ICC କଲା ବଡ଼ ଘୋଷଣା, ୧ ଅକ୍ଟୋବରରୁ ବଦଳିଯିବ କ୍ରିକେଟର ଏସବୁ ନିୟମ
Advertisement
Article Detail0/zeeodisha/odisha1359531

ICC କଲା ବଡ଼ ଘୋଷଣା, ୧ ଅକ୍ଟୋବରରୁ ବଦଳିଯିବ କ୍ରିକେଟର ଏସବୁ ନିୟମ

ICC New Cricket Rules: ଆଇସିସି ମଙ୍ଗଳବାର ଦିନ ନୂଆ ନିୟମ ତାଲିକା ଜାରି କରିଛି । ଏହି ନୂଆ ନିୟମ ୧ ଅକ୍ଟୋବର ୨୦୨୨ ରୁ କାର୍ଯ୍ୟକାରୀ ହେବ, ଅର୍ଥାତ ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ଏହି ନୂଆ ନିୟମ ଆଧାରରେ ଖେଳାଯିବ ।

ସୌ: ସୋସିଆଲ ମିଡିଆ

ICC New Cricket Rules: ଆଇସିସି ମଙ୍ଗଳବାର ଦିନ ନୂଆ ନିୟମ ତାଲିକା ଜାରି କରିଛି । ଏହା ୧ ଅକ୍ଟୋବର ୨୦୨୨ ରୁ ଲାଗୁ ହେବାକୁ ଯାଉଛି । ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ (Sourav Ganguly) ନେତୃତ୍ୱରେ ପୁରୁଷ କ୍ରିକେଟ୍ କମିଟିର (Men's Cricket Committee) ୨୦୧୭ ନିୟମ କ୍ରିକେଟ୍ ର ତୃତୀୟ ସଂସ୍କରଣରେ ଖେଳ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସୁପାରିଶ କରିଛି । ଏହାକୁ ମହିଳା କ୍ରିକେଟ୍ କମିଟି (Women's Cricket Committee) ସହିତ ସେୟାର କରାଯାଇଥିଲା, ଯାହା ସୁପାରିଶକୁ ସମର୍ଥନ କରିଥିଲା । ଏହି ନୂଆ ନିୟମ ୧ ଅକ୍ଟୋବର ୨୦୨୨ ରୁ କାର୍ଯ୍ୟକାରୀ ହେବ, ଅର୍ଥାତ ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ (T20 World Cup 2022) ଏହି ନୂଆ ନିୟମ ଆଧାରରେ ଖେଳାଯିବ ।

ଆସନ୍ତୁ ଜାଣିବା କ’ଣ ରହିଛି ନୂଆ ନିୟମ-

>> ବ୍ୟାଟ୍ସମ୍ୟାନ୍ କ୍ୟାଚ ଆଉଟ ହେଲେ ମଧ୍ୟ ନୂଆ ବ୍ୟାଟ୍ସମ୍ୟାନ୍ ଷ୍ଟ୍ରାଇକରେ ରହିବେ । ଏହାପୂର୍ବରୁ କ୍ୟାଚ୍ ସମୟରେ ଯାଇ ଦୁଇଜଣ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକ ପରିବର୍ତ୍ତନ କରୁଥିଲେ ତେବେ ନୂଆ ବ୍ୟାଟ୍ସମ୍ୟାନ୍ ଅନ୍ୟ ପଟେ ରହୁଥିଲେ ।

>> କୋଭିଡ ମହାମାରୀ ଆରମ୍ଭ ହେବା ପରେ ଯେତେବେଳେ କ୍ରିକେଟ୍ ଆରମ୍ଭ ହୋଇଥିଲା ସେତବେଳେ ବଲରେ ଲାଳ ଲଗାଇବା ଉପରେ ଅସ୍ଥାୟୀ ନିଷେଧାଦେଶ ଜାରି କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଲାଳ ଲଗାଇବା ସବୁଦିନ ପାଇଁ ନିଷିଦ୍ଧ କରାଯାଇଛି ।

