IND vs ENG: ପ୍ଲେଇଂ ଇଲେଭେନ ଘୋଷଣା କଲା ଇଂଲଣ୍ଡ; ଭାରତ ବିପକ୍ଷରେ ଖେଳିବେ ଏସବୁ ଖେଳାଳି
Advertisement

IND vs ENG: ପ୍ଲେଇଂ ଇଲେଭେନ ଘୋଷଣା କଲା ଇଂଲଣ୍ଡ; ଭାରତ ବିପକ୍ଷରେ ଖେଳିବେ ଏସବୁ ଖେଳାଳି

ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ (India Vs England) ପାଇଁ ଇଂଲଣ୍ଡ କ୍ରିକେଟ୍ ଦଳ ନିଜର ପ୍ଲେଇଂ ଇଲେଭେନ ଘୋଷଣା କରିଛି । ଶୁକ୍ରବାର ଦିନ ଠାରୁ ଏଡବଷ୍ଟନରେ ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଆୟୋଜକ ଟିମ୍ ପ୍ଲେଇଂ ଇଲେଭେନ ଘୋଷଣା କରି ନିଜର ରଣନୀତିର ଖୁଲାସା କରିଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ

ସୌ: ସୋସିଆଲ ମିଡିଆ

IND vs ENG 5th Test: ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ (India Vs England) ପାଇଁ ଇଂଲଣ୍ଡ କ୍ରିକେଟ୍ ଦଳ ନିଜର ପ୍ଲେଇଂ ଇଲେଭେନ ଘୋଷଣା କରିଛି । ଶୁକ୍ରବାର ଦିନ ଠାରୁ ଏଡବଷ୍ଟନରେ ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଆୟୋଜକ ଟିମ୍ ପ୍ଲେଇଂ ଇଲେଭେନ ଘୋଷଣା କରି ନିଜର ରଣନୀତିର ଖୁଲାସା କରିଛି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ ତୁଳନାରେ ଇଂଲଣ୍ଡ ଏକ ବଡ଼ ପରିବର୍ତ୍ତନ ଆଣିଛି । ଦଳକୁ ଭେଟେରାନ୍ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଫେରିଛନ୍ତି ଓ ଜାମି ଓଭରଟନକୁ ବାଦ କରାଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ଜାମି ଓଭରଟନ୍ ଡେବ୍ୟୁ କରିଥିଲେ ଓ ଏହି ମ୍ୟାଚରେ ଉଭୟ ବ୍ୟାଟ୍ ଓ ବଲ୍ ସହିତ ଏକ ମହତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । କ୍ରେଗ ଓଭରଟନ୍‌ଙ୍କ ଯାଆଁଳା ଭାଇ ସେହି ମ୍ୟାଚରେ ଦୁଇଟି ୱିକେଟ୍ ନେବା ସହିତ ପ୍ରଥମ ଇନିଂସରେ ୧୩୬ ବଲରେ ୯୭ ରନ୍ ସଂଗ୍ରହ କରିଥିଲେ ।

ବେନ ଷ୍ଟୋକ୍ସଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଚାରିଟି ଦ୍ରୁତ ବୋଲର ଓ ଜଣେ ସ୍ପିନରଙ୍କ ସହ ଏହି ମ୍ୟାଚକୁ ଖେଳିବ । ବେନ ଫକ୍ସ କୋରୋନାରୁ ରିକଭରି କରିବାରେ ବିଫଳ ହେବା ସହ ସାମ ବିଲିଙ୍ଗସ୍ ୱିକେଟ୍ କିପର ଦାୟିତ୍ୱ ନିଭାଇବେ ।

କହିରଖୁଛୁ ଯେ ଗତ ବର୍ଷ ଆରମ୍ଭ ହୋଇଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଏକ ମ୍ୟାଚ କୋରୋନା ଯୋଗୁଁ ହୋଇପାରି ନ ଥିଲା । ଏହା ଜୁଲାଇ ୧ ରୁ ଖେଳାଯିବ । ଭାରତୀୟ କ୍ରିକେଟ୍ ଦଳ ଏହି ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି ଓ ଏହି ମ୍ୟାଚ୍ ଜିତିବାକୁ ଓ ସିରିଜ୍ ହାତେଇବାକୁ ଚାହୁଁଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କ୍ଲିନ ସ୍ୱିପ କରିବା ପରେ ଇଂଲଣ୍ଡ ଦଳ ଉତ୍ସାହରେ ରହିଛି ।

fallback

ଇଂଲଣ୍ଡର ସମ୍ଭାବ୍ୟ ଏକାଦଶ:
ଆଲେକ୍ସ ଲିସ୍, ଜ୍ୟାକ୍ କ୍ରୋଲେ, ଓଲି ପୋପ୍, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ (ଅଧିନାୟକ), ସାମ୍ ବିଲିଙ୍ଗସ୍ (wk), ମାଥ୍ୟୁ ପୋଟ୍ସ, ଷ୍ଟୁଆର୍ଟ ବ୍ରଡ୍, ଜ୍ୟାକ୍ ଲିଚ୍, ଜେମ୍ସ ଆଣ୍ଡରସନ୍

ଏହା ବି ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ଖେଳିବେ ନାହିଁ ରୋହିତ; ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକତ୍ୱ