IND vs AUS 1st Test: ମହମ୍ମଦ ଶାମି ଭାଙ୍ଗିଲେ ଏହି ବଡ଼ ରେକର୍ଡ, ବିରାଟ କୋହଲି ଓ ରାହୁଲଙ୍କ ପରି ବ୍ୟାଟ୍ସମ୍ୟାନଙ୍କୁ ପଛକୁ ପକାଇଲେ
Advertisement

IND vs AUS 1st Test: ମହମ୍ମଦ ଶାମି ଭାଙ୍ଗିଲେ ଏହି ବଡ଼ ରେକର୍ଡ, ବିରାଟ କୋହଲି ଓ ରାହୁଲଙ୍କ ପରି ବ୍ୟାଟ୍ସମ୍ୟାନଙ୍କୁ ପଛକୁ ପକାଇଲେ

IND vs AUS 1st Test: ଅକ୍ସର ପଟେଲଙ୍କ ସହ ଅର୍ଦ୍ଧ ଶତକୀୟ ପାର୍ଟନରଶିପ୍ ସମୟରେ ମହମ୍ମଦ ଶାମି ୩ଟି ଛକା ଓ ୨ଟି ଚୌକା ମାରିଥିଲେ । ଏହା ସହିତ ସେ ପୂର୍ବତନ ଟିମ୍ ଇଣ୍ଡିଆର ଅଧିନାୟକ ତଥା ବର୍ତ୍ତମାନ କୋଚ୍ ରାହୁଲ ଦ୍ରାବିଡ ଓ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ।

IND vs AUS 1st Test: ମହମ୍ମଦ ଶାମି ଭାଙ୍ଗିଲେ ଏହି ବଡ଼ ରେକର୍ଡ, ବିରାଟ କୋହଲି ଓ ରାହୁଲଙ୍କ ପରି ବ୍ୟାଟ୍ସମ୍ୟାନଙ୍କୁ ପଛକୁ ପକାଇଲେ

IND vs AUS 1st Test Mohammed Shami: ନାଗପୁରରେ ଭାରତୀୟ ଦଳ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ (India vs Australia 1st Test Match) ରେ ମହମ୍ମଦ ଶାମି (Mohammed Shami) ପ୍ରଥମ ଇନିଂସରେ ଚମତ୍କାର ବ୍ୟାଟିଂ କରି ୪୭ ବଲରେ ୩୭ ରନ୍ ସଂଗ୍ରହ କରିଥିଲେ । ଅକ୍ସର ପଟେଲଙ୍କ ସହ ଅର୍ଦ୍ଧ ଶତକୀୟ ପାର୍ଟନରଶିପ୍ ସମୟରେ ମହମ୍ମଦ ଶାମି ୩ଟି ଛକା ଓ ୨ଟି ଚୌକା ମାରିଥିଲେ । ଏହା ସହିତ ସେ ପୂର୍ବତନ ଟିମ୍ ଇଣ୍ଡିଆର ଅଧିନାୟକ ତଥା ବର୍ତ୍ତମାନ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଓ ଷ୍ଟାର କ୍ରିକେଟର ବିରାଟ କୋହଲି (Virat Kohli) ଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ମହମ୍ମଦ ଶାମି (Mohammed Shami) ଟେଷ୍ଟରେ ୨୫ଟି ଛକା ମାରି ସାରିଛନ୍ତି । ରାହୁଲ ଦ୍ରାବିଡ (Rahul Dravid) ନିଜ କ୍ୟାରିୟରରେ ୨୨ଟି ଛକା ମାରିଥିଲେ । ବିରାଟ କୋହଲି (Virat Kohli) ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ୨୪ଟି ଛକା ମାରିଛନ୍ତି । ଏଭଳି ପରିସ୍ଥିତିରେ ମହମ୍ମଦ ଶାମି ଉଭୟଙ୍କୁ ଟେଷ୍ଟ କ୍ରିକେଟରେ ଛକା ମାରିବା ପ୍ରସଙ୍ଗରେ ପଛକୁ ପକାଇଛନ୍ତି । କେବଳ ରାହୁଲ ଦ୍ରାବିଡ ଓ ବିରାଟ କୋହଲି ନୁହଁନ୍ତି ମହମ୍ମଦ ଶାମି ଟେଷ୍ଟ କ୍ରିକେଟରେ ଛକା ମାରିବା କ୍ଷେତ୍ରରେ ଭାରତର ଅନେକ ଷ୍ଟାର୍ ବ୍ୟାଟ୍ସମ୍ୟାନଙ୍କ ଠାରୁ ଆଗରେ ଅଛନ୍ତି । ଟେଷ୍ଟ କ୍ରିକେଟରେ ଓପନିଂ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ (KL Rahul) ଙ୍କର ୧୭ଟି ଛକା ରହିଛି । ଏଥିସହିତ ଚେତେଶ ପୂଜାରା (Cheteshwar Pujara) ୧୫ଟି ଛକା ମାରିଛନ୍ତି ।

