Hockey World Cup 2023: ଜାଣନ୍ତୁ କ'ଣ ଏହି Astro Turf, ଯାହାଦ୍ୱାରା ଖେଳାଳିଙ୍କୁ ମିଳିଥାଏ ଏହି ସବୁ ଫାଇଦା
Advertisement
Article Detail0/zeeodisha/odisha1538457

Hockey World Cup 2023: ଜାଣନ୍ତୁ କ'ଣ ଏହି Astro Turf, ଯାହାଦ୍ୱାରା ଖେଳାଳିଙ୍କୁ ମିଳିଥାଏ ଏହି ସବୁ ଫାଇଦା

Astro Turf Field: ବିର୍ସାମୁଣ୍ଡା ଷ୍ଟାଡିୟମରେ ନିର୍ମିତ ଚେଞ୍ଜିଂ ରୁମକୁ ଟୋକିଓ ଅଲିମ୍ପିକରେ କପି କରାଯାଇଛି । ଏଥିରୁ ବୁଝିବା ଦରକାର ଓଡ଼ିଶାର ଭିତ୍ତିଭୂମି କେତେ ଶକ୍ତିଶାଳୀ ଓ ପ୍ରେରଣାଦାୟୀ। ଅନ୍ୟପଟେ ଏକଥା ବି ଜାଣିବା ଦରକାର ଯେ, ଯେଉଁ ସହରରେ ଖେଳର ଆୟୋଜନ ହୋଇଥାଏ ସେଠାରେ ସମସ୍ତ ଭିତ୍ତିଭୂମୀକୁ ନଜରରେ ରଖାଯାଇଥାଏ। 

 

Hockey World Cup 2023: ଜାଣନ୍ତୁ କ'ଣ ଏହି Astro Turf, ଯାହାଦ୍ୱାରା ଖେଳାଳିଙ୍କୁ ମିଳିଥାଏ ଏହି ସବୁ ଫାଇଦା

Hockey World Cup 2023: ଓଡ଼ିଶାକୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା । ହକି ହବ୍ ନାଁରେ ଓଡ଼ିଶାର ନାଁକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଏବେ ଭୁବନେଶ୍ୱର ଓ ରାଉରକେଲାରେ ୧୫ ତମ ସଂସ୍କରଣ ୱାର୍ଲଡ କପ୍ କରାଯାଉଛି। ୨୦୧୮ ରେ ୧୪ ତମ ୱାର୍ଲଡକପ୍ ଭୁବନେଶ୍ୱରରେ ହିଁ ହୋଇଥିଲା । ଏହାପୂର୍ବରୁ ଚାମ୍ପିଅନସ ଲିଗ୍ , ୱାର୍ଲଡ ଲିଗ୍, ଅଲିମ୍ପିକ କ୍ୱାଲିଫାଏର, ପ୍ରୋ ଲିଗ୍ ପରି ଟୁର୍ଣ୍ଣାମେଣ୍ଟ ପରି ଟୁର୍ଣ୍ଣାମେଣ୍ଟ ଓଡ଼ିଶାରେ ଆୟୋଜିତ ହେଉଛି । ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଅନ୍ତଃରାଷ୍ଟ୍ରୀୟ ହକି ସଂଘ ପାଖାପାଖି ବଡ଼ ଇଣ୍ଟର ନ୍ୟାସନାଲ ଗେମ୍ ଓଡ଼ିଶାରେ ହିଁ କାହିଁକି ହେଉଛି। ଜାଣିରଖନ୍ତୁ ହକିର ବହୁ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ସାଧାରଣତଃ ଗୋଟିଏ  ସହରରେ ହିଁ ଆୟୋଜିତ ହୋଇଥାଏ। ଚଳିତ ଥର ୱାର୍ଲଡ କପ୍ ମୁକାବିଲା ଓଡ଼ିଶାର ଦୁଇଟି ସହରରେ ହେଉଛି।

