IPL ରେ କିଣିଲେନି କୌଣସି ଦଳ, ବର୍ତ୍ତମାନ ରୋହିତଙ୍କ ସହ କରିବେ ଇଂଲଣ୍ଡରେ ଓପନିଂ!
Advertisement
Article Detail0/zeeodisha/odisha932134

IPL ରେ କିଣିଲେନି କୌଣସି ଦଳ, ବର୍ତ୍ତମାନ ରୋହିତଙ୍କ ସହ କରିବେ ଇଂଲଣ୍ଡରେ ଓପନିଂ!

ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୪ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପୂର୍ବରୁ ଶୁଭମନ ଗିଲ (Shubman Gill) ସିରିଜରୁ ବାହାର ହୋଇଯିବାର ଖବର ରହିଛି । ଯଦି ଏହା ଘଟେ ତେବେ ଟିମ୍ ଇଣ୍ଡିଆର ଷ୍ଟାଣ୍ଡବାଇ ଅଭିମନ୍ୟୁ ଈଶ୍ୱରନଙ୍କୁ (Abhimanyu Easwaran) ଦଳରେ ସାମିଲ କରାଯାଇପାରେ ।

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲରେ (World Test Championship) ଭାରତକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା, କିନ୍ତୁ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ସିରିଜରେ ଇତିହାସ ସୃଷ୍ଟି କରିବା ପାଇଁ ଟିମ୍ ଇଣ୍ଡିଆ (Team India) ପାଖରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଭାରତ ଗତ ୧୪ ବର୍ଷ ଧରି ଇଂଲଣ୍ଡରେ କୌଣସି ଟେଷ୍ଟ ସିରିଜ୍ ଜିତି ନାହିଁ । ତେଣୁ ୪ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ ଉପରେ ବିରାଟ ସେନାଙ୍କ ନଜର ରହିଛି ।

ତେବେ ଏହାପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ଼ ଧରଣର ଅସୁବିଧାରେ ସମ୍ମୁଖୀନ ହୋଇଛି । ଅଜ୍ଞାତ ଆଭ୍ୟନ୍ତରୀଣ ଆଘାତ କାରଣରୁ ଭାରତୀୟ ଓପନର୍ ଶୁଭମନ ଗିଲ (Shubman Gill) ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରୁ ବାଦ ପଡିପାରନ୍ତି ଓ ତାଙ୍କ ବଦଳରେ ଅଭିମନ୍ୟୁ ଈଶ୍ୱରନଙ୍କୁ (Abhimanyu Easwaran) ମୁଖ୍ୟ ଦଳରେ ସ୍ଥାନ ଦିଆଯାଇପାରେ ଯିଏ ବର୍ତ୍ତମାନ ଷ୍ଟାଣ୍ଡବାଇ ଖେଳାଳି ଭାବରେ ରହିଛନ୍ତି ।

ଅଧିକ ପଢ଼ନ୍ତୁ: NH ନିକଟରେ ଜମି ଥିଲେ ହୋଇଯିବେ ମାଲାମାଲ, ଖୁବ୍ ଶୀଘ୍ର ବୃଦ୍ଧି ପାଇବ ୮୦% ମୂଲ୍ୟ, ଜାଣନ୍ତୁ କାରଣ

ଅଭିମନ୍ୟୁ ଈଶ୍ୱରନଙ୍କ ଡ୍ରିମ ଡେବ୍ୟୁ
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବେଙ୍ଗାଲୁରୁ ଓପନର୍ ଅଭିମନ୍ୟୁ ଈଶ୍ୱରନ୍ (Abhimanyu Easwaran) ଷ୍ଟାଣ୍ଡବାଇ ଖେଳାଳି ଭାବରେ ମନୋନୀତ ହୋଇଥିଲେ । ତେବେ ଶୁଭମନ ଗିଲଙ୍କ (Shubman Gill) ଆଘାତ ଯୋଗୁଁ ବର୍ତ୍ତମାନ ଏହି ଖେଳାଳି ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିପାରିନ୍ତି ।

ଇଂଲଣ୍ଡରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଟେଷ୍ଟ ମ୍ୟାଚ ଖେଳିବା ପ୍ରତ୍ୟେକ ଖେଳାଳି ଏକ ସ୍ବପ୍ନ ଓ ଅଭିମନ୍ୟୁ ଈଶ୍ୱରନଙ୍କ (Abhimanyu Easwaran) ପାଇଁ ମଧ୍ୟ ଏହା ଏକ ବଡ଼ ସୁଯୋଗ ଅଟେ । ଏହି ୨୫ ବର୍ଷୀୟ ଯୁବ ଖେଳାଳି ଅଭିମନ୍ୟୁ ଈଶ୍ୱରନଙ୍କ (Abhimanyu Easwaran) ପ୍ରେରଣା ହେଉଛନ୍ତି ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ । କେବଳ ଏତିକି ନୁହେଁ ଯେତେବେଳେ ସେ ଇଣ୍ଡିଆ ଏ ପାଇଁ ଖେଳିଥିଲେ ସେତବେଳେ ରାହୁଲ ତାଙ୍କ କୋଚ୍ ଥିଲେ ।

ଅଧିକ ପଢ଼ନ୍ତୁ: ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଲା କେନ୍ଦ୍ର, 'ସଂକ୍ରମଣକୁ ରୋକିବା ପାଇଁ ନିଅ କଠୋର ପଦକ୍ଷେପ'

ଅଭିମନ୍ୟୁ ଈଶ୍ୱରନଙ୍କୁ ଆଇପିଏଲ୍ ୨୦୨୧ ରେ କୌଣସି ଦଳ ତରଫରୁ କିଣାଯାଇ ନ ଥିଲା ।

ଈଶ୍ୱରନଙ୍କ ଉଜ୍ଜ୍ୱଳ ପ୍ରଦର୍ଶନ
ଅଭିମନ୍ୟୁ ଈଶ୍ୱରନ୍ (Abhimanyu Easwaran)  କ୍ରମାଗତ ଭାବରେ ଇଣ୍ଡିଆ ଏ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଏହି ଯୁବ ବ୍ୟାଟ୍ସମ୍ୟାନ୍ ୨୦୧୮-୧୯ ରଣଜୀ ଟ୍ରଫିରେ ୬ ଟି ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ସେ ୮୬୧ ରନ୍ ସ୍କୋର କରିଥିଲେ । ୨୦୧୮ ବର୍ଷରେ ସେ ଦେଓଧର ଟ୍ରଫି ପାଇଁ ଇଣ୍ଡିଆ-ଏ ଦଳରେ ସ୍ଥାନ ପାଇଥିଲେ । ୨୦୧୯ ମସିହାରେ ସେ ଦିଲିପ୍ ଟ୍ରଫି ପାଇଁ ଇଣ୍ଡିଆ ରେଡ୍ ଦଳରେ ଯୋଗ ଦେଇଥିଲେ । ଦିଲିପ୍ ଟ୍ରଫିର ଫାଇନାଲରେ ଈଶ୍ୱରନ୍ ୧୫୩ ରନ୍ ସ୍କୋର କରିଥିଲେ ଓ ଏହା ପରେ ସେ ଇଣ୍ଡିଆ ଏ ଦଳରେ ସ୍ଥାନ ପାଇଥିଲେ ।