ଭାରତ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ ବିରେନ୍ଦର ସେହୱାଗ (Virender Sehwag) ଙ୍କ ନାମରେ ଅଛି । ସେ ୧୦୭ଟି ଛକା ମାରିଛନ୍ତି । ମହେନ୍ଦ୍ର ସିଂ ଧୋନି ୭୮ ଛକା ମାରିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬୯ ଛକା ଓ ରୋହିତ ଶର୍ମା ୬୬ ଛକା ମାରିଛନ୍ତି । ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଛକା ମାରିବାର ରେକର୍ଡ ବେନ୍ ଷ୍ଟୋକ୍ସ ଓ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ନାମରେ ମଧ୍ୟ ରହିଛି । ଉଭୟ ୧୦୭ ଛକା ମାରିଛନ୍ତି ।

ଅଧିକ ପଢ଼ନ୍ତୁ:-ମ୍ୟାଚ୍ ଜିତିବା ପରେ ରୋହିତ ଶର୍ମା ହେଲେ ଭାବୁକ, ଏସବୁ ଖେଳାଳିଙ୍କୁ ବିଜୟ ପାଇଁ ଦେଲେ ଶ୍ରେୟ

ଅଧିକ ପଢ଼ନ୍ତୁ:-ପରାଜୟ ପରେ ଅଷ୍ଟ୍ରେଲିଆର ଅଧିନାୟକ ଅତ୍ୟନ୍ତ ନିରାଶ, ମ୍ୟାଚ୍ ପରେ କହିଲେ କେଉଁଠାରେ ହୋଇଛି ଭୁଲ୍

ଅଧିକ ପଢ଼ନ୍ତୁ:-ବିଜୟ ପରେ ଟିମ୍ ଇଣ୍ଡିଆକୁ ଜୋରଦାର ଝଟକା, ICC ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ନେଲା ଏହି କଡ଼ା କାର୍ଯ୍ୟାନୁଷ୍ଠାନ

ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୭୭ ରନରେ ଅଲଆଉଟ ହୋଇଯାଇଥିଲା । ରବିନ୍ଦ୍ର ଜାଡେଜା ୫ଟି ୱିକେଟ୍ ନେଇଥିଲେ । ଏହାର ଜବାବରେ ରୋହିତ ଶର୍ମା ଅଧିନାୟକ ଇନିଂସରେ ୧୨୦ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଅକ୍ସର ପଟେଲ ଓ ଜାଡେଜା  ଟିମ୍ ଇଣ୍ଡିଆର ସ୍କୋରକୁ ୪୦୦କୁ ପହଞ୍ଚାଇଥିଲା । ଅର୍ଥାତ୍ ଭାରତର ଖାତାରେ ୨୨୩ ରନର ଅଗ୍ରଣୀ ରହିଥିଲା ​। ଭାରତ ଏହି ମ୍ୟାଚକୁ ଇନିଂସ ଓ ୧୩୨ ରନରେ ଜିତି ନେଇଛି । ଫଳରେ ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।