଣରେ ଥରେ ଭେଟି ସାରିଛନ୍ତି।