India ପରିବର୍ତ୍ତେ ଏହା କରିବାକୁ ନିବେଦନ କଲେ ଭେଟେରାନ କ୍ରିକେଟରଙ୍କ ପତ୍ନୀ
Advertisement

India ପରିବର୍ତ୍ତେ ଏହା କରିବାକୁ ନିବେଦନ କଲେ ଭେଟେରାନ କ୍ରିକେଟରଙ୍କ ପତ୍ନୀ

Hasin Jahan Post: ଟିମ୍ ଇଣ୍ଡିଆ(Team India)ର ଜଣେ ବରିଷ୍ଠ ଖେଳାଳିଙ୍କ ପତ୍ନୀଙ୍କ ସୋସିଆଲ୍ ମିଡିଆ ପୋଷ୍ଟ(Social Media Post) ସମସ୍ତଙ୍କୁ ଆଚମ୍ବିତ କରିଛି। ଏହି ଖେଳାଳିଙ୍କ ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା(Amit Saha)ଙ୍କୁ ଦେଶର ନାମ ପରିବର୍ତ୍ତନ କରିବାକୁ ନିବେଦନ କରିଛନ୍ତି।

ପ୍ରତୀକାତ୍ମକ

Hasin Jahan Post: ଟିମ୍ ଇଣ୍ଡିଆ(Team India)ର ଜଣେ ବରିଷ୍ଠ ଖେଳାଳିଙ୍କ ପତ୍ନୀଙ୍କ ସୋସିଆଲ୍ ମିଡିଆ ପୋଷ୍ଟ(Social Media Post) ସମସ୍ତଙ୍କୁ ଆଚମ୍ବିତ କରିଛି। ଏହି ଖେଳାଳିଙ୍କ ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା(Amit Saha)ଙ୍କୁ ଦେଶର ନାମ ପରିବର୍ତ୍ତନ କରିବାକୁ ନିବେଦନ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସେ ଏହି ବିଶେଷ ନିବେଦନ କରିଛନ୍ତି। ଏହି ପୋଷ୍ଟ ଚାହୁଁଚାହୁଁ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଗଲା। 

ସର୍ବଦା ଚର୍ଚ୍ଚାରେ ରହିଥିବା ମହମ୍ମଦ ଶାମି (Mohammed Shami)ଙ୍କ ପତ୍ନୀ ହସିନ ଜାହାନ(Hasin Jahan) ଦେଶର ନାମ ପରିବର୍ତ୍ତନ କରିବାକୁ ନିବେଦନ କରିଛନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି, ଯାହାର କ୍ୟାପସନରେ ସେ ଏହି ନିବେଦନ କରିଛନ୍ତି। ଭିଡିଓ ସେୟାର କରିବା ବେଳେ ହସିନ ଜାହାନ ଲେଖିଛନ୍ତି, 'ଆମ ଦେଶ, ଆମର ସମ୍ମାନ... ମୁଁ ଭାରତକୁ ଭଲ ପାଏ। ଆମ ଦେଶର ନାମ କେବଳ ହିନ୍ଦୁସ୍ତାନ କିମ୍ବା ଭାରତ ହେବା ଉଚିତ୍। ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ଗୃହମନ୍ତ୍ରୀଙ୍କୁ ଭାରତର ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କରୁଛି ବୋଲି ସେ ଲେଖିଛନ୍ତି। ଯାହାଫଳରେ ସମଗ୍ର ବିଶ୍ୱ ଆମ ଦେଶକୁ ଇଣ୍ଡିଆ ପରିବର୍ତ୍ତେ ଭାରତ କିମ୍ବା ହିନ୍ଦୁସ୍ତାନ ବୋଲି କହିବ।

ବୃତ୍ତିରେ ହସିନ୍ ଜାହାନ୍  (Hasin Jahan) ଜଣେ ଅଭିନେତ୍ରୀ। ହାସିନ୍ ପ୍ରଥମେ ଜଣେ ମଡେଲ୍ ଥିଲେ, ପରେ ସେ କୋଲକାତା ନାଇଟ୍ ରାଇଡର୍ସର ଆଇପିଏଲ ଦଳର ଜଣେ ଚିୟର ଲିଡର ହୋଇଥିଲେ। ଏହି ସମୟରେ ମହମ୍ମଦ ଶାମି ଓ ହସିନ ଜାହାନ ମଧ୍ୟରେ ସାକ୍ଷାତ ହୋଇଥିଲା। ପରେ ଦୁହେଁ ପରସ୍ପରକୁ ଭଲପାଇ ଯାଇଥିଲେ। ୨୦୧୪ରେ ଶାମିଙ୍କୁ ବିବାହ କରିବା ପରେ ହସିନ ଜାହାନ ମଡେଲିଂ ଛାଡିଥିଲେ। ବର୍ତ୍ତମାନ ସେ ନିଜର ଏକ ବଙ୍ଗଳା ଭାଷାରେ ନିର୍ମିତ ଚଳଚ୍ଚିତ୍ରର ପ୍ରମୋସନରେ ଲାଗିଛନ୍ତି।

ମହମ୍ମଦ ଶାମି ଓ ତାଙ୍କ ସ୍ତ୍ରୀ ହସିନଙ୍କ ବିବାଦ କାହାକୁ ଅଛପା ନାହିଁ। ମହମ୍ମଦ ଶାମି (Mohammed Shami)ଙ୍କ ସହ ବିବାଦ ହେତୁ ହସିନ ଜାହାନ ଦୀର୍ଘ ଦିନ ଧରି ତାଙ୍କ ଝିଅ ସହିତ ଅଲଗା ରହୁଛନ୍ତି। ୨୦୧୮ ମସିହାରେ ହାସିନ୍ ଜାହାନ୍ ମହମ୍ମଦ ଶାମିଙ୍କ ବିରୁଦ୍ଧରେ ମାରପିଟ, ବଳାତ୍କାର, ହତ୍ୟା ଉଦ୍ୟମ ଏବଂ ଘରୋଇ ହିଂସା ଭଳି ଅଭିଯୋଗ ଲଗାଇଥିଲେ। ସେ ଶାମିଙ୍କ ବିରୋଧରେ ଆଇପିସିର ଧାରା ୪୯୮ a (ଯୌତୁକ ନିର୍ଯ୍ୟାତନା) ଓ ଧାରା ୩୫୪ (ଯୌନ ଉତ୍ପୀଡ଼ନ) ଆଦି କେଶ କରିଥିବା ବେଳେ ତାଙ୍କ ଭାଇ ହାସିଦ ଅହମ୍ମଦଙ୍କ ବିରୁଦ୍ଧରେ ଧାରା ୩୫୪ (ଯୌନ ଉତ୍ପୀଡ଼ନ) ରେ କେଶ କରିଥିଲେ। ଦୁହିଙ୍କର ଏକ ଝିଅ ଥିବା ବେଳେ ସେ ଏବେ ହସିନ ଜାହାନଙ୍କ ସହ ରହୁଛନ୍ତି।