ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣିଥରେ ଆରମ୍ଭ ହେବ କି କ୍ରିକେଟ୍ ସିରିଜ୍? BCCI ସହ ବୈଠକ କରିବାକୁ ଯାଉଛି PCB
Advertisement
Article Detail0/zeeodisha/odisha1912493

ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣିଥରେ ଆରମ୍ଭ ହେବ କି କ୍ରିକେଟ୍ ସିରିଜ୍? BCCI ସହ ବୈଠକ କରିବାକୁ ଯାଉଛି PCB

India vs Pakistan: ପିସିବି ଚେୟାରମ୍ୟାନ୍ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଭାରତ ଆସୁଛନ୍ତି । ସେ ବିସିସିଆଇର ପ୍ରମୁଖ ଅଧିକାରୀଙ୍କ ସହ ଭାରତ-ପାକିସ୍ତାନ କ୍ରିକେଟ୍ ସମ୍ପର୍କର ଉନ୍ନତି ବିଷୟରେ ଆଲୋଚନା କରିବେ ।

 

ସୌ: ସୋସିଆଲ ମିଡିଆ

ICC Cricket World Cup 2023: ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ଜାକା ଆଶ୍ରାଫ ଭାରତ ସହ କ୍ରିକେଟ୍ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି ଓ ଏଥିପାଇଁ ସେ ବିସିସିଆଇର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିବାକୁ ଯାଉଛନ୍ତି । ବାସ୍ତବରେ ବିଶ୍ୱକପରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ବିସିସିଆଇ ଦ୍ୱାରା ଜାକା ଆଶ୍ରାଫଙ୍କୁ ନିମନ୍ତ୍ରଣ କରାଯାଇଛି । ଯଦିଓ ପାକିସ୍ତାନୀ ସାମ୍ବାଦିକ ଓ ପ୍ରଶଂସକମାନେ ଏପର୍ଯ୍ୟନ୍ତ ଭିସା ପାଇନାହାଁନ୍ତି, ପିସିବି ଅଧ୍ୟକ୍ଷ ଗୁରୁବାର ଦିନ ରାତିରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି ।

ଭାରତ ଆସିବା ପୂର୍ବରୁ ଜାକା ଆଶ୍ରାଫ କହିଥିଲେ ଯେ ସେ ପୂର୍ବରୁ ଭାରତ ନ ଯିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ବର୍ତ୍ତମାନ ସାମ୍ବାଦିକମାନଙ୍କ ପାଇଁ ଭିସା ପ୍ରକ୍ରିୟା ପାକିସ୍ତାନରେ ଅବସ୍ଥିତ ଭାରତୀୟ ହାଇ କମିଶନରେ ଆରମ୍ଭ ହୋଇଛି, ତେଣୁ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଭାରତ ଯିବାକୁ ନିଷ୍ପତ୍ତି ନେଇଛନ୍ତି ।

କିପରି ହେବ ଭାରତ ଓ ପାକିସ୍ତାନର କ୍ରିକେଟ୍ ଭବିଷ୍ୟତ?
ଏହା ବ୍ୟତୀତ ପିସିବି ମୁଖ୍ୟ ମଧ୍ୟ କହିଛନ୍ତି, "ଏହା ବ୍ୟତୀତ ପିସିବି ମୁଖ୍ୟ ବୁଧବାର ଦିନ ବିସିସିଆଇ ସଚିବ ଜୟ ଶାହାଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ କହିଛନ୍ତି ଯେ ଆମେ ଉଭୟ ଆଲୋଚନା କରିଛୁ ଯେ ଆଗାମୀ ମ୍ୟାଚ୍ ଦେଖିବା ପରେ ଆମେ ଜାଣିବୁ କିପରି ଆମେ ଦୁଇ ଦେଶର କ୍ରିକେଟ୍ ସମ୍ପର୍କକୁ ଆହୁରି ବଢାଇ ପାରିବା ଓ ପ୍ରୋତ୍ସାହିତ କରିପାରିବା? "

ଏବେ ଏହା ଦେଖିବାକୁ ପଡ଼ିବ ଯେ ପିସିବି ଅଧ୍ୟକ୍ଷଙ୍କ ଭାରତ ଗସ୍ତ ଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଜୟ ଶାହାଙ୍କ ସହିତ ହୋଇଥିବା ଆଲୋଚନା କୌଣସି ସକାରାତ୍ମକ ଫଳାଫଳ ଦେବ କି ନାହିଁ । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି । ଉଭୟ ଦଳ ଉଭୟ ପ୍ରାରମ୍ଭିକ ମ୍ୟାଚ୍ ଜିତିବା ପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ପାକିସ୍ତାନ ନେଦରଲ୍ୟାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିବାବେଳେ ଭାରତ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନକୁ ପରାସ୍ତ କରି ବିଶ୍ୱକପ ପାଇଁ ଭଲ ଆରମ୍ଭ କରିଛି । ଏବେ ଦେଖିବାକୁ ବାକି ରହିଲା ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ବିଶ୍ୱକପ ମ୍ୟାଚ୍ କିପରି ହେଉଛି ।