ତେବେ ସବୁଠାରୁ ବଡ଼ କଥା ହେଲା  FIHର  ଉଦ୍ୟମ ସବୁବେଳେ ଏହା ଥାଏ କି ହକି ମ୍ୟାଚ୍ (Hockey Match) ସର୍ବଦା ଗୋଟିଏ ସହରରେ କରାଯାଉ। ତେବେ ହକି ବିଶ୍ୱକପ୍ ଆରମ୍ଭ ପୂର୍ବରୁ ଓ ପରେ ବିର୍ସାମୁଣ୍ଡା ଷ୍ଟାଡିୟମର ପ୍ରଶଂସା କରିଛନ୍ତି ବିଦେଶୀ।  ବିର୍ସା ମୁଣ୍ଡାରେ ଖେଳାଳି ଓ ଦର୍ଶକଙ୍କ ପାଇଁ ଯେପରି ବ୍ୟବସ୍ଥା କରାଯାଇଛି ତାହା ଅତୂଳନୀୟ। ଏପରି ବ୍ୟବସ୍ଥା କୌଣସି ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ (International Hockey Stadium) ନାହିଁ। ଏଠାକାର ଷ୍ଟାଡିୟମରେ ନିର୍ମିତ ଚେଞ୍ଜିଂ ରୁମକୁ ଟୋକିଓ ଅଲିମ୍ପିକରେ କପି କରାଯାଇଛି । ଏଥିରୁ ବୁଝିବା ଦରକାର ଓଡ଼ିଶାର ଭିତ୍ତିଭୂମି କେତେ ଶକ୍ତିଶାଳୀ ଓ ପ୍ରେରଣାଦାୟୀ। ଅନ୍ୟପଟେ ଏକଥା ବି ଜାଣିବା ଦରକାର ଯେ, ଯେଉଁ ସହରରେ ଖେଳର ଆୟୋଜନ ହୋଇଥାଏ ସେଠାରେ ସମସ୍ତ ଭିତ୍ତିଭୂମୀକୁ ନଜରରେ ରଖାଯାଇଥାଏ। 

ଏହାପରେ ସାମ୍ନାକୁ ଆସେ ଫିଲ୍ଡ ଓ ଫିଲ୍ଡର ଷ୍ଟ୍ରକଚର୍ ଉପରେ। ହକି ଇଣ୍ଡିଆର (Hockey India) ଆକଳନ ଅନୁସାରେ  ୯୫ ଟି AstroTurf ରହିଛି। ଏଥିରେ ୩୫ ଟି ଓଡ଼ିଶାରେ ରହିଛି । ୧୫ ଟି ଆଷ୍ଟ୍ରୋ ଟର୍ଫ କେବଳ ସୁନ୍ଦରଗଡ଼ରେ ରହିଛି। ଏଠାରେ ୬ଟି  AstroTurf ଆହୁରି ତିଆରି ଚାଲିଛି। ଜିଲ୍ଲାର ୧୭ ଟି ବ୍ଲକରେ ଫୁଲ ଓ ମିନି ସାଇଜ୍ ର AstroTurf  ତିଆରି ଚାଲିଛି। ଏହା ଏଥିପାଇଁ କରାଯାଉଛି କାରଣ ଭବିଷ୍ୟତରେ ଆଗକୁ ଯେମିତି ଯୁବ ଖେଳାଳି ମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼େ। ତେବେ ଚାଲନ୍ତୁ ଜାଣିବା ଏହି AstroTurf କଣ ଓ ଏହାଦ୍ୱାରା ଖେଳାଳିଙ୍କୁ କଣ ଫାଇଦା ମିଳିଥାଏ। 

AstroTurf ର ଖାସ୍ କଥା...
AstroTurf ର ଖାସ୍ କଥା ହେଉଛି, ଏହା ପୁରା ପୁରି ସମତଳ ହୋଇ ରହିଥାଏ। ଏଥିରେ କ୍ରୃତିମ ଘାସ ପ୍ରସ୍ତୁତି କରାଯାଇଥାଏ। ଯାହା ସାଧାରଣ ଘାସ ଅପେକ୍ଷା ଅଧିକ ମଜଭୁତ ହୋଇଥାଏ। ଏହି ଘାସର ମାଟି ବହୁତ ମଜଭୁତ ହୋଇଥାଏ। ଯାହାଫଳରେ ଖେଳିବା ଦ୍ୱାରା ଏହି ଘାସ ଉପୁଡେ ନାହିଁ। କେବଳ ଏହା ନୁହେଁ ଖେଳିବା ସମୟରେ ଯଦି ମୈଦାନରେ ଗାତ ହୋଇଯାଏ ତେବେ କୌଣସି ସମସ୍ୟା ଉପୁଜେ ନାହିଁ। 

Also Read: Anvay Dravid: ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ୱ, କରାଗଲା ଦଳର ଅଧିନାୟକ