ICC T20I Ranking: ଶେଷହେଲା ବାବର ଆଜମଙ୍କ ରାଜୁତି, ପଛରେ ପକାଇଲେ ଏହି ଭାରତୀୟ
Advertisement
Article Detail0/zeeodisha/odisha1361321

ICC T20I Ranking: ଶେଷହେଲା ବାବର ଆଜମଙ୍କ ରାଜୁତି, ପଛରେ ପକାଇଲେ ଏହି ଭାରତୀୟ

Latest ICC T20I Ranking: ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଟି-୨୦ ର଼୍ୟାଙ୍କିଙ୍ଗରେ ଭାରତର ସୂର୍ଯ୍ୟକୁମାର ଯାଦବଙ୍କୁ ଏକ ବଡ଼ ଲାଭ ମିଳିଛି । ସୁର୍ଯ୍ୟକୁମାର ବର୍ତ୍ତମାନ ଟି-୨୦ ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ରହିଛନ୍ତି ।

ସୌ: ସୋସିଆଲ ମିଡିଆ

ICC T20I Ranking: ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ବ୍ୟାଟିଂ ଟି-୨୦ ର଼୍ୟାଙ୍କିଙ୍ଗରେ ଭାରତର ସୂର୍ଯ୍ୟକୁମାର ଯାଦବଙ୍କୁ (Suryakumar Yadav) ଏକ ବଡ଼ ଲାଭ ମିଳିଛି । ସୁର୍ଯ୍ୟକୁମାର ବର୍ତ୍ତମାନ ଟି-୨୦ ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ (Babar Azam) ପଛରେ ପକାଇ ଏହା କରିବାରେ ସଫଳ ହୋଇଛନ୍ତି । ବାବର ବର୍ତ୍ତମାନ ଟି-୨୦ ର଼୍ୟାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ଅଛନ୍ତି । ଏହା ବ୍ୟତୀତ ମହମ୍ମଦ ରିଜୱାନ (Mohammad Rizwan) ଏକ ନମ୍ବରରେ ରହିଛନ୍ତି, ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାର ଏଡ଼ନ ମାର୍କ୍ରମ (Aiden Markram) ଦ୍ୱିତୀୟ ସ୍ଥାନରେ ଅଛନ୍ତି । କହିରଖୁଛୁ ଯେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ରେ ସୂର୍ଯ୍ୟକୁମାର ଯାଦବ ବିସ୍ପୋରକ ଇନିଂସ କରି ମାତ୍ର ୨୫ ବଲରେ ୪୬ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ । ସୂର୍ଯ୍ୟକୁମାରଙ୍କ ଏହି ଇନିଂସ ତାଙ୍କୁ ର଼୍ୟାଙ୍କିଙ୍ଗରେ (ICC T20I Ranking) ଉପରକୁ ଉଠିବାରେ ସାହାଯ୍ୟ କରିଥିଲା ଓ ସେ ୪ ନମ୍ବରରୁ ୩ ନମ୍ବର ସ୍ଥାନରେ ପହଞ୍ଚିବାରେ ସଫଳ ହୋଇଥିଲେ ।

ଅନ୍ୟପକ୍ଷରେ ଏସିଆ କପ୍‌ରୁ ବାବରଙ୍କ ଫର୍ମ ଖରାପ ହେବାରେ ଲାଗିଛି । କେବଳ ଏତିକି ନୁହେଁ, ବାବର ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ରେ ଅଧିକ ସ୍କୋର କରିବାରେ ସଫଳ ହୋଇ ନଥିଲେ ଓ ୩୧ ରନ୍ ସ୍କୋର କରିବା ପରେ ସେ ଆଉଟ ହୋଇ ଯାଇଥିଲେ । ଏହି କାରଣରୁ ସେ ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ତଳକୁ କଷି ଯାଇଛନ୍ତି । ତାଙ୍କ ବ୍ୟତୀତ ପାକିସ୍ତାନ ଖେଳାଳି ମହମ୍ମଦ ରିଜୱାନ କ୍ରମାଗତ ଭାବେ ଭଲ ରନ୍ ସ୍କୋର କରି ଆସୁଛନ୍ତି । କରାଚିରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ସେ ୬୮ ରନର ଇନିଂସ ଖେଳି ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

କହି ରଖୁଛୁ, ଯଦି ସୁର୍ଯ୍ୟକୁମାର ଆଗାମୀ ମ୍ୟାଚରେ ଏଭଳି ରନ୍ ସ୍କୋର ଜାରି ରଖନ୍ତି, ତେବେ ସେ ଖୁବ ଶୀଘ୍ର ବିଶ୍ୱ ଟି-୨୦ ରେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବେ । ବର୍ତ୍ତମାନ ରିଜୱାନରେ ୮୨୫ ପଏଣ୍ଟ ଥିବାବେଳେ ସୁର୍ଯ୍ୟକୁମାର ତାଙ୍କ ପଛରେ ମାତ୍ର ୪୬ ରେଟିଂ ପଏଣ୍ଟ ପଛରେ ରହିଛନ୍ତି । ଭାରତର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ବର୍ତ୍ତମାନର ରେଟିଂ ପଏଣ୍ଟ ହେଉଛି ୭୮୦ । ଏଭଳି ପରିସ୍ଥିତିରେ ଖୁବ ଶୀଘ୍ର ସୂର୍ଯ୍ୟକୁମାର ବିଶ୍ୱର ଶ୍ରେଷ୍ଠ ଟି-୨୦ ବ୍ୟାଟ୍ସମ୍ୟାନ୍ ହେବେ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ: ICC କଲା ବଡ଼ ଘୋଷଣା, ୧ ଅକ୍ଟୋବରରୁ ବଦଳିଯିବ କ୍ରିକେଟର ଏସବୁ ନିୟମ

ଏହା ବି ପଢ଼ନ୍ତୁ: କୋହଲି ଓ ହାର୍ଦ୍ଦିକଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଲଗାଇଲା ନିଆଁ! ଦେଖନ୍ତୁ Video

ଏହା ବି ପଢ଼ନ୍ତୁ: ଭାରତୀୟ ସାମ୍ବାଦିକଙ୍କ ଫୋନ୍ ଛଡ଼ାଇବାକୁ ନେଇ ସ୍ପଷ୍ଟୀକରଣ ରଖିଲେ ରମିଜ ରାଜା, ପଢନ୍ତୁ କ'ଣ କହିଲେ