ଟି-୨୦ ରେ ସଙ୍କଟରେ ବାବରଙ୍କ ରାଜମୁକୁଟ, ଦିତ୍ୱୀୟ ନମ୍ବରରେ ପହଞ୍ଚିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍
Advertisement
Article Detail0/zeeodisha/odisha1286721

ଟି-୨୦ ରେ ସଙ୍କଟରେ ବାବରଙ୍କ ରାଜମୁକୁଟ, ଦିତ୍ୱୀୟ ନମ୍ବରରେ ପହଞ୍ଚିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍

ICC T20 Rankings: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ମ୍ୟାଚ୍‌ରେ ଭାରତର ସୂର୍ଯ୍ୟକୁମାର ଯାଦବ ୭୬ ରନ୍‌ର ଏକ ଇନିଂସ ଖେଳିଥିଲେ ଓ ଏହା ତାଙ୍କୁ ଟି-୨୦ ମାନ୍ୟତାରେ ମଧ୍ୟ ଉପରକୁ ଉଠିବା ପାଇଁ ସାହାଯ୍ୟ କରିଛି । ସେ ଏହି ଫର୍ମାଟରେ ଥିବା ନମ୍ବର ୱାନ ବ୍ୟାଟ୍ସମ୍ୟାନ୍ ବାବର ଆଜାମଙ୍କ ଅତି ନିକଟତର ହୋଇଛନ୍ତି ।

ସାଙ୍କେତିକ ଫଟୋ

ICC T20 Latest Rankings: ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ୟ୍ଯକୁମାର ଯାଦବ (Suryakumar Yadav) ନୂଆ ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ (ICC T20 Rankings) ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି । ୨ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସୂର୍ୟ୍ଯକୁମାର ଯାଦବ ୭୬ ରନ୍ ସଂଗ୍ରହ କରିଥିଲେ ଓ ଏହା ତାଙ୍କୁ ନିଜ ର଼୍ୟାଙ୍କିଙ୍ଗରେ ମଧ୍ୟ ଉପକୃତ କରାଇଛି । ସୂର୍ୟ୍ଯକୁମାର ଯାଦବ ଓ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ (Babar Azam) ମଧ୍ୟରେ ଦୂରତା ବର୍ତ୍ତମାନ ଦୁଇଟି ରେଟିଂ ପଏଣ୍ଟ ରହିଛି । ଟି -୨୦ ବ୍ୟାଟିଂ ମାନ୍ୟତାରେ ବାବର ଆଜାମ ବର୍ତ୍ତମାନ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ରହିଛନ୍ତି । ସର୍ବଶେଷ ର଼୍ୟାଙ୍କିଙ୍ଗରେ ସୂର୍ୟ୍ଯକୁମାର ପାକିସ୍ତାନର ମହମ୍ମଦ ରିଜୱାନ ଓ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କ୍ରାମଙ୍କୁ ଅତିକ୍ରମ କରି ଦ୍ୱିତୀୟ ନମ୍ବର ସ୍ଥାନ ହାସଲ କରିଛନ୍ତି ।

ବାବର ଆଜମଙ୍କର ୮୧୮ ରେଟିଂ ପଏଣ୍ଟ ଥିବାବେଳେ ସୂର୍ୟ୍ଯକୁମାର ଯାଦବ ୮୧୬ ରେଟିଂ ପଏଣ୍ଟ ପାଇଛନ୍ତି । ଶ୍ରେଷ୍ଠ ୧୦ ଜଣ ଟି-୨୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟ କୌଣସି ଭାରତୀୟ ନାହାଁନ୍ତି । ଇଂଲଣ୍ଡର ଡେଭିଡ ମଲାନ ପଞ୍ଚମ ସ୍ଥାନରେ ରହିଛନ୍ତି ।

fallback

ଆଇସିସି ଟି-୨୦ ସର୍ବଶେଷ ର଼୍ୟାଙ୍କିଙ୍ଗରେ ଇଶାନ କିଶାନ ୧୪ ନମ୍ବରରେ ରହିଥିବାବେଳେ, ଅଧିନାୟକ ରୋହିତ ଶର୍ମା ମଧ୍ୟ ୧୬ ନମ୍ବର ସ୍ଥାନରେ ରହିଛନ୍ତି । ବିଂଶତମ ସ୍ଥାନରେ ରହିଥିବା ଟପ୍ -୨୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଲୋକେଶ ରାହୁଲ ମଧ୍ୟ ସାମିଲ ହୋଇଛନ୍ତି । ଶ୍ରେୟସ୍ ଆୟର ଏକ ସ୍ଥାନ ହରାଇ ୨୪ ରୁ ୨୫ କୁ ଖସି ଆସିଛନ୍ତି । ଗୋଟିଏ ସ୍ଥାନ ହରାଇ ବିରାଟ କୋହଲି ମଧ୍ୟ ୨୮ ନମ୍ବରରେ ସ୍ଥାନରେ ପହଞ୍ଚିଛନ୍ତି । ନିକଟ ଅତୀତରେ ସୂର୍ୟ୍ଯକୁମାର ଯାଦବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଉତ୍କୃଷ୍ଟ ବ୍ୟାଟିଂ କରିଛନ୍ତି ଓ ଏହାର ପ୍ରଭାବ ମଧ୍ୟ ତାଙ୍କ ର଼୍ୟାଙ୍କିଙ୍ଗରେ ଦେଖିବାକୁ ମିଳିଛି । ସିରିଜର ଶେଷ ଦୁଇଟି ମ୍ୟାଚ୍ ପରେ ସୂର୍ୟ୍ଯକୁମାର ଯାଦବ ମଧ୍ୟ ବାବର ଆଜମଙ୍କୁ ପଛରେ ପକାଇ ପାରନ୍ତି ।

ଏହା ବି ପଢ଼ନ୍ତୁ: ଏସିଆ କପ୍ ପାଇଁ ଦଳ ଘୋଷଣା କଲା ପାକିସ୍ତାନ, ଭାରତ ସହିତ ଲଢ଼ିବ ପ୍ରଥମ ମୁକାବିଲା

ଏହା ବି ପଢ଼ନ୍ତୁ: ରାହୁଲ ଗାନ୍ଧୀ ରାଜି ନ ହେଲେ ଏହି ନେତାଙ୍କୁ ଦଳର ସଭାପତି କରିବ କଂଗ୍ରେସ!