>> ବ୍ୟାଟିଂ କରିବାକୁ ଆସୁଥିବା ନୂଆ ବ୍ୟାଟ୍ସମ୍ୟାନଙ୍କୁ ଟେଷ୍ଟ ଓ ODI ରେ ଦୁଇ ମିନିଟରେ ଷ୍ଟ୍ରାଇକ୍ ନେବାକୁ ପଡିବ, ଟି-୨୦ ରେ ଏହାର ସମୟ ସୀମା ୯୦ ସେକେଣ୍ଡ ହେବ । ପ୍ରଥମ ବ୍ୟାଟ୍ସମ୍ୟାନଙ୍କ ଆଉଟ ପରେ ନୂଆ ଖେଳାଳି ଟେଷ୍ଟ ଓ ODI ରେ ତିନି ମିନିଟ୍ ପାଇଥିଲେ । ଯଦି ବ୍ୟାଟ୍ସମ୍ୟାନ୍ ଏହା କରିବାରେ ବିଫଳ ହୁଅନ୍ତି, ତେବେ ଫିଲ୍ଡ ଅଧିନାୟକ ଟାଇମ ଆଉଟ କରିବାକୁ ଦାବି କରିପାରିବେ ।

>> ଯଦି ବଲ୍ ପିଚ୍ ବାହାରେ ପଡେ ତେବେ ନୂତନ ନିୟମ ଅନୁଯାୟୀ ବ୍ୟାଟ୍ସମ୍ୟାନଙ୍କୁ ପିଚ୍ ଭିତରେ ରହି ବଲ୍ ଖେଳିବାର ଅଧିକାର ରହିବ । ଯଦି ସେ ବାହାରକୁ ଯାଇ ଖେଳନ୍ତି ତେବେ ଅମ୍ପାୟାର ଏହାକୁ ଡେଡ଼ ବଲ ସଙ୍କେତ ଦେବେ । ପିଚ୍ ବାହାରକୁ ଯିବାପାଇଁ ବାଧ୍ୟ କରାଯାଉଥିବା କୌଣସି ବଲକୁ ନୋ-ବଲ୍ ଦିଆଯିବ ।

>> ଯଦି ବୋଲର ବଲ କରିବା ସମୟରେ କୌଣସି ଖେଳାଳି ଉଦ୍ଦେଶ୍ୟମୂଳକ ଭାବେ ମୁଭମେଣ୍ଟ କରେ ତେବେ ଅମ୍ପାୟାର ଏହାକୁ ଡେଡ଼ ବଲ ସଙ୍କେତ ଦେବେ, ଏହା ବ୍ୟତୀତ ବ୍ୟାଟିଂ ଦଳକୁ ପେନାଲ୍ଟି ଭାବରେ ୫ ରନ୍ ମିଳିବ ।

>> ଯଦି ଜଣେ ବୋଲର ତାଙ୍କ ଡେଲିଭରି ଷ୍ଟ୍ରିଡରେ ପ୍ରବେଶ କରିବା ପୂର୍ବରୁ ଷ୍ଟ୍ରାଇକରଙ୍କୁ ଆଉଟ୍ କରିବାକୁ ଚେଷ୍ଟା କରି ବଲ୍ ଫିଙ୍ଗନ୍ତି, ତେବେ ଏହା ଏପର୍ଯ୍ୟନ୍ତ ଏକ ଡେଡ଼ ବଲ୍ ଥିଲା । ଏହା ଏକ ଅତ୍ୟନ୍ତ ବିରଳ ସେନାରିଓ, ଯାହାକୁ ବର୍ତ୍ତମାନ ନୋ ବଲ୍ କୁହାଯିବ ।

>> ଟି-୨୦ ପରି, ବର୍ତ୍ତମାନ ODI କ୍ରିକେଟ୍ ରେ ମଧ୍ୟ ଯଦି ଓଭର ଠିକ୍ ସମୟରେ ସମାପ୍ତ ନହୁଏ, ତେବେ ଫିଲ୍ଡିଂ ଦଳକୁ ୩୦ ପାଦ ପରିସର ମଧ୍ୟରେ ଅତିରିକ୍ତ ଫିଲ୍ଡର ରଖିବାକୁ ପଡିବ ।

ଏହା ବି ପଢ଼ନ୍ତୁ: କୋହଲି ଓ ହାର୍ଦ୍ଦିକଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଲଗାଇଲା ନିଆଁ! ଦେଖନ୍ତୁ Video