ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଲା କେନ୍ଦ୍ର, 'ସଂକ୍ରମଣକୁ ରୋକିବା ପାଇଁ ନିଅ କଠୋର ପଦକ୍ଷେପ'
Advertisement
Article Detail0/zeeodisha/odisha931940

ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଲା କେନ୍ଦ୍ର, 'ସଂକ୍ରମଣକୁ ରୋକିବା ପାଇଁ ନିଅ କଠୋର ପଦକ୍ଷେପ'

ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେବାବେଳେ କେନ୍ଦ୍ର ସରକାର କହିଛନ୍ତି ଯେ '୧୦% ରୁ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାମାନଙ୍କରେ କଡା ପଦକ୍ଷେପ ନିଆଯିବା ଉଚିତ' ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: କେନ୍ଦ୍ର (Central government) ଓଡ଼ିଶା, ରାଜସ୍ଥାନ, ତ୍ରିପୁରା, ଆସାମ, ପଶ୍ଚିମବଙ୍ଗ ଓ କେରଳ ସମେତ ୧୪ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଚିଠି ଲେଖିଛି । ଯେଉଁଥିରେ ଜୁନ୍ ୨୧ ରୁ ୨୭ ମଧ୍ୟରେ ଅଧିକ ସଂକ୍ରମଣ ଥିବା ଜିଲ୍ଲାମାନଙ୍କରେ କରୋନା ଭୂତାଣୁ ସଂକ୍ରମଣକୁ (Corona infection) ରୋକିବା ପାଇଁ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୁ ଜାଗାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି ।

ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Ministry of Health) ଚିଠିରେ କହିଛି ଯେ ଦେଶରେ ସଂକ୍ରମଣ ମାମଲା (Infection cases) କ୍ରମାଗତ ଭାବେ ହ୍ରାସ ପାଉଛି ଓ ଏଭଳି ପରିସ୍ଥିତିରେ ଜିଲ୍ଲା ତଥା ଉପ-ଜିଲ୍ଲା ସ୍ତରରେ ଏହାର ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ (Union Health Secretary Rajesh Bhushan) ଜୁନ୍ ୨୯ ତାରିଖ ଦିନ ଏକ ଚିଠିରେ କହିଛନ୍ତି, ତେଣୁ ନିୟନ୍ତ୍ରଣ ଓ ସଚେତନତା ସହିତ ସମଗ୍ର ରାଜ୍ୟରେ ପ୍ରତିବନ୍ଧକ ଏବଂ କାର୍ଯ୍ୟକଳାପକୁ ସହଜ କରିବା ଉଚିତ୍ ।

ଅଧିକ ପଢ଼ନ୍ତୁ: ୬.୨୯ ଲକ୍ଷ କୋଟି ଟଙ୍କାର କୋଭିଡ ରିଲିଫ ପ୍ୟାକେଜକୁ କ୍ୟାବିନେଟର ମୋହର

କେନ୍ଦ୍ର କେଉଁ କେଉଁ ରାଜ୍ୟକୁ ଚିଠି ପଠାଇଛି?
ଓଡ଼ିଶା, ରାଜସ୍ଥାନ, ମଣିପୁର, ସିକ୍କିମ, ତ୍ରିପୁରା, ପଶ୍ଚିମବଙ୍ଗ, ପୁଡୁଚେରୀ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, କେରଳ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ ଓ ଆସାମକୁ ଏହି ଚିଠି ପଠାଯାଇଛି । ରାଜ୍ୟର ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ କରିବା ଓ ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ଦୟାକରି କଠୋର ପଦକ୍ଷେପ ନିଅନ୍ତୁ ଓ ସେହି ଅନୁଯାୟୀ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି ବୋଲି ଚିଠିରେ ଦର୍ଶାଯାଇଛି ।

ଅଧିକ ପଢ଼ନ୍ତୁ: ପରିସିମନ ଆୟୋଗ ବୈଠକରେ ବଡ ନିଷ୍ପତ୍ତି: ଜମ୍ମୁ କାଶ୍ମୀର ଯିବେ ମୁଖ୍ୟ ନିର୍ବାଚନ କମିଶନର

ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କ’ଣ କହିଛନ୍ତି?
ରାଜେଶ ଭୂଷଣ ଚିଠିରେ ଲେଖିଛନ୍ତି, 'ଜିଲ୍ଲା କାର୍ଯ୍ୟ ଯୋଜନାର ଉପାଦାନ ଯଥା ମାମଲାଗୁଡ଼ିକର ମନିଟରିଂ, ୱାର୍ଡ ଓ ବ୍ଲକ ଜୋନ୍ ସୂଚନାର ସମୀକ୍ଷା, ପ୍ରଭାବଶାଳୀ ମନିଟରିଂ ଓ ଦ୍ରୁତ ବିଚ୍ଛିନ୍ନତା କିମ୍ବା ସଂକ୍ରମିତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା, ୨୪ ଘଣ୍ଟା ଜରୁରୀକାଳୀନ କେନ୍ଦ୍ର ଅପରେସନ୍, କମାଣ୍ଡ୍ ସିଷ୍ଟମ୍ ଓ ନିଷିଦ୍ଧ ଅଞ୍ଚଳରେ କଡା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ର ରଣନୀତି ମଧ୍ୟ ଏକ ବିସ୍ତୃତ ଢଙ୍ଗରେ ଓ କଠୋର ଭାବରେ କାର୍ଯ୍ୟକାରୀ କରାଯିବା ଉଚିତ ।

ଅଧିକ ପଢ଼ନ୍ତୁ: ଗାଜିପୁର ସୀମାରେ କୃଷକମାନଙ୍କ 'ଉତ୍ପାତ': ହଙ୍ଗାମା, ଆକ୍ରମଣ ଓ ପଥର ଫିଙ୍ଗିଲେ

ସୂଚନାଯୋଗ୍ୟ ୨୧ ଜୁନରୁ ୨୭ ମଧ୍ୟରେ କେତେକ ରାଜ୍ୟରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ଥିଲା । ଏଥିମଧ୍ୟରେ ଭରତପୁର, ରାଜସମାନନ୍ଦ, ବାରନ, ଚିତ୍ତରଗଡ, ସିକର, ଢୋଲପୁର, ପଶ୍ଚିମ ଇମ୍ଫାଲ ଓ ମଣିପୁରର ତେଙ୍ଗନାପାଲ, ସିକ୍କିମର ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଜିଲ୍ଲା, ତ୍ରିପୁରାର ଉନାକୋଟି ଓ ଢଲାଇ, ପଶ୍ଚିମବଙ୍ଗର ଜାଲପାଇଗୁରି, ଓଡ଼ିଶାର ଭଦ୍ରକ ଓ ବାଲେଶ୍ୱର, କେରଳର କୋଲ୍ଲମ, ତ୍ରିସୁର, ପାଲକ୍କଡ, ମାଲାପୁରାମ ଓ ତିରୁବନନ୍ତପୁରମ୍ ଜିଲ୍ଲା ଓ ଆସାମର ମୋରିଗାଓଁ ଓ ନାଲବାରୀ ଜିଲ୍ଲା ଅନ୍ତର୍ଭୁକ୍ତ ।