IND vs NZ: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ଆରମ୍ଭ, ଦୁଇଟି ବଡ଼ ରେକର୍ଡ ଲକ୍ଷ୍ୟରେ ହିଟମ୍ୟାନ
Advertisement
Article Detail0/zeeodisha/odisha2474541

IND vs NZ: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ଆରମ୍ଭ, ଦୁଇଟି ବଡ଼ ରେକର୍ଡ ଲକ୍ଷ୍ୟରେ ହିଟମ୍ୟାନ

ବୁଧବାର ଠାରୁ ବେଙ୍ଗାଲୁରୁ ଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ନାମରେ ଏହି ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିବାକୁ ଚାହୁଁଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି ଅର୍ଥାତ ୧୬ ଅକ୍ଟୋ

IND vs NZ: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ଆରମ୍ଭ, ଦୁଇଟି ବଡ଼ ରେକର୍ଡ ଲକ୍ଷ୍ୟରେ ହିଟମ୍ୟାନ

IND vs NZ Test Series ବେଙ୍ଗାଲୁରୁ: ବୁଧବାର ଠାରୁ ବେଙ୍ଗାଲୁରୁ ଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ନାମରେ ଏହି ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିବାକୁ ଚାହୁଁଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି ଅର୍ଥାତ ୧୬ ଅକ୍ଟୋବରରେ ବେଙ୍ଗାଲୁରୁରେ ଖେଳାଯିବ। ସେହିପରି ସିରିଜର ଦ୍ୱିତୀୟ ମ୍ୟାଚ ୨୪ ଅକ୍ଟୋବରରେ ପୁଣେରେ ଖେଳାଯିବାକୁ ଥିବା ବେଳେ  ତୃତୀୟ ତଥା ଅନ୍ତିମ ମ୍ୟାଚ ୧ ନଭେମ୍ବରରେ ମୁମ୍ବାଇରେ ଖେଳାଯିବ। ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩-୧୫​​ରେ ଭାରତୀୟ ଅଧିନାୟକ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ଫର୍ମରେ ଅଛନ୍ତି। ସେ ହାରାହାରି ୩୯.୦୫ରେ ୧୧ଟି ମ୍ୟାଚର ୨୦ ଇନିଂସରେ ୭୪୨ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ତିନିଟି ଶତକ ଏବଂ ତିନିଟି ଅର୍ଦ୍ଧଶତକ ସାମିଲ ରହିଛି। ତାଙ୍କର ସର୍ବୋତ୍ତମ ସ୍କୋର ହେଉଛି ୧୩୧। 

ସିରିଜ୍ ସମୟରେ ରୋହିତଙ୍କୁ ଦୁଇଟି ସଫଳତା ହାସଲ କରିବାକୁ ପଡିବ।ରୋହିତଙ୍କ ନିକଟରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ପୂର୍ବତନ ବିସ୍ଫୋରକ ଭାରତୀୟ ଓପନର୍ ବିରେନ୍ଦର ସେହୱାଗ (90 ଛକା)ଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି।  ଟେଷ୍ଟ ମ୍ୟାଚ୍‌ରେ ୮୭ଟି ଛକା ମାରିଥିବା ବେଳେ ରୋହିତ ଦୁନିଆର ଶ୍ରେଷ୍ଠ ହିଟର୍ ମଧ୍ୟରେ ଦଶମ ସ୍ଥାନରେ ରହିଛନ୍ତି। ତେବେ ରୋହିତ ଏହି ମ୍ୟାଚରେ ୪ଟି ଛକା ମାରିବା ସହିତ ସେହୱାଗଙ୍କୁ ପଛରେ ପକାଇବେ। ଏହା ସହିତ ସେ ଦଳର ସର୍ବାଧିକ ଛକ୍କା ମାରିବା ଖେଳାଳି ହୋଇପାରିବେ। 

ଅନ୍ତର୍ଜାତୀୟ କ୍ରିକେଟ୍ ରେ 'ହିଟମ୍ୟାନ୍' ମଧ୍ୟ ଅର୍ଦ୍ଧଶତକର ନିକଟତର। ୪୮୫ ମ୍ୟାଚରେ ୪୮ଟି ଶତକ ମାରିଥିବା ବେଳେ ଆଉ ଦୁଇଟି ଶତକ କଲେ ସେ ୫୦ଟି ଅନ୍ତର୍ଜାତୀୟ ଶତକ ମାରିବାରେ ରେକର୍ଡ କରିବେ ରୋହିତ। ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ସେ କେବଳ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେବେ ଏବଂ ଏହାସହିତ ସେ ଦଶମ ଖେଳାଳି ହେବେ। ବର୍ତ୍ତମାନ ଭାରତରୁ କେବଳ ସଚିନ ତେନ୍ଦୁଲକର (100 ଶତକ) ଏବଂ ବିରାଟ କୋହଲି (୮୦ଟି ଶତକ) ମାରିବାରେ ଅନ୍ତର୍ଜାତୀୟ ସ୍ତରରେ ୫୦ଟି ଶତକ ମାରିବାରେ ସକ୍ଷମ ହୋଇଛନ୍ତି।